Posted inଖେଳ

ହିଏ-ଓ୍ବାଙ୍ଗ୍‌ଙ୍କୁ ମହିଳା ଡବଲ୍ସ ଟାଇଟଲ

ପ୍ୟାରିସ, ୧୨ା୬: ତାଇଓ୍ବାନର ହିଏ ସୁ ଓ୍ବେଇ ଓ ଚାଇନାର ଓ୍ବାଙ୍ଗ୍‌ ଜିନ୍‌ୟୁ ଫ୍ରେଞ୍ଚ ଓପନ ଟେନିସ ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ସେମାନେ ୟୁଏସ୍‌-କାନାଡିଆନ ଯୋଡ଼ି ଟେଲର ଟାଉନ୍‌ସେଣ୍ଡ ଓ ଲେଲା ଫର୍ନାଣ୍ଡିଜଙ୍କୁ ୧-୬, ୭-୬ (୭/୫), ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ପାର୍ଟନରଶିପ୍‌ରେ ଏହା ଦ୍ୱିତୀୟ ଟୁର୍ନାମେଣ୍ଟ ଥିଲା। ଏହା ପୂର୍ବରୁ ସେମାନେ ଷ୍ଟ୍ରାସ୍‌ବର୍ଗରେ ଏକ ଇଭେଣ୍ଟ ଖେଳିଥିଲେ। ସିଜନରେ ସେମାନେ ପ୍ରଥମ ଥର ଏକ ଟାଇଟଲ ହାତେଇବାରେ ସମର୍ଥ ହୋଇଛନ୍ତି। ଫାଇନାଲରେ ୧୦ମ ସିଡ୍‌ ଟାଉନସେଣ୍ଡ/ଫର୍ନାଣ୍ଡିଜଙ୍କୁ ହରାଇବା ପୂର୍ବରୁ ସେମାନେ ଟୁର୍ନାମେଣ୍ଟରେ ୫ମ ସିଡ ଯୋଡ଼ି ସ୍କର୍ସ /କ୍ରାସିଜିକ୍‌, ୬ଷ୍ଠ ସିଡ ମେଲିଚାର-ମାର୍ଟିନେଜ/ପେରେଜ, ୯ମ ସିଡ୍‌ ଝାଙ୍ଗ୍‌/ ମ୍ଲାଡେନୋଭିଚ୍‌ ଏବଂ ୧୫ତମ ସିଡ୍‌ କୁଦରମେତୋଭା/ ସାମ୍‌ସୋନୋଭାଙ୍କୁ ପରାସ୍ତ କରିଥିଲେ। ସୂଚନାଯୋଗ୍ୟ, ଆଘାତଜନିତ ସମସ୍ୟା ଯୋଗୁ ହିଏ ୨୦୨୧ ପରଠାରୁ ଗୋଟିଏ ହେଲେ ଗ୍ରାଣ୍ଡସ୍ଲାମ ଖେଳି ନ ଥିଲେ। ୩୭ ବର୍ଷୀୟା ହିଏଙ୍କର ଏହା ଥିଲା ୬୦ତମ ଗ୍ରାଣ୍ଡ ସ୍ଲାମ ଡବଲ୍ସ ମୁଖ୍ୟ ଡ୍ର। ବର୍ତ୍ତମାନ ତାଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ତନ୍ମଧ୍ୟରେ ଓ୍ବିମ୍ବେଲଡନରେ ତିନୋଟି (୨୦୧୩, ୨୦୧୯, ୨୦୨୧) ଏବଂ ରୋଲାଣ୍ଡ ଗ୍ୟାରୋସଠାରେ ଦୁଇଟି (୨୦୧୪ ଓ ୨୦୨୩)। ମୋଟ ଉପରେ ଏହା ହେଉଛି ତାଙ୍କୁ ୩୧ତମ ଡବଲ୍ସ ଟାଇଟଲ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri