କାଗଜକଲମରେ କାମ

ଢେଙ୍କାନାଳ ଅଫିସ, ୧୪।୪: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବଡ଼ଧରଣର ଦୁର୍ନୀତି ହୋଇଛି। ମୃତବ୍ୟକ୍ତି, ସରକାରୀ ଚାକିରିଆ ଏବଂ ସ୍କୁଲ ପିଲାଙ୍କ ନାମରେ ଜବ୍‌କାର୍ଡ କରାଯାଇ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରାଯାଇଛି। କେବଳ କାଗଜକଲମରେ ଦର୍ଶାଇ ୮୦ ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଛି। ୨୦୧୯ରୁ ୨୦୨୧ ମଧ୍ୟରେ ଏସବୁ ଦୁର୍ନୀତି ହୋଇଥିବା ଗ୍ରାମବାସୀ ବୁଧବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଭଳି ଅର୍ଥ ତୋସରପାତରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ୨୦୨୦ରେ ରେନ୍‌ ୱାଟର ମ୍ୟାନେଜମେଣ୍ଟରେ ପେଚାମୁଣ୍ଡା, ଟୁନୁପୁର, ମାଉଥୁମା ଆଦି ସ୍ଥାନରେ ୪୦ଲକ୍ଷ ଟଙ୍କାର କାମ ଆରମ୍ଭ ହୋଇଛି। ତେବେ ଏସବୁ କାମର ଫାଇଲ ଗୋଟିଏ ଦିନରେ ଖୋଲାଯାଇଛି। ଏଥିରେ ୫ ଏକର ଜାଗାରେ ବିଭିନ୍ନ କାମର ଭିନ୍ନ ଭିନ୍ନ ନାମ ଦର୍ଶାଯାଇଛି। ତେବେ ଫାଇଲରେ ଦର୍ଶାଯାଇଥିବା ସ୍ଥାନ ବୋଲି କିଛି ନାହିଁ। କେବଳ କାଗଜ କଲମରେ ମିଥ୍ୟା ବିଲ୍‌ କରାଯାଇ ଟଙ୍କା ଆତ୍ମସାତ୍‌ କରାଯାଇଛି। ରାଇତଳା ଗ୍ରାମରେ ୨ ମୃତକଙ୍କ ନାମରେ ଟଙ୍କା ଉଠାଯାଇଛି। ଦୁଇ ନାମଧାରୀ ଜଣେ ଲୋକଙ୍କ ପୃଥକ୍‌ ଆକାଉଣ୍ଟ ଜରିଆରେ ଟଙ୍କା ଉଠାଣ ହୋଇଛି। ମୃତ୍ୟୁ ଘଟିଥିବା ଜଣେ ପ୍ରଧାନ ଶିକ୍ଷକଙ୍କ ନାମରେ ମଧ୍ୟ ଟଙ୍କା ଉଠିଛି। ସେହିପରି ଚୁଆବାହାଳିଠାରେ ସିଆରିଆ ବନ୍ଧ ଯାଏ ନିର୍ମାଣ ହୋଇଥିବା ଫିଡର ଚ୍ୟାନେଲର ସାଇଡ୍‌ ଓ୍ବାଲ୍‌ ମାତ୍ର ୨ମାସରେ ଭାଙ୍ଗିଯାଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓ ଏହାର ତଦନ୍ତ କରିଥିଲେ ହେଁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ରାଇତଳାରେ କରାଯାଇଥିବା ଖେଳପଡ଼ିଆ ସଂରକ୍ଷିତ ଜଙ୍ଗଲ କାଟେଗୋରିରେ ଯାଉଛି। ବିନା ତଦନ୍ତରେ ଏହାକୁ କିପରି ଅନୁମତି ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଇତଳା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା ମହାଦୁର୍ନୀତିର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକାଶ ସାମଲ, ମାନଗୋବିନ୍ଦ ସାମଲ, ପ୍ରହଲ୍ଲାଦ ବେହେରା, ଅଭୟ ସ୍ବାଇଁ, ନିର୍ମଳ ଦଳେଇ, ଶଙ୍କର୍ଷଣ ସାମଲ, ଡମ୍ବରୁଧର ମଳିକ, ଭାସ୍କାର ସାମଲ, ପୁରୁଷୋତ୍ତମ ସାମଲ ପ୍ରମୁଖ ଦାବି କରିଛନ୍ତି। ଏହାର ନକଲ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଭିଜିଲାନ୍ସ ବିଭାଗ, ୫-ଟି ସଚିବ ଏବଂ ଜିଲାପାଳଙ୍କ ସମେତ ବିଭିନ୍ନ ବିଭାଗର ସଚିବଙ୍କ ନିକଟକୁ ପଠାଯାଇଛି।
ଏ ସଂକ୍ରାନ୍ତରେ ବିଡିଓ ଆଶିଷ ରଞ୍ଜନ ସାହୁ କୁହନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପାଇଛୁ। ଆସିଷ୍ଟାଣ୍ଟ ପ୍ରୋଗ୍ରାମ୍‌ ଅଫିସର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri