ପାଣି ପାଇଁ ରାସ୍ତାରେ ମହିଳା

ହିନ୍ଦୋଳ, ୪।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର ଅଞ୍ଚଳର ବହୁସଂଖ୍ୟାରେ ମହିଳା ହିନ୍ଦୋଳ-ଗୁଡ଼ିଆକାଟେଣୀ ରାସ୍ତାରେ ହାଣ୍ଡିମାଠିଆ ରଖି ଆନ୍ଦୋଳନ କରିଥିଲେ।
ଫଳରେ ଦୁଇଘଣ୍ଟା ଧରି ଯାତାୟାତ ପ୍ରଭାବିତ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ଓ୍ବାର୍ଡବାସୀଙ୍କୁ ପାଇପ୍‌ ସହାୟତାରେ ଜଳ ଯୋଗାଣ କରାଯାଉଛି। ହେଲେ ଖରାଦିନେ ପର୍ଯ୍ୟାପ୍ତ ପରିମାଣର ପାଣି ଆସୁନାହିଁ। ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଭୂତଳ ଜଳସ୍ତର ହ୍ରାସ କାରଣରୁ ନଳକୂପ ଅଚଳ ହୋଇପଡ଼ିଛି। ଏବେ ଏଭଳି ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି। ପାଣି ଅଭାବରୁ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେଉଛି। ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ତେଣୁ ସେମାନେ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଥିବା କହିଛନ୍ତି।
ଅନ୍ୟପଟେ ଏହି ସୂଚନା ପାଇବା ପରେ ସହକାରୀ ଜିଲାପାଳ ଗଜାନନ ପ୍ରଧାନ, ଏନଏସି ନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ଟ୍ୟାଙ୍କର ସହାୟତାରେ ଜଳଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଡିଗ୍ରୀ ଉପରେ ସବୁ ସହର: ପୁଣି ବଢ଼ିପାରେ ଶୀତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଚଳିତ ବର୍ଷ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନାହିଁ। ଗତ ସପ୍ତାହରେ ୫/୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ...

ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର

ଢେଙ୍କାନାଳ ଅଫିସ, ୪।୨-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗଁା ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩)ଙ୍କ ସନ୍ଧାନ ମିଳିଛି। ନିଖୋଜର...

ଓଡ଼ାପଡ଼ା ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ: ‘ସକାରାତ୍ମକ ମନୋଭାବ ରଖ’

ଢେଙ୍କାନାଳ ଅଫିସ, ୧୫।୭:  ସଂସ୍କାର ହେଉଛି ଶିକ୍ଷାର୍ଥୀଙ୍କ ଆଭୂଷଣ। ଉଭୟ ଅନୁକୂଳ ଏବଂ ପ୍ରତିକୂଳ ପରିବେଶରେ ଛାତ୍ରୀଛାତ୍ରମାନେ ସକାରାତ୍ମକ ମନୋଭାବ ପୋଷଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।...

ସଚ୍ଚୋଟପଣିଆ ଦେଖାଇଲେ ୩ ଟିଟିଇ: ସୁନା, ଟଙ୍କା ସହ ପର୍ସ ଫେରାଇ ପ୍ରଶଂସା ପାଇଲେ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଟ୍ରେନ୍‌ରେ ପାଇଥିବା ଏକ ପର୍ସ୍‌କୁ ଫେରାଇ ସଚ୍ଚୋଟପଣିଆ ଦେଖାଇଛନ୍ତି ୩ଜଣ ଟିଟିଇ। ଉକ୍ତ ପର୍ସଟି ଜଣେ ମହିଳା ଯାତ୍ରୀଙ୍କର ହୋଇଥିବାବେଳେ ସେଥିରେ ୨୨ ହଜାର...

ଅକ୍ଟୋବର ୧୨ରୁ ଓଜେଇଇ

ଭୁବନେଶ୍ୱର, ୧୮।୯(ବ୍ୟୁରୋ)- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଓଜେଇଇ...

୧୦ରେ ବାତ୍ୟା ରୂପ ନେବ ଅବପାତ

ଭୁବନେଶ୍ୱର,୯ା୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ମଙ୍ଗଳବାର ଏହା ଆହୁରି ଅଧିକ ଘନୀଭୂତ ହୋଇ...

୧୬ ଜିଲାରୁ ୭୫ ଆକ୍ରାନ୍ତ: ଖୋର୍ଦ୍ଧା-ସୁନ୍ଦରଗଡ଼ର ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୭୫ ନୂଆ ଆକ୍ରାନ୍ତ ୧୬ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା-ସୁନ୍ଦରଗଡ଼ରୁ ସର୍ବାଧିକ ୧୮ ଅଛନ୍ତି। ସେହିଭଳି ଜଗତସିଂହପୁର-କୋରାପୁଟ-ଅନୁଗୋଳ-ଢ଼େଙ୍କାନାଳର...

ସବୁ ଜିଲାରେ ସକାଳୁଆ ସ୍କୁଲ ପାଇଁ ଦାବି

ଭୁବନେଶ୍ୱର,୨୧।୬(ଅନୁରାଧା ମହାରଣା): ରାଜ୍ୟର କିଛି ଜିଲାକୁ ବାଦ୍‌ଦେଇ ପ୍ରାୟ ସମସ୍ତ ଜିଲାର ସ୍କୁଲ ବୁଧବାରଠାରୁ ଖୋଲୁଛି। ନିୟମିତ କାର୍ଯ୍ୟସୂଚୀ ଅନୁସାରେ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା...

Advertisement
Archives

Model This Week