ବଜେଟ୍‌ରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ବର, ୧୮ା୨(ବ୍ୟୁରୋ): ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ କେନ୍ଦ୍ରୀୟ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି। ଚଳିତ ବର୍ଷ ଆଗତ ହୋଇଥିବା ‘ଅମୃତ କାଳ’ ବଜେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ା କେନ୍ଦ୍ର ବଜେଟ ଆଲୋଚନା ପାଇଁ ଓଡିଶା ଆସିଥିବା ସୀତାରାମନ ଶୁକ୍ରବାର ଅପରାହ୍ନରେ ରାଜ୍ୟ କାର୍ଯ୍ୟଳୟକୁ ଆସିଥିଲେ ା ଉପସ୍ଥିତ ଶତାଧିକ ମହିଳାମାନେ ପାରମ୍ପରିକ ଭାବେ ହୁଳହୁଳି ଓ ପୁଷ୍ପ ମାଲ୍ୟ ଦେଇ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଅମୃତକାଳ ବଜେଟ ଉପସ୍ଥାପନା କରିଥିବାରୁ ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଦେଇଛନ୍ତି। ବଜେଟ ସମ୍ପର୍କରେ ମତ ଦେଇ ସୀତାରାମନ କହିଛନ୍ତି, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ସଶକ୍ତୀକରଣ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ା ମହିଳାମାନଙ୍କ ଉପତ୍ାଦିତ ସାମଗ୍ରୀଗୁଡ଼ିକୁ ଦେଶବିଦେଶର ବଜାରରେ ପହଞ୍ଚାଇବା ସହିତ ସେମାନଙ୍କୁ ସବୁ ପ୍ରକାର ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏପରିକି ଡିଜିଟାଲ ବଜାରରେ ମଧ୍ୟ ତାଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରଥମ ଥର ପାଇଁ ମହିଳା ସମ୍ମାନ ସଞ୍ଚୟ ପତ୍ର ଜରିଆରେ ମହିଳାମାନଙ୍କୁ ୨ ବର୍ଷିଆ ଡିପୋଜିଟରେ ସର୍ବାଧିକ ୭.୫ ପ୍ରତିଶତ ସୁଧ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ବୋଲି ସୀତାରାମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri