Posted inଫୁରସତ

ଓ୍ବାର୍କ ଫ୍ରମ୍‌ ଓ୍ବେଡିଂ, ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବିବାହ ବେଦୀରେ ବର ଲାପଟପ୍‌ ଧରି କାମ କରିବାରେ ବ୍ୟସ୍ତ। ପଣ୍ଡିତ ମନ୍ତ୍ର ପଢୁଥିବାବେଳେ ବରଙ୍କର କନ୍ୟା ଅବା ଅନ୍ୟ ଅତିଥିଙ୍କ ପ୍ରତି ନିଘା ନାହିଁ। ସେ ନିଜ କାମ କରି ଚାଲିଛନ୍ତି। କାମ ଶେଷ ପରେ ସେ ବିବାହ ପରମ୍ପରା ପାଳନ କରିଛନ୍ତି। ବରଙ୍କର ଏଭଳି କାର୍ଯ୍ୟ ଦେଖି କନ୍ୟା ହସି ହସି ବେଦମ୍‌ ହେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। କିନ୍ତୁ ବର କନ୍ୟାଙ୍କ ହସ ପ୍ରତି ଦୃଷ୍ଟି ନ ଦେଇ କେବଳ କାମ କରି ଚାଲିଛନ୍ତି। ଏହି ଭିଡ଼ିଓକୁ ଦୁହ୍ଲନିଆ ନାମକ ୟୁଜରଙ୍କ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରାଯାଇଛି। ଏହାକୁ ନେଇ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। କରୋନା ମହାମାରୀ ଯୋଗୁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା ଯୋଗାଇ ଦେଇଥ୍‌ତ୍ବାବେଳେ ବର ଓ୍ବାର୍କ ଫ୍ରମ୍‌ ଓ୍ବେଡିଂ କରୁଥିବା କେତେକ ୟୁଜର ମତ ଦେଇଛନ୍ତି। ତେବେ ଭିଡ଼ିଓଟି କେବେ ଶୁଟିଂ କରାଯାଇଛି ଏବଂ ଏହା କେଉଁଠି ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେକ୍‌ କୌତୁକ

ବହୁଦିନ ତଳର କଥା। ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି। ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ...

ଆଜି ହୋଇଥିଲା ଦେଶରେ ପ୍ରଥମ ମୋବାଇଲ କଲ୍‌, ଜାଣନ୍ତୁ କିଏ କାହାକୁ କରିଥିଲେ ଫୋନ୍‌

ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ୨୫ ବର୍ଷ ପୂର୍ବେ, ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ...

ପାପୁଲିରେ ଚାଉଳ ଦେଖି ପାଖକୁ ଆସିଲା ମୟୂର, ଆଉ ତାପରେ

ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଅନେକ ଖୁସି ଲାଗିଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ...

ଇନ୍‌ଷ୍ଟାଗ୍ରାମର ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’

ବାଡ୍ଡି ଓ୍ବିଙ୍କଲ୍‌। ବୟସ ୯୨। କିନ୍ତୁ ଏବେ ବି କମିନି ତାଙ୍କ ଜଲଓ୍ବା। ଷ୍ଟାଇଲରେ ସେ ଆଜିକାଲି ମଡେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସବୁଠୁ...

୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା...

ଡ୍ରାଗନ୍‌ ଗର୍ଲ ହେବାକୁ ଖର୍ଚ୍ଚ କଲେ ୯୦ ଲକ୍ଷ

ପ୍ରତେକ ଲୋକଙ୍କର ସଉକ ଭିନ୍ନ ପ୍ରକାରର ରହିଥାଏ। କିଏ ଖାଇବାକୁ ପସନ୍ଦ କରେ ତ ଆଉ କିଏ କିଛି ଭିନ୍ନ କରି ଦେଖାଇବାକୁ। ଏଥିପାଇଁ ସେମାନଙ୍କୁ...

ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ...

କରୋନା ମହାମାରୀ ସମୟରେ ହୋଟେଲ୍‌ରେ ରହୁଛନ୍ତି କି? ଜାଣନ୍ତୁ କିପରି ନିଜକୁ ରଖିବେ ସୁରକ୍ଷିତ

ମହାମାରୀ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ୩ ମାସର ଲକ୍‌ଡାଉନ୍‌ ପରେ ଲୋକେ ଧୀରେ ଧୀରେ ବାହାରକୁ...

Advertisement
Archives

Model This Week