Posted inଖେଳ

ମହିଳା କ୍ରିକେଟ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ମାର୍ଚ୍ଚ ୭ରୁ

ନୂଆଦିଲ୍ଲୀ, ୨୩ା୨ (ପି.ଟି.)- ମାର୍ଚ୍ଚ ୭ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ୮ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବାର ଯୋଜନା ରହିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଘରୋଇ ଦଳ ପ୍ରାୟ ୧୨ ମାସ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଏହି ସିରିଜରେ ୫ ଅନ୍ତର୍ଜାତୀୟ ଟି୨୦ ଏବଂ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳାଯିବ। ତେବେ ଏହା ଲକ୍ଷ୍ନୌ କିମ୍ବା କାନ୍‌ପୁରରେ ଏକ ବାୟୋ-ବବଲରେ ଖେଳାଯିବ ତାହା ସ୍ଥିର ହୋଇନାହିଁ। ସିରିଜ ପାଇଁ ୨୨ ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ) କହିଛି ଯଦିଓ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା ହୋଇ ନାହିଁ ସେମାନଙ୍କ ଦଳ ଚଳିତ ସପ୍ତାହରେ ଯେକୌଣସି ସମୟରେ ଭାରତ ଗସ୍ତରେ ଯିବା ଲାଗି ପ୍ରସ୍ତୁତ ହୋଇ ରହିଛି। ଏପରି କି ଟୁର୍‌ ପୂର୍ବରୁ ଖେଳାଳିମାନଙ୍କ କୋଭିଡ୍‌ ଟେଷ୍ଟ ସରିଛି। ଭାରତରେ ଉଭୟ ଦଳର ଖେଳାଳିମାନଙ୍କୁ ପ୍ରଥମେ ୬ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ସିରିଜ ଆରମ୍ଭ ପୂର୍ବରୁ ଏକ ସପ୍ତାହ ଟ୍ରେନିଂ ସେସନ ହେବ। ଦକ୍ଷିଣ ଆଫ୍ରିକା ଦଳ ନିକଟରେ ଖେଳିଛି। ମାତ୍ର କୋଭିଡ୍‌ ଯୋଗୁ ଭାରତ ଗତ ବର୍ଷ ମାର୍ଚ୍ଚରେ ଟି୨୦ ବିଶ୍ୱକପ୍‌ପରଠାରୁ ଖେଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ଘରୋଇ ସହରରେ ଓଡ଼ିଶା ଏଫ୍‌ସି ଖେଳିବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର,୨୭।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଓ ଜାମ୍‌ସେଦପୁର ଏଫସି...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଶୁଟ୍‌ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ନିର୍ଦ୍ଧାରିତ ସମୟ ଖେଳ ୩-୩ରେ ସମାନ ରହିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଗଲା। ଏହି ପର୍ଯ୍ୟାୟରେ ଚାପର...

ଅନିର୍ଦ୍ଦିଷ୍ଟ କାଳପାଇଁ ଅଷ୍ଟ୍ରେଲିଆରେ ରହିବ ନ୍ୟୁଜିଲାଣ୍ଡ ରଗ୍‌ବୀ ଟିମ୍‌

ଓ୍ବେଲିଂଟନ, ୨୧ା୩ (ଏପି)- କରୋନାଭାଇରସ ସଙ୍କଟ ଜାରି ରହିଥିବାରୁ ନ୍ୟୁଜିଲାଣ୍ଡ ଓ୍ବାରିୟର୍ସ ରଗ୍‌ବୀ ଲିଗ୍‌ ଟିମ୍‌ ଅଷ୍ଟ୍ରେଲିଆରେ ଅନିର୍ଦ୍ଦିଷ୍ଟ କାଳପାଇଁ ଅଟକି ରହିବେ। ସେମାନେ ଅଷ୍ଟ୍ରେଲିଆର...

ଅଧିନାୟକଭାବେ କୋହଲିଙ୍କ ଦ୍ରୁତ ୧୦,୦୦୦ ରନ

ପୋର୍ଟ-ଅଫ୍‌-ସ୍ପେନ, ୧୭।୮- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ଡକ୍‌ଓ୍ବର୍ଥ ଲିଓ୍ବିସ ନିୟମରେ ୬ ଉଇକେଟରେ ବିଜୟ...

ମାତ୍ର ୪୦ ମିନିଟ୍‌ରେ ଏହି ପାକିସ୍ତାନୀ ଖେଳାଳିଙ୍କ ହୃଦୟ ଜିତି ନେଲେ ସୌରଭ ଗାଙ୍ଗୁଲୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଏବଂ ପାକିସ୍ତାନ କ୍ରିକେଟ ଖେଳ ସବୁବେଳେ ରୋମାଞ୍ଚଭରା ହୋଇଥାଏ। ଦୁଇ ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟରେ ଖେଳ ପଡ଼ିଆ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି...

ସଚିନ୍‌ ତେନ୍ଦୁଲକର ରିକି ପଣ୍ଟିଂଙ୍କ ଦଳକୁ ଦେବେ କୋଚିଂ

ସିଡ୍‌ନୀ,୨୧।୧: ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ୍‌ ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସଚିନ୍‌ ଖୁବ୍‌ ଶୀଘ୍ର କୋଚ୍‌ ଭୂମିକାରେ ଦେଖାଦେବେ। ମଙ୍ଗଳବାର...

ଇଣ୍ଡିଆନ ସୁପର ଲିଗ୍‌: ବାଗାନ ବିପକ୍ଷରେ କର ବା ମର ସ୍ଥିତିରେ ଓଡ଼ିଶା

ବାମ୍ବୋଲିମ,୬।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ...

‘ଇଂଲଣ୍ଡ ଗସ୍ତ ପାଇଁ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବାଧ୍ୟ କରାଯିବନି’

ଲଣ୍ଡନ,୧୪।୫(ଏଏଫ୍‌ପି): ଇଂଲଣ୍ଡ ଗସ୍ତ କରିବାକୁ ଯଦି ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ କୁଣ୍ଠିତ ହୁଅନ୍ତି, ତା’ହେଲେ ସେମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନୀ...

Play 250+ Trending Games
Archives

Model This Week

Why Dharitri