Posted inଫୁରସତ

ପନିପରିବା ମଞ୍ଜିରୁ ମହିଳା ତିଆରି କଲେ ଇକୋ ଫ୍ରେଣ୍ଡଲୀ ରାଖୀ

ରାୟପୁର,୩।୮: କୁହାଯାଏ, ଯଦି ତୁମର ପ୍ରତିଭା ଅଛି ତେବେ ତୁମକୁ କେହି ଅଟକାଇ ପାରିବେ ନାହିଁ। ଆଉ ତୁମର ପ୍ରତିଭା ହିଁ ନିଜେ ନିଜର ପଥ ତିଆରି କରିନେବ। ତେବେ ତୁମେ ଯେଉଁଠି ବି ଥାଅ ନା କାହିଁକି ନିଜ ଇଛା ପାଇଁ ନିଜେ ରାସ୍ତା ଖୋଜିନେବ ବୋଲି ଉକ୍ତି ରହିଛି। ଆଉ ଏହି ଉକ୍ତିଟିକୁ ସଫଳ କରିଦେଖାଇଛନ୍ତି ଛତିଶଗଡ଼ର କେତେକ ମହିଳା। ଏଠାକାର ମହିଳାମାନେ କିଛି ଏଭଳି କରିଦେଖାଇଛନ୍ତି, ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହେବା ସହ ଗର୍ବ ଅନୁଭବ କରିବ। ଏହି ସମସ୍ତ ମହିଳା ଛତିଶଗଡ଼ରେ ଏକ ସ୍ବୟଂ ସହାୟକ ଗୋଷ୍ଠୀର। ଏହି ମହିଳାମାନେ ପନିପରିବାର ମଞ୍ଜିି, ଧାନ ଏବଂ ବାଉଁଶରୁ ରାଖୀ ତିଆରି କରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ପ୍ଲାଷ୍ଟିକ ଭଳି ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ଜିନିଷର ବ୍ୟବହାର କରାଯାଇନାହିଁ। ରାଖୀରେ କେବଳ ଅର୍ଗାନିକ୍‌ ଜିନିଷର ବ୍ୟବହାର କରାଯାଇଛି।

ଯାହା ଇକୋ ଫ୍ରେଣ୍ଡଲୀ ହୋଇଥିବା ବେଳେ ଦେଖିବାକୁ ମଧ୍ୟ ବେଶ୍‌ ସୁନ୍ଦରମୟ ହୋଇଛି। ସୂଚନା ମୁତାବକ ଗତ ବର୍ଷ ମଧ୍ୟ ଏହି ମହିଳାମାନେ ୫ହଜାର ରାଖୀ ତିଆରି କରିଥିଲେ। ଯେଉଁଥିରୁ ସେମାନେ ଲକ୍ଷେ ଟଙ୍କା ରୋଜଗାର କରିଥିଲେ ବୋଲି ଗୋଷ୍ଠୀର ଜଣେ ସଦସ୍ୟ ଲତା ସାହୁ କହିଛନ୍ତି। ହେଲେ ଚଳିତ ବର୍ଷ ଉକ୍ତ ମହିଳାମାନେ ଏବେଠାରୁ ୯୦,୦୦୦ ଟଙ୍କା ରୋଜଗାର କରିସାରିଛନ୍ତି। କାରଣ ଚଳିତ ବର୍ଷ ରକ୍ଷା ବନ୍ଧନ ପର୍ବ ଅଗଷ୍ଟ ୨୨ରେ ପଡ଼ୁଥିବା ବେଳେ ଏଥିରେ ଆଉ କିଛି ସମୟ ମଧ୍ୟ ବାକି ଅଛି। ହେଲେ ଏଭଳି ସ୍ଥିତିରେ ସ୍ବେଚ୍ଛାସେବୀମାନେ ନିଜର ରୋଜଗାର ବଢ଼ାଇବା ପାଇଁ ବେଶ୍‌ ସମୟ ଓ ସୁଯୋଗ ପାଇଛନ୍ତି। ଏହି ମହିଳାମାନେ ସମାଜର ସେହି ମହିଳାମାନଙ୍କ ପାଇଁ ଏକ ଉଦାହରଣ ଓ ଆଦର୍ଶ। ଯେଉଁମାନେ କୌଣସି ନା କୌଣସି କାରଣରୁ ବିକାଶ ପଥରେ ପଛରେ ରହିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?