Posted inଫୁରସତ

୨୦୨୦ ଚର୍ଚ୍ଚାର ପରିସରକୁ ଆସିଥିବା ନାରୀ

ଶେଷପାଦରେ ଉପନୀତ ୨୦୨୦। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ
କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ…

ଜର୍ଜିଆରେ ଚମକିଲେ କୁନି ଝିଅ ଦିବ୍ୟଶ୍ରୀ
ଜର୍ଜିଆରେ ଅନୁଷ୍ଠିତ ୱାର୍ଲଡ ରାଇଜିଂ ଷ୍ଟାର ୨୦୨୦ରେ ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଏବଂ ଟପ୍‌ ମଡେଲର ମୁକୁଟ ପିନ୍ଧିଛନ୍ତି ପୁରୀର ୫ ବର୍ଷୀୟା ଝିଅ ଦିବ୍ୟଶ୍ରୀ। ଆଉ ସବୁଠୁ ଖୁସିର କଥା ହେଉଛି ତାଙ୍କ ପାଇଁ ଭାରତ ପ୍ରଥମ ଥର ପାଇଁ ଏହି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ଭାରତ ପକ୍ଷରୁ ୪ ରୁ ୭ ବର୍ଷ ବର୍ଗରେ ଭାଗ ନେଇ ସେ ଉକ୍ତ ପ୍ରତିଯୋଗିତାରେ ବିଜୟୀ ହୋଇ ଭାରତ ପାଇଁ ଗୌରବ ଆଣି ପାରିଥିଲେ।

 

ଓଡ଼ିଆ ବୋହୂ ଅମିତା ମିସେସ୍‌ ୟୁନିଭର୍ସ
ମିସେସ୍‌ ୟୁନିଭର୍ସ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଅମିତା ପଣ୍ଡା। ଚାଇନାରେ ଅନୁଷ୍ଠିତ ୪୨ତମ ମିସେସ୍‌ ୟୁନିଭର୍ସ-୩ ପ୍ରତିଯୋଗିତାରେ ଅମିତା ବିଜୟିନୀ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୯୦ଜଣ ପ୍ରତିଯୋଗୀ ଅଂଶ୍ରଗ୍ରହଣ କରିଥିଲେ। ଏହା ପୂର୍ବରୁ ଅମିତା ମିସେସ୍‌ ଇଣ୍ଡିଆ ଗ୍ୟାଲେକ୍ସି, ମିସେସ୍‌ ସୋସିଆଲ ଆଇକନ୍‌ ମୁକୁଟ ବିଜୟିନୀ ହୋଇଥିଲେ। ସେ ଜଣେ ସଫ୍ଟଓ୍ବର ଇଞ୍ଜିନିୟର ଓ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି। ତାଙ୍କ ସ୍ବାମୀ ଜଣେ ହୃଦ୍‌ରୋଗ ବିଶେଷଜ୍ଞ।

ନୌସେନାରେ ଦୁଇ ମହିଳା ଅଧିକାରୀ
ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇଜଣ ନୌସେନାରେ ହେଲିକପ୍ଟର ବିଭାଗରେ ଅବଜରଭରଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ହେଲେ ସବ୍‌ଲ୍ୟୁଟନାଣ୍ଟ କୁମୁଦିନୀ ତ୍ୟାଗୀ ଏବଂ ସବ୍‌ଲ୍ୟୁଟନାଣ୍ଟ ରୀତି ସିଂ। ଏହି ଦୁଇ ଅଧିକାରୀ ଇତିହାସରେ ପ୍ରଥମ ଥର ପାଇଁ ଯୁଦ୍ଧ ପରିସ୍ଥିତିରେ ମହିଳା ଅଫିସରଭାବେ ସାମିଲ ହେବେ।

ଆଲାଏନ୍ସ ଏୟାର ସିଇଓ ହରପ୍ରୀତ ସିଂ
ଏୟାର ଇଣ୍ଡିଆର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ହରପ୍ରୀତ ସିଂ ଅବସ୍ଥାପିତ ହୋଇଛନ୍ତି। ଭାରତୀୟ ବିମାନ ଶିଳ୍ପରେ ଏକ କମ୍ପାନୀର ମଙ୍ଗ ସମ୍ଭାଳିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ୧୯୮୮ରେ ଏୟାର ଇଣ୍ଡିଆରେ ପ୍ରଥମ ମହିଳା ପାଇଲଟଭାବେ ହରପ୍ରୀତ
ଯୋଗଦେଇଥିଲେ।

 

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ୍‌
ଆମେରିକା ନିର୍ବାଚନରେ ଚଳିତ ବର୍ଷ ପ୍ରଥମ ଅଣଶ୍ୱେତାଙ୍ଗ ତଥା ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ୫୫ ବର୍ଷିଆ କମଲା ହାରିସ୍‌ ଉପରାଷ୍ଟ୍ରପତି ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏ ସମ୍ପର୍କରେ ସେ କୁହନ୍ତି, ‘ଆମେରିକାରେ ଏହି ପଦବୀରେ ପହଞ୍ଚତ୍ବାରେ ମୁଁ ପ୍ରଥମ ମହିଳା ହୋଇପାରେ ହେଲେ ଶେଷ ନୁହେଁ।’

 

ସର୍ବକନିଷ୍ଠ ଆଇଏଏସ୍‌ ସିମି କିରଣ
ମାତ୍ର ୨୨ ବର୍ଷ ବୟସରେ ୟୁପିଏସ୍‌ସି ପରୀକ୍ଷାରେ ୩୧ତମ ରାଙ୍କରେ ରହି ସର୍ବକନିଷ୍ଠ ଆଇଏଏସ୍‌ ଅଧିକାରୀଭାବେ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି ବାଲେଶ୍ୱର ଜିଲାର ସିମି କିରଣ। ସେ ନିଜର ସ୍କୁଲ ଶିକ୍ଷା ଡିପିଏସ୍‌ ଭିଲାଇରୁ କରିଥିବା ବେଳେ ଆଇଆଇଟି ମୁମ୍ବାଇରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ୨୦୧୯ରେ ଶିକ୍ଷା ସମାପ୍ତ କରିଥିଲେ। ୨୦୧୯ରେ ସେ ଆଇଏଏସ୍‌ ପରୀକ୍ଷା ଦେଇ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତା ହାସଲ କରିଛନ୍ତି।

 

ଦେଶର ଧନୀ ମହିଳା ରୋଶନୀ ନାଦାର
ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷଭାବେ ରୋଶନୀ ନାଦାର ମଲହୋତ୍ରା ଅବସ୍ଥାପିତ ହୋଇନ୍ତି। ଭାରତର ସବୁଠାରୁ ଧନୀ ମହିଳାଭାବେ ବିବେଚିତ ୩୮ ବର୍ଷୀୟ ରୋଶନୀ ତାଙ୍କ ବାପା ଶିବ ନାଦାରଙ୍କ ପରେ କମ୍ପାନୀର ଅଧ୍ୟକ୍ଷ ଭାର ସମ୍ଭାଳିଛନ୍ତି। ନୂଆଦିଲ୍ଲୀରେ ଜନ୍ମିତ ରୋଶନୀ ବସନ୍ତ ଭ୍ୟାଲୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଆମେରିକାର ଇଲିନଏସ ସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିରୁ ମିଡିଆ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ, ନର୍ଥ ଇଷ୍ଟର୍ନ ୟୁନିଭର୍ସିଟି କେଲଗ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରୁ ବିଜନେସ୍‌ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଫୋବର୍ସ ପକ୍ଷରୁ ୨୦୧୯ରେ ପ୍ରକାଶିତ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସେ ସାମିଲ ଥିଲେ। ଆଇଆଇଏଫ୍‌ଏଲ୍‌ ‘ୱେଲ୍‌ଥ ହୁରୁନ ଇଣ୍ଡିଆ’ ତାଲିକାରେ ୩୬,୮୦୦କୋଟି ଟଙ୍କାର ସମ୍ପତ୍ତି ସହ ସେ ଦେଶର ସବୁଠାରୁ ଧନୀଶାଳୀ ମହିଳା ବିବେଚିତ ହୋଇଛନ୍ତି।

 

ଜାତୀୟସ୍ତରରେ ଚମକିଲେ ୩ ଓଡ଼ିଆ
ଗୋଆରେ ଅନୁଷ୍ଠିତ ‘ଇଣ୍ଡିଆନ ଚାର୍ମିଂ ଫେସ୍‌ ମିସ୍‌ ଇଣ୍ଡିଆ- ୨୦୨୦’ରେ ୩ ଓଡ଼ିଆ ମଡେଲ ମୁକୁଟ ପିନ୍ଧି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଜାତୀୟ ପ୍ରଯୋଗିତା ପାଇଁ ମିସ୍‌ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ଓ ମିସ୍‌ ଇଣ୍ଡିଆ ଟୁରିଜିମ୍‌ ବର୍ଗରେ ଓଡ଼ିଶାରୁ ୬ଜଣ ଝିଅ ମନୋନୀତ ହୋଇଥିବା ବେଳେ ଖୋର୍ଦ୍ଧା ଜଟଣୀର ପ୍ରିୟଙ୍କା ମହାପାତ୍ର ମିସ୍‌ ଇଣ୍ଡିଆ ଟୁରିଜିମ୍‌ ଟାଇଟଲ୍‌ ହାସଲ କରିଛନ୍ତି। ଏହି ବର୍ଗରେ ପ୍ରଥମ ରନର୍ସ ଅପ୍‌ କୋରାପୁଟର ଆଦିବାସୀ ସମ୍ପ୍ରଦାୟର (ସଉରା) ବବିତା ଶବର ଓ ଦ୍ୱିତୀୟ ରନର୍ସ ଅପ୍‌ ଜଗତ୍‌ସିଂହପୁରର ସସ୍ମିତା ପଣ୍ଡା। ଏହା ସହିତ ପ୍ରିୟଙ୍କା ମିସ୍‌ ଫ୍ୟାଶନ୍‌ ଆଇକନ୍‌, ବବିତା ମିସ୍‌ ଇଣ୍ଟେଲେକଚୁଆଲ୍‌ ଓ ସସ୍ମିତା ମିସ୍‌ ଗ୍ରେସଫୁଲ ସବ୍‌ଟାଇଟଲ୍‌ ପାଇଛନ୍ତି।

 

ସୁପର ମଡେଲ ଦୀପ୍ତିଜ୍ୟୋତି
ସର୍ବଭାରତୀୟ ସ୍ତରରେ ଆୟୋଜିତ ଆଇଏଡବ୍ଲୁଏ ସୁପର ମଡେଲ ପ୍ରତିଯୋଗିତାରେ ବାଜିମାତ କରିଛନ୍ତି ଢେଙ୍କାନାଳ ଜିଲା ଭୁବନର ଦୀପ୍ତିଜ୍ୟୋତି ପଟ୍ଟନାୟକ। ବମ୍ବେରେ ଆୟୋଜିତ ଏହି ପ୍ରତିଯୋଗିତାରେ ୬ଜଣ ପୁଅ ଏବଂ ୬ ଜଣ ଝିଅଙ୍କୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ଦୀପ୍ତି। ବି-ଟେକ୍‌ ସାରିବା ପରେ ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି। ଭୁବନ ନଟରାଜ କଳାବିକାଶ କେନ୍ଦ୍ରରୁ ନୃତ୍ୟ ପ୍ରଶିକ୍ଷଣ ନେଇ ସେ କଳାନୈପୁଣ୍ୟର ପରିଚୟ ଦେଇଥିଲେ।

 

ମିସେସ୍‌ ଇଣ୍ଡିଆ- ୨୦୨୦ ନିରୁପମା
ଯାଜପୁରର ଦୁହିତା ତଥା ବଧୂ ନିରୁପମା ମହାନ୍ତି ପୁଣେଠାରେ ଆୟୋଜିତ ଇନ୍‌ଫ୍ଲୋଲେନ୍ସ ଫିଟ୍‌ନେସ୍‌ କୁଇନ୍‌ ମିସେସ୍‌ ଇଣ୍ଡିଆ-୨୦୨୦ ମୁକୁଟ ଜିତି ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି। ପୁଣେଠାରେ ଦୁଇଟି କମ୍ପାନୀର ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ନିରୁପମା ପୂର୍ବରୁ ସେ ମିସେସ୍‌ ମହାରାଷ୍ଟ୍ର ଏବଂ ମିସେସ୍‌ କନ୍‌ଫିଡେଣ୍ଟ ମୁକୁଟ ମଧ୍ୟ ପିନ୍ଧି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri