Posted inଜାତୀୟ

ଗାଁରେ ଅନୁଷ୍ଠିତ ହେବ ମହିଳା ଅଦାଲତ…

ନୂଆଦିଲ୍ଲୀ,୧୭।୭ : ମହିଳା ସୁରକ୍ଷା ଏବଂ ଅଧିକାର ସହ ଜଡିତ ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ ମହିଳା ଅଦାଲତ ଅନୁଷ୍ଠିତ ହେବ। ସାତରୁ ୧୧ ଜଣ ମହିଳା ସଦସ୍ୟଙ୍କ ଏକ ଗୋଷ୍ଠୀ, ମହିଳାମାନଙ୍କର ଅଧିକାର ଏବଂ ଆଇନ ପ୍ରଣାଳୀ ବିଷୟରେ ଜାଣି, ମଧ୍ୟସ୍ଥତା ମାଧ୍ୟମରେ ସ୍ଥାନୀୟସ୍ତରରେ ମହିଳାମାନଙ୍କୁ ବିକଳ୍ପ ସମାଧାନ ପ୍ରଦାନ କରିବାକୁ କାର୍ଯ୍ୟ କରିବେ।

କେନ୍ଦ୍ର ମହିଳା କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ମିଶନ ଶକ୍ତିର ସଂଶୋଧିତ କାର୍ଯ୍ୟ ଯୋଜନା ଏବଂ ଗାଇଡ ଲାଇନରେ ଏହି ନୂତନ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି। ମନ୍ତ୍ରଣାଳୟର କୁହାଯାଇଛି ଯେ ମିଶନ ଶକ୍ତିର ’ସମ୍ବଲ’ ସବ ସ୍କିମ ଅଧୀନରେ ଏହି ନୂତନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି। ମହିଳାମାନଙ୍କର ସାଧାରଣସ୍ତରରେ ଉତ୍ପୀଡ଼ନ କିମ୍ବା ଅଧିକାରରେ ବାଧା ମାମଲାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ ମହିଳାମାନଙ୍କୁ ଏକ ବିକଳ୍ପ ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ। ପ୍ରାରମ୍ଭରେ, ଏହା କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେବ। ନିର୍ବାଚିତ ମହିଳା ଗ୍ରାମ ମୁଖ୍ୟଙ୍କ ଦ୍ୱାରା ଜିଲାର କେତେକ ଗ୍ରାମ ପଞ୍ଚାୟତରେ ପ୍ରଥମେ ଏହା କାର୍ଯ୍ୟକାରୀ ହେବ ।

ପ୍ରଥମ ବର୍ଷରେ, ୧୫ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଅଧୀନରେ ଆଇନଗତ ଏବଂ ସାମ୍ବିଧାନିକ ଅଧିକାର ସମ୍ପର୍କରେ ସଚେତନତା ଅଭିଯାନ ଅନୁଷ୍ଠିତ ହେବ। ଦ୍ୱିତୀୟ ବର୍ଷରେ, ପ୍ରତିବଦ୍ଧ ତଥା ସାମାଜିକ ସମ୍ମାନିତ ମହିଳାମାନଙ୍କୁ ଚିହ୍ନଟ କରାଯିବ। ମହିଳାମାନଙ୍କ ସହ ଜଡିତ ଆଇନ ଏବଂ ଯୋଜନା ବିଷୟରେ ସେମାନଙ୍କୁ ବ୍ୟାପକ ତାଲିମ ଦିଆଯିବ। ଏଥିମଧ୍ୟରୁ ମନୋନୀତ ହୋଇଥିବା ସାତରୁ ୧୧ ଜଣ ସଦସ୍ୟ ବିଶିଷ୍ଟ ମହିଳା ଗୋଷ୍ଠୀ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ମଧ୍ୟସ୍ଥତା ମାଧ୍ୟମରେ ବିକଳ୍ପ ସମାଧାନ ପ୍ରଦାନ କରିବେ। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ରାକେଶ ଗୁପ୍ତା ରାଜ୍ୟମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ମହିଳା  ଅଦାଲତ ପାଇଁ ମନୋନୀତ ସଦସ୍ୟମାନଙ୍କୁ କୌଣସି ପାରିଶ୍ରମିକ ଦିଆଯିବ ନାହିଁ। କିନ୍ତୁ, ବୈଠକ ଅନୁଷ୍ଠିତ ହେଲେ ସେମାନଙ୍କୁ ପକେଟ ଖର୍ଚ୍ଚ ମିଳିବ। ସଦସ୍ୟମାନଙ୍କୁ ବ୍ୟାଜ ଏବଂ ୟୁନିଫର୍ମ ପାଇଁ ମଧ୍ୟ ଟଙ୍କା ଦିଆଯିବ। ପ୍ରତି ବୈଠକରେ ପକେଟ ଖଚ୍ଚ ପାଇଁ ୩୦୦୦ ଟଙ୍କା ଏବଂ ଦୁଇ ବର୍ଷରେ ଥରେ ୟୁନିଫର୍ମ ପାଇଁ ୮୦୦ ଟଙ୍କା ଦିଆଯିବ।

ଷ୍‌ସଚେତନତା ସୃଷ୍ଟି କରିବା, ଯୋଜନାଗୁଡିକର ଉନ୍ନତି ପାଇଁ ମତାମତ ସଂଗ୍ରହ କରିବା ଏବଂ ସେବାଗୁଡିକର ପ୍ରଭାବଶାଳୀ ଜନସାଧାରଣ ବିତରଣ ପାଇଁ ଜନସାଧାରଣଙ୍କ ସହ ଜଡିତ ହେବା ପାଇଁ ମହିଳା ଅଦାଲତକୁ ମଧ୍ୟ ବ୍ୟବହାର କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାଧାରଣ ସେବା କେନ୍ଦ୍ର ଦ୍ୱାରା ଗ୍ରାମ ପଞ୍ଚାୟତ ମାଧ୍ୟମରେ ମହିଳା ଅଦାଲତଙ୍କୁ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?