ଅଲେଖ ଶୂନ୍ୟବ୍ରହ୍ମ ମଠ ଉଚ୍ଛେଦ ମସୁଧା

ପାଣିକୋଇଲି,୧୨ା୬(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ମୌଜାର ରୁଢ଼ିଆ ଗ୍ରାମ ନିକଟସ୍ଥ ଅଲେଖ ଶୂନ୍ୟବ୍ରହ୍ମ ମଠ ଶତାଧିକ ବର୍ଷ ହେଲା ରହି ଆସିଛି। ମାତାବାବାଙ୍କ ସମାଧି ପୀଠ ସହ କରଦା, ମୂଳାପାଳ, ମାଳଆନନ୍ଦପୁର ପଞ୍ଚାୟତର ଅଧିବାସୀ ଏହାର ବାର୍ଷିକ ପୂଜାର୍ଚ୍ଚନା କରିଥାନ୍ତି। ଏହି ଆଶ୍ରମ ପ୍ରତି ସାଧାରଣରେ ଅହେତୁକ ଶ୍ରଦ୍ଧା ଓ ସମ୍ମାନ ରହିଛି। ବର୍ତ୍ତମାନ ଷଠିପୁରଠାରୁ ମାଳଆନ୍ଦପୁର ପର୍ଯ୍ୟନ୍ତ ରାସ୍ତା ଦୋହରାକରଣ ଚାଲିଛି। ରାସ୍ତା ଏହି ମଠ ଦେଇଯାଉଛି। ତେଣୁ ଠିକାସଂସ୍ଥା ପକ୍ଷରୁ ଏହାକୁ ଭଙ୍ଗାଯିବାକୁ ମସୁଧା କରାଯାଉଛି। ୧୨ ତାରିଖରେ ଏହାକୁ ଉଚ୍ଛେଦ କରିବାକୁ ବ୍ୟାସନଗର ତହସିଲଦାର ପାଣିକୋଇଲି ଥାନାକୁ ଜଣାଇଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବ୍ୟାସନଗର ତହସିଲଦାର ଉଚ୍ଛେଦ କରିବେ ବୋଲି ଜାଣିବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାଯିବାକୁ କେହି ବିରୋଧ କରୁ ନ ଥିବାବେଳେ କେବଳ ସ୍ଥାନାନ୍ତର ପାଇଁ ଜନସାଧାରଣଙ୍କ ଦାବି ସତ୍ତ୍ୱେ ତହସିଲ ପ୍ରଶାସନର ଏପରି କଠୋର ନିଷ୍ପତ୍ତିକୁ ସାଧାରଣରେ ବିରୋଧ କରାଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ସତ୍ତ୍ୱେ ବ୍ୟାସନଗର ତହସିଲଦାର କିଭଳି ଏଭଳି ଉଦ୍ୟମ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନର ମନମାନିକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଜନସାଧାରଣଙ୍କ ଭାବାବେଗକୁ ଦେଖି ପ୍ରଶାସନ ଏହାକୁ ସ୍ଥାନାନ୍ତର କରି ରାସ୍ତା ନେଲେ କେହି ବିରୋଧ କରିବା ପ୍ରଶ୍ନ ଉଠୁନି। କିନ୍ତୁ ଶହଶହ ବର୍ଷର ଧର୍ମୀୟ ଭାବନାକୁ କୁଠାରାଘାତ କରି ଉଚ୍ଛେଦ ନିଷ୍ପତ୍ତି କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠିଛି। ଏଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖି ପ୍ରଥମେ ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହୋଇଛି।
ପୂର୍ବରୁ ମଧ୍ୟ ମଠ ଉଚ୍ଛେଦ କରାଯିବାକୁ କୁହାଯାଇଥିବାରୁ ରୁଢ଼ିଆ ଗ୍ରାମବାସୀ ବିରୋଧ କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଠ ପଛରେ ସରକାରୀ ଜମିଥିବାରୁ ଜନସାଧାରଣଙ୍କ ବିଶ୍ୱାସ ଓ ଭାବାବେଗକୁ ଦେଖି ଏହାକୁ ସ୍ଥାନାନ୍ତର କରିବା ପରେ ରାସ୍ତା ଯିବାକୁ ଉଚ୍ଚ ନ୍ୟାୟଳୟରେ ଅପିଲ କରାଯାଇଥିଲା। ତେଣୁ ଉଚ୍ଚ ନ୍ୟାୟାଳୟ ଯାଜପୁର ତହସିଲଦାରଙ୍କୁ ଉଚ୍ଛେଦ ପ୍ରକିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ସ୍ଥିତାବସ୍ଥା ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେବା ପରେ ଯାଜପୁର ତହସିଲ ପକ୍ଷରୁ ଏହା ବ୍ୟାସନଗର ତହସିଲ ଅନ୍ତର୍ଗତ ମୂଳାପାଳ ମୌଜାର ଖାତା ନମ୍ବର ୧୩୪ ପ୍ଲଟ ନମ୍ବର ୮୯୮, ୮୯୯, ୯୦୦ରେ ଅବସ୍ଥିତ ବୋଲି ଅବଗତ କରାଯାଇଥିଲା। ଗତ ଏପ୍ରିଲ ୨୩ ତାରିଖରେ ଏସମ୍ପର୍କରେ ଜିଲାପାଳଙ୍କୁ ତଥ୍ୟ ମାଗିଥିଲେ ଉଚ୍ଚ ନ୍ୟାୟାଳୟ। ଜିଲାପାଳଙ୍କ ଦ୍ୱାରା ଏହା ମୂଳାପାଳ ମୌଜାରେ ବୋଲି ଜଣାଇବା ପରେ ମଧ୍ୟ ଉଚ୍ଚ ନ୍ୟାୟାଳୟ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?