ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା କାର୍ଯ୍ୟ ପୁଣି ଆରମ୍ଭ

କୋଣାର୍କ,୨୯।୮(ଜ୍ୟୋତିରାଜ ମହାନ୍ତି):୧୩ଶହ ଶତାବ୍ଦୀର ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦୀର୍ଘ ୧୨୦ବର୍ଷ ପରେ ପୁଣି ଖୋଲା ହେବା ପାଇଁ ଐତିହାସିକ ନିଷ୍ପତ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ନିଆଯାଇ ଗତ ଜାନୁୟାରୀ ୩ରୁ ବାଲି କଢ଼ା କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର କୌଣସି କାରଣକୁ ନେଇ ଏହି ବାଲି କଢ଼ା କାର୍ଯ୍ୟ ଦୀର୍ଘଦିନ ପାଇଁ ବନ୍ଦ ରଖାଯାଇଥିଲା। ତେବେ ସୋମବାର ଏଏସ୍‌ଆଇ ପକ୍ଷରୁ ନିଯୁକ୍ତ ଠିକାଦାର ଦ୍ୱାରା ୫ମାସ ପରେ ପୁନର୍ବାର କ୍ରେନ ସାହାଯ୍ୟରେ ବଡ଼ ବଡ଼ ଲୁହା ବିମ ସବୁ ଲଗାଯାଇ କାର୍ଯ୍ୟ କରାଯାଉଛି। ମାର୍ଚ୍ଚ ମାସରୁ ବନ୍ଦ ରହିବାରୁ ଏବେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍‌ ଲଗାଯାଇଛି। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ବତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯାଉଛି। ପାଦଦେଶରୁ ପାଇପ ସାହାଯ୍ୟରେ ବାଲିକୁ ସ୍ବତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ରଖାଯିବ। ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ଖୋଲାଯିବ ବୋଲି ସୂଚନା ମିଳିଛି।
ସୂଚନାଥାଉକି, କୋଣାର୍କ ସୂର୍ଯ୍ୟମନ୍ଦିରକୁ ଇଂରେଜମାନେ ଉଦ୍ଧାର କରିବା ପରେ ସୂର୍ଯ୍ୟମନ୍ଦିରର ଜଗମୋହନ ମନ୍ଦିରରୁ ପଥର ଖସିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଗର୍ଭଗୃହରେ ସେମାନେ ଉପାୟ ନ ପାଇ ୧୯୦୩ରୁ ୧୯୦୯ ମସିହା ମଧ୍ୟରେ ସମ୍ପୂର୍ଣ୍ଣ ବାଲି ପୂରାଇ ଏହାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦେଇଥିଲେ। ମାତ୍ର ପରେ କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ସଭାପତି ସ୍ବର୍ଗତ ବାଦଲ ଦାଶଙ୍କ ଗର୍ଭ ଗୃହରୁ ବାଲି କାଢି ସର୍ବସାଧାରଣ ପାଇଁ ପ୍ରବେଶ ପଥ ଖୋଲିବା ପାଇଁ ଦାବି ଓ କଟକର ଆଇନଜୀବୀଙ୍କର ଏହାକୁ ନେଇ ପିଏଲଆଇ କରିବା ପରେ ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସମସ୍ତ ତଥ୍ୟ ସଂଗ୍ରହ କରି ଗର୍ଭଗୃହରୁ ବାଲି କଢାଗଲେ କୌଣସି ବିପଦ ନଥିବା ପରାମର୍ଶ ଦେବା ପରେ ଓ କେନ୍ଦ୍ର ପାର୍ଲାମେଣ୍ଟ କମିଟିର ପରାମର୍ଶକ୍ରମେ ଏଏସ୍‌ଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ନିମନ୍ତେ ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଥମେ ସୂର୍ଯ୍ୟମନ୍ଦିର ଜଗମୋହନ ମନ୍ଦିରର ଉପରିଭାଗ ପଶ୍ଚିମ ଦିଗରେ ୫ଫୁଟରେ ଏକ ସ୍ବତନ୍ତ୍ର ଟନେଲ ପଥର କଟାଯାଇ ସୁରକ୍ଷିତ ଭାବେ ଗର୍ଭଗୃହରେ ଥିବା ବାଲିକୁ ସ୍ବତନ୍ତ୍ର ଲିଫ୍ଟରେ ସ୍ଥାନାନ୍ତର କରାଯିବ। ଏ ନେଇ ବିଡିଆର ପ୍ରାଃ ଲିଃ ପକ୍ଷରୁ ବରିଷ୍ଠ ଇଞ୍ଜିନିୟର ଓ ଆର୍ଟିଟେକ ଡିଜାଇନର ଲୋକନାଥ ବେହେରାଙ୍କ ତତ୍ତ୍ୱାବଧାନରେ ଏଏସ୍‌ଆଇର ଇଞ୍ଜିନିୟରଙ୍କ ଉପସ୍ଥିତିରେ ପର୍ଯ୍ୟାୟକ୍ରମେ କାର୍ଯ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?