Posted inଖେଳ

ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌: ସେମିଫାଇନାଲରେ ପହଞ୍ଚିଲା ଚାଇନା

ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦଳ ବର୍ତ୍ତମାନ ଆୟୋଜକ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ। ଶନିବାର ଖେଳାଯାଇଥିବା ଏହି ମ୍ୟାଚର ୯୦ମିନିଟ ଖେଳରେ ଗୋଲ୍‌ଶୂନ୍ୟ ରହିଥିଲା। ଅତିରିକ୍ତ ଖେଳର ୩ୟ ମିନିଟରେ ତାଇଓ୍ବାନର ଶାଓ ଜିକ୍ୱିନଙ୍କ ଗୋଲ୍‌ ବଳରେ ଚାଇନା ପ୍ରଥମେ ୧-୦ ଗୋଲ୍‌ରେ ଅଗ୍ରଣୀ ଲାଭ କରିଥିଲା। ପରେ ତାଇଓ୍ବାନର ୧୧୮ତମ ମିନିଟ୍‌ରେ ୟିନ୍‌ଘୁଇ ଚେନ୍‌ଙ୍କ ଗୋଲ୍‌ରେ ଚାଇନା ୨-୦ େଗୋଲ୍‌ରେ ବିଜୟ ଲାଭ କରିଥିଲା।

ଶୁକ୍ରବାର ଉତ୍ତର କୋରିଆ ବିପକ୍ଷରେ ୨-୧ ଗୋଲ୍‌ରେ ବିଜୟ ହାସଲ କରି ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବା ସହ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରିଛି। ସିଡ୍‌ନୀରେ ଅନ୍ୟ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆ ୬-୦ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରି ଅନ୍ୟତମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।

ରବିବାର ଜାପାନ ପ୍ରତିଯୋଗିତାର ଶେଷ କ୍ୱାର୍ଟରଫାଇନାଲରେ ଫିଲିପାଇନ୍ସକୁ ଭେଟିବ। ଜାପାନ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୩ଟି ମ୍ୟାଚରେ ବିଜୟ ହାସଲ କରିଛି। ସେମିଫାଇନାଲ ମ୍ୟାଚ୍‌ଗୁଡ଼ିକ ମଙ୍ଗଳବାର ଓ ବୁଧବାର ଖେଳାଯିବ। ଫାଇନାଲ ଶନିବାର ସିଡ୍‌ନୀଠାରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri