ତାଗିଦ ପରେ ବି ସରିନି କାମ: ଚାଷୀଙ୍କ ଅସନ୍ତୋଷ

ସମ୍ବଲପୁର,୨୬ା୧୨(ବ୍ୟୁରୋ):ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାରର ସେଚାଞ୍ଚଳରେ ଚଳିତ ରବିଚାଷ ବିଳମ୍ବ ହେବାର ସୁନିଶ୍ଚିତ ହୋଇଛି ା ଏଥର ଶାସନ କେନାଲରେ ପାଣି ଛାଡିବା ବିଳମ୍ବ ହେବା ଏହାର ମୁଖ୍ୟ କାରଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ରବିବାର ଚାଷୀ ପ୍ରତିନିଧି ଦଳ ଶାସନ କେନାଲ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ଓ ଠିକାସଂସ୍କା ସହ ଆଲୋଚନା କରିଥିଲେ ା ଘଟଣାସ୍ଥଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। ଉକ୍ତ କେନାଲର ନବୀକରଣ କାମ କରୁଥିବା ଠିକାସଂସ୍ଥାର ଅବହେଳାକୁ ଦାୟୀ କରିଛନ୍ତି ଚାଷୀ। ପୂର୍ବରୁ ଡିସେମ୍ବର ୧୫ରୁ ୨୦ ତାରିଖ ଭିତରେ କେନାଲରେ ପାଣି ଛଡା ଯାଇଥାଏ। ଚଳିତଥର ନବୀକରଣ କାମ ଚାଲିଥିବାରୁ ଡିସେମ୍ବର ୨୫ ତାରିଖ ସୁଦ୍ଧା ପାଣି ଛାଡିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଚାଷୀମାନେ ମଧ୍ୟ ଉନ୍ନୟନ କାମକୁ ସ୍ବାଗତ କରି ସହଯୋଗ କରିଥିଲେ। ହେଲେ ରବିବାର ଠିକା ସଂସ୍ଥା କାମ ଜାରି ରଖଥିବା ଦେଖିବାକୁ ମିଳିଥିଲା। ଠିକାସଂସ୍ଥା କେନାଲ ମଝିରେ ମାଟି ପକାଇ ବନ୍ଦ କରି ଦେଇଛି। କେନାଲ ପାଣି ଛାଡିଲେ କେନାଲରେ ପାଣି ଫୁଲିଯାଇ ଘାଇ ହେବାର ଭୟ ରହିଛି। କେନାଲରେ ଘାଇ ସୃଷ୍ଟି ହେଲେ ପୁଣି ପାଣି ମଡାଇବାରେ ବିଳମ୍ବ ହେବ ଓ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଏବେ ଚାଷର ଉପଯୁକ୍ତ ସମୟ। ବିଳମ୍ବରେ କଲେ ଅମଳ ଉପରେ ପ୍ରଭାବ ପଡିବ। ଅପରପକ୍ଷରେ କେନାଲ ପାଣି ନ ଆସିବାରୁ ଚାଷୀମାନେ ତଳି କିଆରୀ ପ୍ରସ୍ତୁତ କରି ପାରି ନାହାନ୍ତି। ବିଲ ମଧ୍ୟ ଜୋତ କରିନାହାନ୍ତି ା ଏଭଳି ହେଲେ ଚାଷୀ ଓ ଚାଷ ପ୍ରଭାବିତ ହେବ ା ଏହାସହ କାମ ନିମ୍ନମାନର ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା କହିଛନ୍ତି ଯେ, ପାଣି ଛାଡିବାରେ ସାମାନ୍ୟ ବିଳମ୍ବ ହୋଇଛି ା ଚାଷୀଙ୍କ ପାଇଁ କେନାଲ ନବୀକରଣ କରାଯାଉଛି। ଚାଷୀମାନେ ମଧ୍ୟ ସହଯୋଗ କରିଥିଲେ। ଠିକା ସଂସ୍ଥାକୁ ବାରମ୍ବାର ସମୟ ଭିତରେ କାମ ସାରିବା ଓ କେନାଲ ଭିତରୁ ସମସ୍ତ ସାମଗ୍ରୀ ବାହାର କରି କେନାଲ ସଫା କରିବାକୁ ତାଗିଦ କରାଯାଇଛି। ଆସନ୍ତାକାଲି ସୋମବାର ଯାହା ହେଲେ ମଧ୍ୟ ପାଣି ଛଡ଼ାଯିବ। ଏବେ ଯେତେଦିନ ବିଳମ୍ବ ହୋଇଛି। ଯଦି ଶେଷ ସମୟରେ ପାଣି ଆବଶ୍ୟକ ପଡେ, ତେବେ କିଛିଦିନ ପାଣି ଛଡାଯିବା ସମୟ ବୃଦ୍ଧି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri