Posted inଜାତୀୟ

ଗାଜିପୁର ସୀମାରୁ ହଟିବାକୁ ରାଜି ନୁହନ୍ତି ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮।୧: ଉତ୍ତର ପ୍ରଦେଶ(ୟୁପି) ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗାଜିପୁର ସୀମାରୁ ହଟିବାକୁ ମନା କରି ଦେଇଛନ୍ତି ଆନ୍ଦୋଳନରତ କୃଷକ। ଭାରତୀୟ କିଷାନ ୟୁନିୟନ ପ୍ରବକ୍ତା ରାକେଶ ଟିକାଇଟ୍‌ କହିଛନ୍ତି, କୃଷକଙ୍କ ଆନ୍ଦୋଳନ ଜାରି ରହିବ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପୂର୍ବରୁ ଆନ୍ଦୋଳନସ୍ଥଳ ଖାଲି କରିବୁ ନାହିଁ। ଗାଜିଆବାଦ ପ୍ରଶାସନ ଆନ୍ଦୋଳନସ୍ଥଳରୁ ବିଦ୍ୟୁତ୍‌ ଓ ପାଣି ଯୋଗାଣ ବନ୍ଦ କରି ଦେଇଛନ୍ତି ବୋଲି ଟିକାଇଟ୍‌ କହିଛନ୍ତି।

ସୀମାରୁ କୃଷକଙ୍କୁ ତଡ଼ିବା ଲାଗି ୟୁପି ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଏହାପରେ କୃଷକଙ୍କୁ ଦିଲ୍ଲୀ-ଗାଜିଆବାଦ ସୀମାରୁ ହଟିବାକୁ କହିଥିଲା ଗାଜିଆବାଦ ଜିଲା ପ୍ରଶାସନ। ଗାଜିଆବାଦ ସୀମାରେ ଡିସେମ୍ବର ଆରମ୍ଭରୁ ଆନ୍ଦୋଳନ ଚାଲିଛି। ଗୁରୁବାର ରାତି ସୁଦ୍ଧା କୃଷକମାନେ ଆନ୍ଦୋଳନ ସ୍ଥଳ ନ ଛାଡ଼ିଲେ ବଳ ପୂର୍ବକ ସୀମା ଖାଲି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ବିଫଳ: ରାହୁଲଙ୍କ ଉପରେ ବର୍ଷିଲେ ଜାଭେଡକର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ଦେଶରେ ଜାରି କରାଯାଇଛି ଲକ୍‌ଡାଉନ ୪.୦। ହେଲେ ପୂର୍ବ ଲକ୍‌ଡାଉନ ଭଳି ଏଥିରେ ନିୟମରେ କିଛିଟା ପରିବର୍ତ୍ତନ...

ମୋଦି ଶୋଇଛନ୍ତି, ସିବିଆଇ ପାରିବ ତ

ନୂଆଦିଲ୍ଲୀ/ଲଣ୍ଡନ/ଇମ୍ଫାଲ,୨୮।୭(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ଗୁଳିଗୋଳା ଫୁଟିବାର ଶବ୍ଦ ସହ ସକାଳ ହୁଏ। ବଞ୍ଚତ୍ବା ପାଇଁ ଦିନସାରା ସଂଘର୍ଷ ଏବଂ ମୃତ୍ୟୁ ଆତଙ୍କରେ ରାତି ପାହେ। ଭାରତୀୟ ଜନତା...

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍‌ ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ...

ଦାଦା-ପୁତୁରା ହେବେନି ଏକାଠି: ଏକାକୀ ନିର୍ବାଚନ ଲଢିବେ ଶିବପାଲ

ଲକ୍ଷ୍ନୌ, ୧୪।୬: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ ଭାଙ୍ଗିବା ପରେ ସାନ ଭାଇ ଶିବପାଲ ଯାଦବ ଏବଂ ପୁଅ...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାକ୍‌ର ଏଣ୍ଟ୍ରି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ରହିଛି ଗରମ। ତେବେ ଏହି ସମୟରେ ଦିଲ୍ଲୀ ନିର୍ବାଚନରେ ପାକିସ୍ତାନର ପ୍ରବେଶକୁ ନେଇ ଚର୍ଚ୍ଚା ଯୋର...

ଅପରେଶନ ବେଳେ ହତବାକ୍‌ ହେଲେ ଡାକ୍ତର: ପେଟରୁ ବାହାରିଲା ଛୁଞ୍ଚି, ବେଲ୍ଟ ସମେତ ୩୩ ସାମଗ୍ରୀ

ଛତ୍ରପୁର,୧୭।୭: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କ ପେଟରୁ ଡାକ୍ତର ୩୩ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛତ୍ରପୁର...

ପଛୁଆବର୍ଗଙ୍କୁ ଠକିବା ପାଇଁ ପ୍ରୟାସ କରାଯାଉଛି: ଶ୍ରୀକାନ୍ତ

ଭୁବନେଶ୍ବର, ୨୨ା୩(ବ୍ୟୁରୋ): ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି। ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ। ୨୩ ବର୍ଷ ଏହି ବର୍ଗକୁ...

ଏଲୋପାଥିକୁ ସମାଲୋଚନା ନେଇ ରାମଦେବଙ୍କୁ ତାଗିଦ୍‌ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୩।୮ : ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଏଲୋପାଥି ଏବଂ ଏଲୋପାଥିକ ଡାକ୍ତରଙ୍କୁ ସମାଲୋଚନା କରିଥିବାରୁ ସୁପ୍ରିମକୋର୍ଟ ରାମଦେବଙ୍କୁ କହିଛନ୍ତି ଯେ...

Advertisement
Archives

Model This Week