Posted inଖେଳ

ମହିଳା ଦିନିକିଆ: ଇଂଲଣ୍ଡର ବୃହତ୍‌ ବିଜୟ

ବ୍ରିଷ୍ଟଲ,୨୮।୬: ଭାରତ ବିପକ୍ଷ ପ୍ରଥମ ମହିଳା ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ୯୧ ବଲ ବାକିଥାଇ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୩୪.୫ ଓଭରରେ ୨ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଓପନର ଟମି ବିମଣ୍ଟ ୮୭ ଓ ନାତାଲି ସ୍କିଭର ୭୪ ରନକରି ଅପରାଜିତ ରହିଥିଲେ। ଅଧିନାୟିକା ହିଥର ନାଇଟ ୧୮ ଓ ଲରେନ ଓ୍ବିନ୍‌ଫିଲ୍ଡ-ହିଲ୍‌ ୧୬ ରନକରି ଯଥାକ୍ରମେ ଏକତା ବିଷ୍ଟ ଓ ଝୁଲଣ ଗୋସ୍ବାମୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ବିଜୟ ସହ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି।
ମିଥାଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୨୭ ରନରେ ଦୁଇ ଓପନରଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଫାଳି ବର୍ମା ୧୫ ଓ ସ୍ମୃତି ମାନ୍ଧନା ୧୦ ରନ କରି ଯଥାକ୍ରମେ କାଥେରାଇନ ବ୍ରଣ୍ଟ ଓ ଅନ୍ୟା ଶ୍ରୁବସ୍‌ଲେଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏହାପରେ ଅଧିନାୟିକା ମିଥାଲି ରାଜ ଓ ପୁନମ ରାଉତ ତୃତୀୟ ଉଇକେଟରେ ୯୪ ବଲରୁ ୫୬ ରନକରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ପୁନମ ୩୨ ରନକରି କେଟ୍‌ କ୍ରସ୍‌ଙ୍କ ଦ୍ୱାରା ଆଉଟ୍‌ ହେବାପରେ ହରମନପ୍ରୀତ କୌର ମାତ୍ର ୧ ରନକରି ସୋଫି ଏକ୍‌ଲେଷ୍ଟୋନ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ପଞ୍ଚମ ଉଇକେଟ ମିଥାଲି ଓ ଦୀପ୍ତି ଶର୍ମା ୮୫ ବଲରୁ ୬୫ ରନ ସଂଗ୍ରହ କରିଥିଲେ। ୩୦ ରନକରିବା ପରେ ଦୀପ୍ତି ଶ୍ରୁବସ୍‌ଲେଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ଷଷ୍ଠ ଉଇକେଟ ଭାବେ ମିଥାଲି ଆଉଟ ହୋଇଥିଲେ। ୧୩୬ ମିନିଟ କ୍ରିଜ୍‌ରେ ରହି ୧୦୮ଟି ବଲ ଖେଳି ୭ ଚୌକା ସହ ୭୨ ରନର ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳି ସେ ଏକ୍‌ଲେଷ୍ଟୋନଙ୍କ ଦ୍ୱାରା ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏଥିସହ ମିଥାଲି କ୍ୟାରିୟରର ୫୬ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂଜା ବସ୍ତ୍ରକାର ୧୭ ବଲରୁ ୨ ଚୌକା ସହ ୧୫ ରନ ଏକଲେଷ୍ଟୋନଙ୍କ ତୃତୀୟ ଶିକାର ହୋଇଥିଲେ। ଉଇକେଟକିପର ବ୍ୟାଟ୍ସଓମ୍ୟାନ ତାନିୟା ଭାଟିଆ ୭ ରନକରି ବ୍ରଣ୍ଟଙ୍କ ବଲରେ ଷ୍ଟମ୍ପ ଆଉଟ ହୋଇଥିଲେ। ଶିଖା ପାଣ୍ଡେ ୩ ଓ ଝୁଲଣ ଗୋସ୍ବାମୀ ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଏକ୍‌ଲେଷ୍ଟୋନ ସର୍ବାଧିକ ୩, ବ୍ରଣ୍ଟ ଓ ଶ୍ରୁବସ୍‌ଲେ ୨ଟି ଲେଖାଏ, କେଟ୍‌ କ୍ରସ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri