ଲକ୍ଷ୍ୟ ହାସଲ ଯାଏ ପରିଶ୍ରମ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ପିଲାମାନେ ବଡ଼ ମଣିଷ ହେବାର ସ୍ବପ୍ନ ଦେଖିବା ସହ ଅନ୍ତର୍ନିହିତ ପ୍ରତିଭା ଉପଯୋଗକରି ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବେ। ପିଲାଙ୍କ ସଫଳତା ହିଁ ସମାଜ, ବିଦ୍ୟାଳୟ ଓ ପରିବାରର ଗୌରବ। ତେଣୁ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଗୁରୁବାର ଗଞ୍ଜାମ ଜିଲା ହିଞ୍ଜିଳିରେ ୩ୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ରମାନଙ୍କୁ ଏହି ଉଦ୍‌ବୋଧନ ଦେଇଛନ୍ତି।
ପ୍ରକାଶ ଯେ, ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ ସ୍କୁଲର ଲୋକାର୍ପଣ କରାଯିବାକୁ ଥିବାବେଳେ ଗୁରୁବାର ସୁଦ୍ଧା ୩ଟି ପର୍ଯ୍ୟାୟରେ ୩୦ ସ୍କୁଲ ଲୋକାର୍ପିତ ହୋଇଛି। ଏହି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଦିଗରେ ଅଧିକ ସହାୟକ ହେବ। ଏହି ନୂଆ ସୁଯୋଗ ଓ ପରିବେଶ ବିଦ୍ୟାଳୟକୁ ଆସି ପାଠ ପଢ଼ିବା ଲାଗି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିପାରିଛି। ଏହି ଆଗ୍ରହ ହିଁ ସେମାନଙ୍କ ସଫଳତା ପାଇଁ ନୂଆ ରାସ୍ତା ଫିଟାଇବ। ଛାତ୍ର ଜୀବନ ସବୁଠାରୁ ମୂଲ୍ୟବାନ୍‌ ସମୟ ହୋଇଥିବାରୁ ଏହାର ସଦୁପଯୋଗ କରି ନିଜ ପ୍ରତିଭାର ବିକାଶ ପାଇଁ ପିଲାମାନେ ଉଦ୍ୟମ କରିବା ଆବଶ୍ୟକ। ୫-ଟି କାର୍ଯ୍ୟକ୍ରମ ଜରିଆରେ ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରୀକରଣ କରାଯାଇଛି ସେ ନେଇ ମୁଖ୍ୟମନ୍ତ୍ରୀ ବୁଝାଇଛନ୍ତି। ସେ ଆହୁରି କହିଛନ୍ତି, ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡ଼ିଶାର ସବୁ ସ୍କୁଲରେ ରୂପାନ୍ତରଣ ଆସିବ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବିଧାୟକ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଜ ସମ୍ପତ୍ତି ପରି ରୂପାନ୍ତରଣ ହୋଇଥିବା ସ୍କୁଲଗୁଡିକର ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗୋଟିଏ ନିର୍ବାଚନମଣ୍ଡଳୀର ସମସ୍ତ ସରକାରୀ ବିଦ୍ୟାଳୟ ରୂପାନ୍ତରୀକରଣରେ ହିଞ୍ଜିଳି ସାରା ଦେଶରେ ପ୍ରଥମ। ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍କୁଲ ରୂପାନ୍ତରଣ ପରେ ପାଠ ପ୍ରତି ସେମାନଙ୍କ ଆଗ୍ରହ ଦ୍ୱିଗୁଣିତ ହୋଇଥିବା କାର୍ଯ୍ୟକ୍ରମରେ ଉପସ୍ଥିତ କେତେଜଣ ଛାତ୍ରୀଛାତ୍ର ବର୍ଣ୍ଣନା କରିଥିଲେ। ୧୦ଟି ଯାକ ସ୍କୁଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅରୁଣ ସାହୁ, ପଦ୍ମନାଭ ବେହେରା, ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସୁଶାନ୍ତ ରାଉତ ଏବଂ ସରପଞ୍ଚ, ପୁରାତନ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ, ଏ ରୂପାନ୍ତରଣକୁ ଆସନ୍ତା ଦିନରେ ସାରା ଦେଶ ଅନୁକରଣ କରିବ। ଗଞ୍ଜାମ ଜିଲାପାଳ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୨୭୮ ଡାକ୍ତର ପଦବୀ ପୂରଣ ପାଇଁ ଓପିଏସ୍‌ସିକୁ ଚିଠି

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ରାଜ୍ୟରେ ଡାକ୍ତର ପଦବୀ ପୂରଣ ପାଇଁ ସୋମବାର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ଲେଖିଛି। ବିଭାଗୀୟ...

‘ଅମ୍ଫନ୍‌’ରେ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ବାତ୍ୟାରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତି ହୋଇଥିବା...

ଗରିବ ଟଙ୍କା ହଡ଼ପ କରିବାକୁ ସରକାରଙ୍କ ପ୍ରୟାସ ଲଜ୍ଜାଜନକ: ଭାଜପା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସମାଜର ତଳସ୍ତରରେ ବାସ କରୁଥିବା ସବୁଠୁ ଗରିବ ଲୋକ କିଭଳି ବିକାଶର ଲାଭ ପାଇପାରିବେ ସେନେଇ କେନ୍ଦ୍ରରେ ମୋଦି ସରକାର କାର୍ଯ୍ୟରତ। ଅନ୍ତ୍ୟୋଦୟକୁ ପ୍ରାଥମିକତା...

କିଶୋରଙ୍କୁ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ଅର୍ଥ ଅଭାବରୁ ନିଜର ଚିକିତ୍ସା କରାଇ ପାରୁ ନ ଥିଲେ କିଶୋର। ମନୋବଳ ହରାଇ ଦେଇଥିଲେ। ଏହି ସମୟରେ ସହାୟତାର ହାତ ବଢାଇଲା...

ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ବର, ୯ା୮(ବ୍ୟୁରୋ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଦିଲ୍ଲୀ ଫେରିଯାଇଛନ୍ତି। ହେଲେ ତାଙ୍କ ଗସ୍ତକୁ ନେଇ ବିଜେଡି...

ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ‘ଭିକୁ ସେଠ୍‌’

ଚୌଦ୍ୱାର,୧୨।୯(ଡି.ଏନ୍‌.ଏ.): ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସ। ଶନିବାର ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ଚୌଦ୍ୱାରରୁ କଟକ ନେବା...

ଯାନ୍ତ୍ରୀକ ତ୍ରୁଟି ଯୋଗୁ ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ, ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୨।୫(ଡି.ଏନ୍‌.ଏ.)-ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲି ସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ୪ଟି ୟୁନିଟ୍‌ ରହିଛି। ଏଥିମଧ୍ୟରୁ ୧ମ ୟୁନିଟ୍‌ରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା...

କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର

ମାଲକାନଗିରି ,୨୨ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ମାଲକାନଗିରି ଆନୁକୂଲ୍ୟରେ ବୁଧବାର ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର...

Advertisement
Archives

Model This Week