Posted inଫୁରସତ

୨୦୨୦ ଚର୍ଚ୍ଚାର ପରିସରକୁ ଆସିଥିବା ନାରୀ

ଶେଷପାଦରେ ଉପନୀତ ୨୦୨୦। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ
କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ…

ଜର୍ଜିଆରେ ଚମକିଲେ କୁନି ଝିଅ ଦିବ୍ୟଶ୍ରୀ
ଜର୍ଜିଆରେ ଅନୁଷ୍ଠିତ ୱାର୍ଲଡ ରାଇଜିଂ ଷ୍ଟାର ୨୦୨୦ରେ ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଏବଂ ଟପ୍‌ ମଡେଲର ମୁକୁଟ ପିନ୍ଧିଛନ୍ତି ପୁରୀର ୫ ବର୍ଷୀୟା ଝିଅ ଦିବ୍ୟଶ୍ରୀ। ଆଉ ସବୁଠୁ ଖୁସିର କଥା ହେଉଛି ତାଙ୍କ ପାଇଁ ଭାରତ ପ୍ରଥମ ଥର ପାଇଁ ଏହି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ଭାରତ ପକ୍ଷରୁ ୪ ରୁ ୭ ବର୍ଷ ବର୍ଗରେ ଭାଗ ନେଇ ସେ ଉକ୍ତ ପ୍ରତିଯୋଗିତାରେ ବିଜୟୀ ହୋଇ ଭାରତ ପାଇଁ ଗୌରବ ଆଣି ପାରିଥିଲେ।

 

ଓଡ଼ିଆ ବୋହୂ ଅମିତା ମିସେସ୍‌ ୟୁନିଭର୍ସ
ମିସେସ୍‌ ୟୁନିଭର୍ସ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଅମିତା ପଣ୍ଡା। ଚାଇନାରେ ଅନୁଷ୍ଠିତ ୪୨ତମ ମିସେସ୍‌ ୟୁନିଭର୍ସ-୩ ପ୍ରତିଯୋଗିତାରେ ଅମିତା ବିଜୟିନୀ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୯୦ଜଣ ପ୍ରତିଯୋଗୀ ଅଂଶ୍ରଗ୍ରହଣ କରିଥିଲେ। ଏହା ପୂର୍ବରୁ ଅମିତା ମିସେସ୍‌ ଇଣ୍ଡିଆ ଗ୍ୟାଲେକ୍ସି, ମିସେସ୍‌ ସୋସିଆଲ ଆଇକନ୍‌ ମୁକୁଟ ବିଜୟିନୀ ହୋଇଥିଲେ। ସେ ଜଣେ ସଫ୍ଟଓ୍ବର ଇଞ୍ଜିନିୟର ଓ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି। ତାଙ୍କ ସ୍ବାମୀ ଜଣେ ହୃଦ୍‌ରୋଗ ବିଶେଷଜ୍ଞ।

ନୌସେନାରେ ଦୁଇ ମହିଳା ଅଧିକାରୀ
ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇଜଣ ନୌସେନାରେ ହେଲିକପ୍ଟର ବିଭାଗରେ ଅବଜରଭରଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ହେଲେ ସବ୍‌ଲ୍ୟୁଟନାଣ୍ଟ କୁମୁଦିନୀ ତ୍ୟାଗୀ ଏବଂ ସବ୍‌ଲ୍ୟୁଟନାଣ୍ଟ ରୀତି ସିଂ। ଏହି ଦୁଇ ଅଧିକାରୀ ଇତିହାସରେ ପ୍ରଥମ ଥର ପାଇଁ ଯୁଦ୍ଧ ପରିସ୍ଥିତିରେ ମହିଳା ଅଫିସରଭାବେ ସାମିଲ ହେବେ।

ଆଲାଏନ୍ସ ଏୟାର ସିଇଓ ହରପ୍ରୀତ ସିଂ
ଏୟାର ଇଣ୍ଡିଆର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ହରପ୍ରୀତ ସିଂ ଅବସ୍ଥାପିତ ହୋଇଛନ୍ତି। ଭାରତୀୟ ବିମାନ ଶିଳ୍ପରେ ଏକ କମ୍ପାନୀର ମଙ୍ଗ ସମ୍ଭାଳିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ୧୯୮୮ରେ ଏୟାର ଇଣ୍ଡିଆରେ ପ୍ରଥମ ମହିଳା ପାଇଲଟଭାବେ ହରପ୍ରୀତ
ଯୋଗଦେଇଥିଲେ।

 

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ୍‌
ଆମେରିକା ନିର୍ବାଚନରେ ଚଳିତ ବର୍ଷ ପ୍ରଥମ ଅଣଶ୍ୱେତାଙ୍ଗ ତଥା ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ୫୫ ବର୍ଷିଆ କମଲା ହାରିସ୍‌ ଉପରାଷ୍ଟ୍ରପତି ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏ ସମ୍ପର୍କରେ ସେ କୁହନ୍ତି, ‘ଆମେରିକାରେ ଏହି ପଦବୀରେ ପହଞ୍ଚତ୍ବାରେ ମୁଁ ପ୍ରଥମ ମହିଳା ହୋଇପାରେ ହେଲେ ଶେଷ ନୁହେଁ।’

 

ସର୍ବକନିଷ୍ଠ ଆଇଏଏସ୍‌ ସିମି କିରଣ
ମାତ୍ର ୨୨ ବର୍ଷ ବୟସରେ ୟୁପିଏସ୍‌ସି ପରୀକ୍ଷାରେ ୩୧ତମ ରାଙ୍କରେ ରହି ସର୍ବକନିଷ୍ଠ ଆଇଏଏସ୍‌ ଅଧିକାରୀଭାବେ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି ବାଲେଶ୍ୱର ଜିଲାର ସିମି କିରଣ। ସେ ନିଜର ସ୍କୁଲ ଶିକ୍ଷା ଡିପିଏସ୍‌ ଭିଲାଇରୁ କରିଥିବା ବେଳେ ଆଇଆଇଟି ମୁମ୍ବାଇରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ୨୦୧୯ରେ ଶିକ୍ଷା ସମାପ୍ତ କରିଥିଲେ। ୨୦୧୯ରେ ସେ ଆଇଏଏସ୍‌ ପରୀକ୍ଷା ଦେଇ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତା ହାସଲ କରିଛନ୍ତି।

 

ଦେଶର ଧନୀ ମହିଳା ରୋଶନୀ ନାଦାର
ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷଭାବେ ରୋଶନୀ ନାଦାର ମଲହୋତ୍ରା ଅବସ୍ଥାପିତ ହୋଇନ୍ତି। ଭାରତର ସବୁଠାରୁ ଧନୀ ମହିଳାଭାବେ ବିବେଚିତ ୩୮ ବର୍ଷୀୟ ରୋଶନୀ ତାଙ୍କ ବାପା ଶିବ ନାଦାରଙ୍କ ପରେ କମ୍ପାନୀର ଅଧ୍ୟକ୍ଷ ଭାର ସମ୍ଭାଳିଛନ୍ତି। ନୂଆଦିଲ୍ଲୀରେ ଜନ୍ମିତ ରୋଶନୀ ବସନ୍ତ ଭ୍ୟାଲୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଆମେରିକାର ଇଲିନଏସ ସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିରୁ ମିଡିଆ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ, ନର୍ଥ ଇଷ୍ଟର୍ନ ୟୁନିଭର୍ସିଟି କେଲଗ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରୁ ବିଜନେସ୍‌ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଫୋବର୍ସ ପକ୍ଷରୁ ୨୦୧୯ରେ ପ୍ରକାଶିତ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସେ ସାମିଲ ଥିଲେ। ଆଇଆଇଏଫ୍‌ଏଲ୍‌ ‘ୱେଲ୍‌ଥ ହୁରୁନ ଇଣ୍ଡିଆ’ ତାଲିକାରେ ୩୬,୮୦୦କୋଟି ଟଙ୍କାର ସମ୍ପତ୍ତି ସହ ସେ ଦେଶର ସବୁଠାରୁ ଧନୀଶାଳୀ ମହିଳା ବିବେଚିତ ହୋଇଛନ୍ତି।

 

ଜାତୀୟସ୍ତରରେ ଚମକିଲେ ୩ ଓଡ଼ିଆ
ଗୋଆରେ ଅନୁଷ୍ଠିତ ‘ଇଣ୍ଡିଆନ ଚାର୍ମିଂ ଫେସ୍‌ ମିସ୍‌ ଇଣ୍ଡିଆ- ୨୦୨୦’ରେ ୩ ଓଡ଼ିଆ ମଡେଲ ମୁକୁଟ ପିନ୍ଧି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଜାତୀୟ ପ୍ରଯୋଗିତା ପାଇଁ ମିସ୍‌ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ଓ ମିସ୍‌ ଇଣ୍ଡିଆ ଟୁରିଜିମ୍‌ ବର୍ଗରେ ଓଡ଼ିଶାରୁ ୬ଜଣ ଝିଅ ମନୋନୀତ ହୋଇଥିବା ବେଳେ ଖୋର୍ଦ୍ଧା ଜଟଣୀର ପ୍ରିୟଙ୍କା ମହାପାତ୍ର ମିସ୍‌ ଇଣ୍ଡିଆ ଟୁରିଜିମ୍‌ ଟାଇଟଲ୍‌ ହାସଲ କରିଛନ୍ତି। ଏହି ବର୍ଗରେ ପ୍ରଥମ ରନର୍ସ ଅପ୍‌ କୋରାପୁଟର ଆଦିବାସୀ ସମ୍ପ୍ରଦାୟର (ସଉରା) ବବିତା ଶବର ଓ ଦ୍ୱିତୀୟ ରନର୍ସ ଅପ୍‌ ଜଗତ୍‌ସିଂହପୁରର ସସ୍ମିତା ପଣ୍ଡା। ଏହା ସହିତ ପ୍ରିୟଙ୍କା ମିସ୍‌ ଫ୍ୟାଶନ୍‌ ଆଇକନ୍‌, ବବିତା ମିସ୍‌ ଇଣ୍ଟେଲେକଚୁଆଲ୍‌ ଓ ସସ୍ମିତା ମିସ୍‌ ଗ୍ରେସଫୁଲ ସବ୍‌ଟାଇଟଲ୍‌ ପାଇଛନ୍ତି।

 

ସୁପର ମଡେଲ ଦୀପ୍ତିଜ୍ୟୋତି
ସର୍ବଭାରତୀୟ ସ୍ତରରେ ଆୟୋଜିତ ଆଇଏଡବ୍ଲୁଏ ସୁପର ମଡେଲ ପ୍ରତିଯୋଗିତାରେ ବାଜିମାତ କରିଛନ୍ତି ଢେଙ୍କାନାଳ ଜିଲା ଭୁବନର ଦୀପ୍ତିଜ୍ୟୋତି ପଟ୍ଟନାୟକ। ବମ୍ବେରେ ଆୟୋଜିତ ଏହି ପ୍ରତିଯୋଗିତାରେ ୬ଜଣ ପୁଅ ଏବଂ ୬ ଜଣ ଝିଅଙ୍କୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ଦୀପ୍ତି। ବି-ଟେକ୍‌ ସାରିବା ପରେ ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି। ଭୁବନ ନଟରାଜ କଳାବିକାଶ କେନ୍ଦ୍ରରୁ ନୃତ୍ୟ ପ୍ରଶିକ୍ଷଣ ନେଇ ସେ କଳାନୈପୁଣ୍ୟର ପରିଚୟ ଦେଇଥିଲେ।

 

ମିସେସ୍‌ ଇଣ୍ଡିଆ- ୨୦୨୦ ନିରୁପମା
ଯାଜପୁରର ଦୁହିତା ତଥା ବଧୂ ନିରୁପମା ମହାନ୍ତି ପୁଣେଠାରେ ଆୟୋଜିତ ଇନ୍‌ଫ୍ଲୋଲେନ୍ସ ଫିଟ୍‌ନେସ୍‌ କୁଇନ୍‌ ମିସେସ୍‌ ଇଣ୍ଡିଆ-୨୦୨୦ ମୁକୁଟ ଜିତି ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି। ପୁଣେଠାରେ ଦୁଇଟି କମ୍ପାନୀର ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ନିରୁପମା ପୂର୍ବରୁ ସେ ମିସେସ୍‌ ମହାରାଷ୍ଟ୍ର ଏବଂ ମିସେସ୍‌ କନ୍‌ଫିଡେଣ୍ଟ ମୁକୁଟ ମଧ୍ୟ ପିନ୍ଧି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୪।୮: ଶ୍ରୀଲଙ୍କାରେ ଜଣେ କ୍ରିକେଟ କୋଚଙ୍କୁ ହତ୍ୟା କରାଯାଇଛି। କଲମ୍ବୋ କ୍ରିକେଟ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋ ତାଙ୍କ ନିଜ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ଏବଂ…

ଆପଣ ନ କରିପାରିଲେ ଆମେ କରିବୁ…. କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ…

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri