୧୦ ବର୍ଷରେ ୧୭ ଶିକ୍ଷକ ଲମ୍ବା ଛୁଟିରେ, ଜଣେ କାର୍ଯ୍ୟଚ୍ୟୁତ

ନବରଙ୍ଗପୁର,୨୬ା୧୨(ବି.ପ୍ର.):ନବରଙ୍ଗପୁର ଜିଲାରେ କେତେକ ସ୍ଥାନରେ ଶିକ୍ଷକ ଲମ୍ବା ଛୁଟିରେ ଥିବାବେଳେ ଆଉ କେଉଁଠାରେ ନକଲ ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। ଯାଞ୍ଚ ପରେ ଧରା ପଡ଼ିଲେ ପରବର୍ତ୍ତି ସମୟରେ ଚାକିରିରୁ ବହିଷ୍କୃତ କରାଯାଉଛି। ଏମିତିକି ବହିଷ୍କାର ପୂର୍ବରୁ ନକଲି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ ଥାନାରେ ଏତଲା ଦେବା ଭଳି ଅଭିଯୋଗ ମଧ୍ୟ ରହିଛି। ଏ ନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକ ଚିଠି ନଂ. ୨୩୫୦୭ରେ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରି ଲମ୍ବା ଛୁଟିରେ ଥିବା ଶିକ୍ଷକ ମାନଙ୍କ ତାଲିକା ଓ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନବରଙ୍ଗପୁର ଜିଲା ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ତାଳମେଳ ରହୁ ନ ଥିବା ଜଣାପଡ଼ିଛି। ପୂର୍ବ ଚିଠିରେ ୧୭ ଶିକ୍ଷକ ଲମ୍ବା ଛୁଟିରେ ଥିବା ଓ ୭ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର ନେଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏବେ ପୁଣି ଦିଆଯାଇଥିବା ରିପୋର୍ଟରେ ୧୭ ଜଣ ଲମ୍ବା ଛୁଟିରେ ଥିବା ଏବଂ ଜଣେ ଶିକ୍ଷକଙ୍କୁ କାର୍ଯ୍ୟଚ୍ୟୁତ କରାଯାଇଥିବା ଦର୍ଶାଯାଇଛି। ଉଭୟ ରିପୋର୍ଟରେ ତାଳମେଳ ରହୁନାହିଁ। ଏମିତିକି କେତେଜଣ ଶିକ୍ଷକଙ୍କୁ କେବଳ ନୋଟିସ କରାଯିବା ଭଳି ରିପୋର୍ଟ ଦିଆଯାଇଥିବା ଜଣାପଡ଼ିଛି ା ତେଣୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଗଣ ଶିକ୍ଷା ବିଭାଗକୁ ମଧ୍ୟ ଭୁଲ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡ଼ିଛି।
ଡିଇଓ ପ୍ରଥମ ରିପୋର୍ଟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ତଥ୍ୟ ଦେଇଥିଲେ। ତେବେ ଏହା ମଧ୍ୟ ଅସମ୍ପୂର୍ଣ୍ଣ ରହିଥିଲା। ସେହିପରି ଲମ୍ବାଛୁଟିରେ ଥିବା ମାଧ୍ୟାମିକ ଶିକ୍ଷକଙ୍କ ତାଲିକା ମଧ୍ୟ ପ୍ରଦାନ କରି ନ ଥିଲେ। ଏହାକୁ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନଭେମ୍ବର ୨୪ ରେ ଚିଠି ନଂ. ୨୫୨୧୭ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ। ଅସମ୍ପୂର୍ଣ୍ଣ ତଥ୍ୟ ଥିବାରୁ ତାହାକୁ ଗ୍ରହଣ ନ କରି ସମ୍ପୂର୍ଣ୍ଣ ତଥ୍ୟ ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ରିପୋର୍ଟ ପ୍ରଦାନ ଦିଗରେ ଡିଇଓଙ୍କ କାର୍ଯ୍ୟକୁ ତଦାରଖ କରିବା ସହ ଠିକ୍‌ ରିପୋର୍ଟ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ରହିଥିଲା। ରିପୋର୍ଟ ୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ଥିଲା। ଏହା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତଦାରଖ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କ୍ରମିକ ନମ୍ବର, ଶିକ୍ଷକଙ୍କ ନାମ, କେଉଁ ବିଷୟରେ ଶିକ୍ଷକ, କେଉଁ ତାରିଖରୁ ଓ କେଉଁ କାରଣରୁ ଛୁଟିରେ ରହିଛନ୍ତି, ତାଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ତଥ୍ୟ ଦେବାକୁ କୁହାଯାଇଥିଲା। ନବରଙ୍ଗପୁର ଡିଇଓ ପ୍ରଦୀପ କୁମାର ନାଗ ଚିଠି ନଂ. ୬୩୪୧ ଅନୁଯାୟୀ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରକୁ ପ୍ରାଥମିକ ଶିକ୍ଷକ ମାନଙ୍କର ତଥ୍ୟ ଦେଇଥିଲେ। ଏଥିରେ ୭ ଜଣ ଚିକିରିରୁ ବହିଷ୍କୃତ ହୋଇଥିବା ନେଇ ନାମ ଦର୍ଶାଯାଇଥିଲେ ମଧ୍ୟ ୧୭ ଶିକ୍ଷୟିତ୍ରୀ ଶିକ୍ଷକ ଦୀର୍ଘ ବର୍ଷ ଧରି ଲମ୍ବା ଛୁଟିରେ କାହିଁକି ରହିଛନ୍ତି ତହାର କୌଣସି କାରଣ ଦର୍ଶା ଯାଇ ନ ଥିଲା। ଚିଠି ଆଧାରରେ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ କିଛି ତଥ୍ୟ ପ୍ରଦାନ କରାଯାଇ ନ ଥିଲା। ପରବର୍ତ୍ତି ସମୟରେ ଗଣ ଶିକ୍ଷା ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଉ ବୋଲି କୁହାଯାଇଥିଲା। ଫଳରେ ଦ୍ୱିତୀୟ ରିପୋର୍ଟରେ ୧୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଲମ୍ବା ଛୁଟିରେ ରହିଥିବା ଏବଂ ଜଣେ ଶିକ୍ଷକଙ୍କୁ କାର୍ଯ୍ୟଚ୍ୟୁତ କରାଯାଇଥିବା ତଥ୍ୟରେ ଦର୍ଶାଯାଇଥିଲା। କନିଷ୍ଠ ଶିକ୍ଷକ ସ୍ମୃତି ରଞ୍ଜନ ପ୍ରଧାନ ୨୦୧୯ ଜୁଲାଇ ୫ରୁ ଛୁଟିରେ ଅଛନ୍ତି। ୨୦୨୧ ଡିସେମ୍ବର ୧୬ରେ ତାଙ୍କୁ ନୋଟିସ କରାଯାଇଛି। ପରବର୍ତ୍ତି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିଭଳି ଚିନ୍ମୟୀ ଗୌଡ଼ ୨୦୧୯ ମାର୍ଚ୍ଚ ୧୩ ରୁ ଛୁଟିରେ ରହିଲେ। ୨୦୧୯ ଡିସେମ୍ବର ୧୬ ଓ ୧୮ ତାରିଖରେ ନୋଟିସ ପରେ ୨୦୨୨ ଜାନୁୟାରୀରେ ପୁଣି ନୋଟିସ ଦିଆଗଲା। ଲବ ଗୌଡ଼ ୨୦୧୦ ନଭେମ୍ବର ୧ ରୁ ୨୦୧୯ ଫେବୃୟାରୀ ୧ ପର୍ଯ୍ୟନ୍ତ ଅନୁପସ୍ଥିତ ଥିଲେ। କାରଣ ଦର୍ଶାଅ ନୋଟିସ ପରେ ଫେବୃୟାରୀ ୨୦୧୯ରେ କାର୍ଯ୍ୟଚ୍ୟୁତ କରାଯାଇଛିି ା ନରେନ୍ଦ୍ର ହରିଜନ ଏପ୍ରିଲ ୨୦୧୮ରୁ ଏପର୍ଯ୍ୟନ୍ତ ଛୁଟିରେ ଅଛନ୍ତି। ଗଣ ଶିକ୍ଷକ ପୂର୍ଣ୍ଣ ଭତରା ୨୦୧୦ ନଭେମ୍ବର ୧ରୁ ଛୁଟିରେ ଅଛନ୍ତି। ୨୦୧୬ ଡିସେମ୍ବର ୧୩ ଓ ୨୦୧୮ ଫେବୃୟାରୀ ୨୮ରେ ନୋଟିସ କରାଯାଇଥିବା ସ୍ବାଧୀନ ମାଝି ୨୦୧୪ ଅକ୍ଟୋବର ୧୩ରୁ ଛୁଟିରେ ରହିଛନ୍ତି। ୨୦୧୮ ଫେବୃୟାରୀ ଓ ୨୦୨୨ ଅଗଷ୍ଟରେ ନୋଟିସ ପ୍ରଦାନ କରାଯାଇଛି। ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିଭଳି ତପନ ପୂଜାରୀ ୨୦୧୮ ଜୁଲାଇ ୧ରୁ ଅନୁପସ୍ଥିତ ଥିବାବେଳେ ୨୦୧୮ ଡିସେମ୍ବର ୧୪ରେ ତାଙ୍କୁ ନୋଟିସ କରାଯାଇଥିବା ଦର୍ଶାଯାଇଛି ା ସେହିଭଳି ଗଣେଶ ସାହୁ ଅକ୍ଟୋବର ୨୦୧୬ ରୁ ଅନୁପସ୍ଥିତ ଥିବାବେଳେ ୨୦୧୮ ଡିସେମ୍ବରରେ ନୋଟିସ କରଯାଇଥିବା ଉଲ୍ଲେଖ ରହିଛି। ଲାଇବାନ ମାଝି ୨୦୧୬ ଓ ଗୌତମ ଦାଶ ମାର୍ଚ୍ଚ ୨୦୨୧ରୁ ଛୁଟିରେ ଥିବାରୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି। ଦୁର୍ଯ୍ୟନ ପୂଜାରୀ ଫେବୃୟାରୀ ୨୦୨୨, କେଶବ ଭତରା, ବାବାଜୀ ଚରଣ ମହନା, ରଞ୍ଜନ କୁମର କାଣ୍ଡି ଫେବୃୟାରୀ ୨୦୨୧ ଓ ନିରୁପମା ପୃଷ୍ଟି ୨୦୨୦ ଫେବୃୟାରୀରୁ ଅନୁପସ୍ଥିତ ଥିବାବେଳେ ସଙ୍ଗୀତା ରାଉତ ସେପ୍ଟେମ୍ବର ୨୦୨୧, ବିଚିତ୍ର କୁମର ମହାନ୍ତି ଜୁନ୍‌ ୨୦୧୮, ରଞ୍ଜିତ କୁମାର ଜେନା ୨୦୨୧ ମେ ମାସରୁ ଛୁଟିରେ ରହିଛନ୍ତି। ଗଣଶିକ୍ଷକ ଗୌତମ ଦାଶ ୨୦୧୬ରୁ ଅନୁପସ୍ଥିତ ଅଛନ୍ତି। ଏମାନଙ୍କ ଦରମା ବନ୍ଦ କରାଯାଇଛି। ଲାଇବାନ ମାଝି ଜୁଲାଇ ୨୦୧୬ ଓ ଗୌତମ ଦାଶ ୨୦୨୦ ଜାନୁୟାରୀ ୩ରୁ ଲମ୍ବା ଛୁଟିରେ ରହିଛନ୍ତି। ହେଲେ ସେମାନଙ୍କୁ କେବଳ ସାଧାରଣ ନୋଟିସ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାଦ୍ୱାରା ଜିଲାରେ ଶିକ୍ଷକମାନେ ଲମ୍ବା ଛୁଟିରେ ରହି ପରବର୍ତ୍ତି ସମୟରେ ଆଇନର ଗଳାବାଟ ଦେଇ ପୁଣି କର୍ମସ୍ଥଳକୁ ଫେରି ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?