ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା କାର୍ଯ୍ୟ ପୁଣି ଆରମ୍ଭ

କୋଣାର୍କ,୨୯।୮(ଜ୍ୟୋତିରାଜ ମହାନ୍ତି):୧୩ଶହ ଶତାବ୍ଦୀର ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦୀର୍ଘ ୧୨୦ବର୍ଷ ପରେ ପୁଣି ଖୋଲା ହେବା ପାଇଁ ଐତିହାସିକ ନିଷ୍ପତ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ନିଆଯାଇ ଗତ ଜାନୁୟାରୀ ୩ରୁ ବାଲି କଢ଼ା କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର କୌଣସି କାରଣକୁ ନେଇ ଏହି ବାଲି କଢ଼ା କାର୍ଯ୍ୟ ଦୀର୍ଘଦିନ ପାଇଁ ବନ୍ଦ ରଖାଯାଇଥିଲା। ତେବେ ସୋମବାର ଏଏସ୍‌ଆଇ ପକ୍ଷରୁ ନିଯୁକ୍ତ ଠିକାଦାର ଦ୍ୱାରା ୫ମାସ ପରେ ପୁନର୍ବାର କ୍ରେନ ସାହାଯ୍ୟରେ ବଡ଼ ବଡ଼ ଲୁହା ବିମ ସବୁ ଲଗାଯାଇ କାର୍ଯ୍ୟ କରାଯାଉଛି। ମାର୍ଚ୍ଚ ମାସରୁ ବନ୍ଦ ରହିବାରୁ ଏବେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍‌ ଲଗାଯାଇଛି। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ବତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯାଉଛି। ପାଦଦେଶରୁ ପାଇପ ସାହାଯ୍ୟରେ ବାଲିକୁ ସ୍ବତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ରଖାଯିବ। ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ଖୋଲାଯିବ ବୋଲି ସୂଚନା ମିଳିଛି।
ସୂଚନାଥାଉକି, କୋଣାର୍କ ସୂର୍ଯ୍ୟମନ୍ଦିରକୁ ଇଂରେଜମାନେ ଉଦ୍ଧାର କରିବା ପରେ ସୂର୍ଯ୍ୟମନ୍ଦିରର ଜଗମୋହନ ମନ୍ଦିରରୁ ପଥର ଖସିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଗର୍ଭଗୃହରେ ସେମାନେ ଉପାୟ ନ ପାଇ ୧୯୦୩ରୁ ୧୯୦୯ ମସିହା ମଧ୍ୟରେ ସମ୍ପୂର୍ଣ୍ଣ ବାଲି ପୂରାଇ ଏହାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦେଇଥିଲେ। ମାତ୍ର ପରେ କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ସଭାପତି ସ୍ବର୍ଗତ ବାଦଲ ଦାଶଙ୍କ ଗର୍ଭ ଗୃହରୁ ବାଲି କାଢି ସର୍ବସାଧାରଣ ପାଇଁ ପ୍ରବେଶ ପଥ ଖୋଲିବା ପାଇଁ ଦାବି ଓ କଟକର ଆଇନଜୀବୀଙ୍କର ଏହାକୁ ନେଇ ପିଏଲଆଇ କରିବା ପରେ ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସମସ୍ତ ତଥ୍ୟ ସଂଗ୍ରହ କରି ଗର୍ଭଗୃହରୁ ବାଲି କଢାଗଲେ କୌଣସି ବିପଦ ନଥିବା ପରାମର୍ଶ ଦେବା ପରେ ଓ କେନ୍ଦ୍ର ପାର୍ଲାମେଣ୍ଟ କମିଟିର ପରାମର୍ଶକ୍ରମେ ଏଏସ୍‌ଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ନିମନ୍ତେ ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଥମେ ସୂର୍ଯ୍ୟମନ୍ଦିର ଜଗମୋହନ ମନ୍ଦିରର ଉପରିଭାଗ ପଶ୍ଚିମ ଦିଗରେ ୫ଫୁଟରେ ଏକ ସ୍ବତନ୍ତ୍ର ଟନେଲ ପଥର କଟାଯାଇ ସୁରକ୍ଷିତ ଭାବେ ଗର୍ଭଗୃହରେ ଥିବା ବାଲିକୁ ସ୍ବତନ୍ତ୍ର ଲିଫ୍ଟରେ ସ୍ଥାନାନ୍ତର କରାଯିବ। ଏ ନେଇ ବିଡିଆର ପ୍ରାଃ ଲିଃ ପକ୍ଷରୁ ବରିଷ୍ଠ ଇଞ୍ଜିନିୟର ଓ ଆର୍ଟିଟେକ ଡିଜାଇନର ଲୋକନାଥ ବେହେରାଙ୍କ ତତ୍ତ୍ୱାବଧାନରେ ଏଏସ୍‌ଆଇର ଇଞ୍ଜିନିୟରଙ୍କ ଉପସ୍ଥିତିରେ ପର୍ଯ୍ୟାୟକ୍ରମେ କାର୍ଯ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri