କାଗଜକଲମରେ କାମ

ଢେଙ୍କାନାଳ ଅଫିସ, ୧୪।୪: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବଡ଼ଧରଣର ଦୁର୍ନୀତି ହୋଇଛି। ମୃତବ୍ୟକ୍ତି, ସରକାରୀ ଚାକିରିଆ ଏବଂ ସ୍କୁଲ ପିଲାଙ୍କ ନାମରେ ଜବ୍‌କାର୍ଡ କରାଯାଇ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରାଯାଇଛି। କେବଳ କାଗଜକଲମରେ ଦର୍ଶାଇ ୮୦ ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଛି। ୨୦୧୯ରୁ ୨୦୨୧ ମଧ୍ୟରେ ଏସବୁ ଦୁର୍ନୀତି ହୋଇଥିବା ଗ୍ରାମବାସୀ ବୁଧବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଭଳି ଅର୍ଥ ତୋସରପାତରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ୨୦୨୦ରେ ରେନ୍‌ ୱାଟର ମ୍ୟାନେଜମେଣ୍ଟରେ ପେଚାମୁଣ୍ଡା, ଟୁନୁପୁର, ମାଉଥୁମା ଆଦି ସ୍ଥାନରେ ୪୦ଲକ୍ଷ ଟଙ୍କାର କାମ ଆରମ୍ଭ ହୋଇଛି। ତେବେ ଏସବୁ କାମର ଫାଇଲ ଗୋଟିଏ ଦିନରେ ଖୋଲାଯାଇଛି। ଏଥିରେ ୫ ଏକର ଜାଗାରେ ବିଭିନ୍ନ କାମର ଭିନ୍ନ ଭିନ୍ନ ନାମ ଦର୍ଶାଯାଇଛି। ତେବେ ଫାଇଲରେ ଦର୍ଶାଯାଇଥିବା ସ୍ଥାନ ବୋଲି କିଛି ନାହିଁ। କେବଳ କାଗଜ କଲମରେ ମିଥ୍ୟା ବିଲ୍‌ କରାଯାଇ ଟଙ୍କା ଆତ୍ମସାତ୍‌ କରାଯାଇଛି। ରାଇତଳା ଗ୍ରାମରେ ୨ ମୃତକଙ୍କ ନାମରେ ଟଙ୍କା ଉଠାଯାଇଛି। ଦୁଇ ନାମଧାରୀ ଜଣେ ଲୋକଙ୍କ ପୃଥକ୍‌ ଆକାଉଣ୍ଟ ଜରିଆରେ ଟଙ୍କା ଉଠାଣ ହୋଇଛି। ମୃତ୍ୟୁ ଘଟିଥିବା ଜଣେ ପ୍ରଧାନ ଶିକ୍ଷକଙ୍କ ନାମରେ ମଧ୍ୟ ଟଙ୍କା ଉଠିଛି। ସେହିପରି ଚୁଆବାହାଳିଠାରେ ସିଆରିଆ ବନ୍ଧ ଯାଏ ନିର୍ମାଣ ହୋଇଥିବା ଫିଡର ଚ୍ୟାନେଲର ସାଇଡ୍‌ ଓ୍ବାଲ୍‌ ମାତ୍ର ୨ମାସରେ ଭାଙ୍ଗିଯାଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓ ଏହାର ତଦନ୍ତ କରିଥିଲେ ହେଁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ରାଇତଳାରେ କରାଯାଇଥିବା ଖେଳପଡ଼ିଆ ସଂରକ୍ଷିତ ଜଙ୍ଗଲ କାଟେଗୋରିରେ ଯାଉଛି। ବିନା ତଦନ୍ତରେ ଏହାକୁ କିପରି ଅନୁମତି ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଇତଳା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା ମହାଦୁର୍ନୀତିର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକାଶ ସାମଲ, ମାନଗୋବିନ୍ଦ ସାମଲ, ପ୍ରହଲ୍ଲାଦ ବେହେରା, ଅଭୟ ସ୍ବାଇଁ, ନିର୍ମଳ ଦଳେଇ, ଶଙ୍କର୍ଷଣ ସାମଲ, ଡମ୍ବରୁଧର ମଳିକ, ଭାସ୍କାର ସାମଲ, ପୁରୁଷୋତ୍ତମ ସାମଲ ପ୍ରମୁଖ ଦାବି କରିଛନ୍ତି। ଏହାର ନକଲ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଭିଜିଲାନ୍ସ ବିଭାଗ, ୫-ଟି ସଚିବ ଏବଂ ଜିଲାପାଳଙ୍କ ସମେତ ବିଭିନ୍ନ ବିଭାଗର ସଚିବଙ୍କ ନିକଟକୁ ପଠାଯାଇଛି।
ଏ ସଂକ୍ରାନ୍ତରେ ବିଡିଓ ଆଶିଷ ରଞ୍ଜନ ସାହୁ କୁହନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପାଇଛୁ। ଆସିଷ୍ଟାଣ୍ଟ ପ୍ରୋଗ୍ରାମ୍‌ ଅଫିସର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri