ତାଲିବାନ ରାଜ୍‌: ନିଜ ପିଲାଙ୍କୁ ବଞ୍ଚାଇବାକୁ କଣ୍ଟା ବାଡ ଡିଆଁଇ ଫିଙ୍ଗି ଦେଉଛନ୍ତି ମହିଳା

କାବୁଲ,୧୯ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ କରିବା ପରେ ଏବେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ ହୋଇ ପଡିଛନ୍ତି ସେଠାକାର ବାସିନ୍ଦା । ତେବେ ଆଫଗାନର ଶାସନକୁ ନେଇ ଆମେରିକା ସେନା ଯେଉଁମାନଙ୍କୁ ସହାୟତା ଯୋଗାଇ ଦେଉଛି ଓ ମହିଳାମାନେ ଅଧିକ ଭୟଭୀତ ହୋଇ ଯାଇଛନ୍ତି । ଏଭଳି ପରିସ୍ଥିତିରେ କୌଣସି ପ୍ରକାର ଦଣ୍ଡରୁ ରକ୍ଷା ପାଇବା ପାଇଁ ବହୁ ସଂଖ୍ୟକ ଲୋକ ବିମାନବନ୍ଦରରେ ପହଞ୍ଚୁଛନ୍ତି । ଯାହାଫଳରେ ଶୀଘ୍ର ଆଫଗାନିସ୍ତାନ ମାଟି ଛାଡିହେବ । ତେବେ ବିମାନ ବନ୍ଦରରେ ବିଶୃଙ୍ଖଳାକୁ ରୋକିବା ପାଇଁ ଆମେରିକା ଓ ବ୍ରିଟିଶ ସେନା ତାରବାଡ ନିର୍ମାଣ କରିଛନ୍ତି । ଏହାଦ୍ୱାରା କେବଳ ବଛାବଛା ଲୋକେ ବିମାନ ବନ୍ଦରରେ ପ୍ରବେଶ କରିବେ । ହେଲେ ଏହାକୁ ଦେଖି ମହିଳାମାନେ ତାରବାଡ ଡିଆଁଇ ସେମାନଙ୍କ ପିଲାମାନଙ୍କୁ ଫୋପାଡି ଦେବା ପରେ ଜିନ ଜୀବନ ବଞ୍ଚାଇବାକୁ ସେନାଙ୍କୁ ସାହାଯ୍ୟ ମାଗୁଥିବା କୁହାଯାଉଛି । ସ୍କାଏ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ବିମାନ ବନ୍ଦରରେ ଠିଆ ହୋଇଥିବା ଗାର୍ଡଙ୍କ ଏହା ହେଉଛି ଅନୁଭୁତି । ଅନ୍ୟପଟେ ବ୍ରିଟିଶ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ମହିଳାମାନଙ୍କର ଏଭଳି ପଦକ୍ଷେପ ଦେଖି ଖୁବ୍ ଦୁଃଖ ଲାଗୁଛି । ଏହା ବିପଜ୍ଜନକ ଜାଣି ମଧ୍ୟ ମହିଳାମାନେ ସେମାନଙ୍କ ପିଲାମାନଙ୍କୁ ତାର ବାଡ ଡିଆଁଇ ଫିଙ୍ଗି ଦେବା ବେଶ୍ ଛାତିଥରା ଦୃଶ୍ୟ । କେତେଜଣ ପିଲା ଠିକ୍ ଭାବେ ଆରପଟେ ପଡିଯାଉଥିବା ବେଳେ କେତେଜଣ ତାରବାଡରେ ଫସିଯିବା ଆହୁରି ହୃଦୟ ବିଦାରକ ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?