Posted inଖେଳ

ମହିଳା ହକି: ରାଣୀଙ୍କ ଗୋଲରେ ମ୍ୟାଚ ଡ୍ର

ବୁଏନ୍ସ ଆରିଜ, ୨୧।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ହାତଛଡ଼ା କରିବା ପରେ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ବଳରେ ଆର୍ଜେଣ୍ଟିନାର ଜୁନିୟର ଦଳ ବିପକ୍ଷରେ ୧-୧ ଗୋଲରେ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଛି। ଭାରତର ଏହା କ୍ରମାଗତ ଦ୍ୱିତୀୟ ଡ୍ର। ପୂର୍ବରୁ ଆର୍ଜେଣ୍ଟିନା ଜୁନିୟର ଦଳ ବିପକ୍ଷରେ ଭାରତ ୨-୨ ଗୋଲରେ ମ୍ୟାଚ ଅମୀମାଂସିତ ରଖିଥିଲା।
ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳିଥିଲା। ଫଳରେ ୧ମ ମିନିଟରେ ହିଁ ଦଳକୁ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଗୁରଜିତ କୌରଙ୍କ ଶଟ୍‌କୁ ଆର୍ଜେଣ୍ଟିନା ଗୋଲକିପର ଅଟକାଇ ଦେଇଥିଲେ। ୫ମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲେ ହେଁ ଦୀପ୍‌ ଗ୍ରେସ୍‌ ଏକ୍କା ମାରିଥିବା ଶଟ୍‌ ପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହାପରେ ଘରୋଇ ଦଳ ଲଗାତର ୩ ପୋଲ୍ଟି କର୍ନର ପାଇଥିଲା। ୧୩ତମ ମିନିଟରେ ଗୋଲ ଦେଇ ଦଳ ୧-୦ ଗୋଲରେ ଅଗ୍ରଣୀଲାଭ କରିଥିଲା। ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଭାରତ ଏକାଧିକ ଥର ବଲ୍‌ନେଇ ପ୍ରତିପକ୍ଷ ପୋଷ୍ଟରେ ପହଞ୍ଚତ୍ଥିଲେ ହେଁ ଘରୋଇ ରକ୍ଷଣଭାଗକୁ ଭେଦକରିପାରି ନ ଥିଲା। ୩୭, ୪୩, ୪୮ ଓ ୫୮ତମ ମିନିଟରେ ଦଳ ୪ଟି ପେନାଲ୍ଟି କର୍ନର ପାଇଥିଲା। ପ୍ରଥମ ତିନୋଟି ବେକାର ଯାଇଥିବାବେଳେ ୫୮ତମ ମିନିଟରେ ନଭନୀତ କୌରଙ୍କ ପୁଶ୍‌କୁ ରାଣୀ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ। ଭାରତୀୟ ଦଳର ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି କୋଚ୍‌ ଜୋର୍ଡ ମାରିଜନେ। ଦଳର ପ୍ରଦର୍ଶନ ଦିନକୁ ଦିନ ଉନ୍ନତି ହେଉଛି। ଚୂଡ଼ାନ୍ତ ୧୮ ଜଣିଆ ଦଳରେ ଏକାଧିକ ଖେଳାଳିଙ୍କୁ ସୁଯୋଗ ଦିଆ ଯାଉଛି। ଫଳରେ କୋର୍‌ ଗ୍ରୁପ୍‌ ଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ଭାରତ ଚଳିତମାସ ୨୩ ତାରିଖରେ ଆର୍ଜେଣ୍ଟିନା ‘ବି’ ଟିମ୍‌କୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri