ବର୍ଷ ବର୍ଷ ଧରି ସୋଲାର ପମ୍ପ ଅଚଳ

ଲାଞ୍ଜିଗଡ଼,୨୬।୧୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୌରଶକ୍ତି ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷ ବର୍ଷ ଧରି ବନ୍ଦ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଞ୍ଜିଗଡ଼ ପଞ୍ଚାୟତ ଗୌଡ଼ପଡାଠାରେ ଶୌରଶକ୍ତିର ଯାନ୍ତ୍ରିକ ତ୍ରୁଟି ଯୋଗୁ ଗତ ୪ ବର୍ଷ ହେଲା ଜଳଯୋଗାଣ ବନ୍ଦ ଥିବା ବେଳେ ଆଶ୍ରମପଡ଼ାରେ ୩ବର୍ଷ ହେଲା ଜଳଯୋଗାଣ ବନ୍ଦ ରହିଛି। କଲୋନୀ ପଡ଼ାରେ ଦେଢ଼ ବର୍ଷ ଏବଂ ଡମ୍ବବିଶି ପଡ଼ାରେ ୧ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ସେହିପରି ଛତ୍ରପୁର ପଞ୍ଚାୟତ ଲେପଟାଗୁଡା ଗାଁରେ ଦେଢ଼ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ଆଦିବାସୀ ଗାଁରେ ବର୍ତ୍ତମାନ ଗୋଟିଏ ନଳକୂପ ଥିଲେ ମଧ୍ୟ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ଆବଶ୍ୟକ ପାଣି ପାଇପାରୁ ନାହାନ୍ତି। ସେହିପରି ଟାଙ୍ଗନକଣା ଗାଁର ସୋଲାର ପାଣି ଟାଙ୍କି ଫାଟି ୨ ବର୍ଷ ହେଲା ଅଭିଯୋଗ ପରେ ବି କେହି ଶୁଣୁ ନ ଥିବା ଗାଁ ଲୋକେ କହୁଛନ୍ତି। ବାତେଲିମା ପଞ୍ଚାୟତ ହରିଜନପଡା ଓ ଗଉଡ଼ ପଡ଼ାରେ ୧ ବର୍ଷ ହେଲା ବନ୍ଦ ପଡିଛି। ସେହିପରି ବସନ୍ତପଡା ପଞ୍ଚାୟତର ବୁଣ୍ଡେଲ ଗ୍ରାମରେ ମଧ୍ୟ ଶୌର ଶକ୍ତିର ମୋଟର ଖରାପ ଯୋଗୁ ୩ ବର୍ଷ ହେଲା ଜଳଯୋଗାଣ ବନ୍ଦ ରହିଥିବା ଅଭିଯୋଗ ପରେ ମଧ୍ୟ କେହି ଶୁଣି ନ ଥିବା ଗାଁ ଲୋକେ କହିଛନ୍ତି। ବସନ୍ତପଡାର ମାଝି ସାହିର ମଧ୍ୟ ୩ ବର୍ଷ ହେଲା ବନ୍ଦ ରହିଛି। ସେଠାରେ ମୋଟର ମଧ୍ୟ ସଂଯୋଗ କରାଯାଇନାହିଁ। ସେହିପରି ମାଳି ପାଡାରେ ମଧ୍ୟ ୧ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ସେହିପରି ଜଗନ୍ନାଥପୁର ପଞ୍ଚାୟତଠାରେ ସ୍କୁଲପଡା, ମଝିପଡା ଓ ଗାଁ ମୁଣ୍ଡରେ ଥିବା ୩ଟି ସୋଲାର ପମ୍ପ ୧ ବର୍ଷ ହେଲା ଅଚଳ ହୋଇପଡିଛି। ସେହିପରି ବଳଭଦ୍ରପୁର ସିମେଲ ଭଟାଉପର ପଡ଼ାରେ ମଧ୍ୟ ୨ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ବ୍ଲକ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ କର୍ମଚାରୀ ବାରମ୍ବାର ଆସି ନଳକୂପ ଦେଖି ପ୍ରତିଶ୍ରୁତି ଦେଇ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ମରାମତି କରାଯାଇ ନାହିଁ। ସେହିପରି ଦୁର୍ଗମଅଞ୍ଚଳ ପାହାଡ଼ପଦର ପଞ୍ଚାୟତର ମଦନଗୁଡା ଗାଁରେ ୨ ବର୍ଷ ହେଲା ଅଚଳ ଭାବେ ପଡିରହିଛି। ସେହିପରି କଦମଗୁଡା ପଞ୍ଚାୟତ ବଲାପଦରଠାରେ ମଧ୍ୟ ଢେଡ଼ ବର୍ଷ ହେଲା ଅଚଳ ହୋଇରହିଛି। ଲାଞ୍ଜିଗଡରୋଡ଼ ପଞ୍ଚାୟତର ସର୍ଗିଗୁଡା ଗାଁରେ ମଧ୍ୟ ୨ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ବର୍ଷବର୍ଷ ଧରି ବ୍ଲକରେ ଜଳ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ ୫ ବର୍ଷ ହେଲା ବ୍ଲକ ବିଭିନ୍ନ ସ୍ଥାନରେ ୧୦୦ରୁ ଊର୍ଦ୍ଧ୍ୱ ସୋଲାର ପାଣି ଟାଙ୍କି ପାନୀୟ ଜଳ ଯୋଗାଣ ପାଇଁ ସ୍ଥାପନ କରାଯାଇଛି। ହେଲେ ଲୋକେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଏହି ସବୁ ଅଞ୍ଚଳରେ ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri