Posted inଫୁରସତ

ପନିପରିବା ମଞ୍ଜିରୁ ମହିଳା ତିଆରି କଲେ ଇକୋ ଫ୍ରେଣ୍ଡଲୀ ରାଖୀ

ରାୟପୁର,୩।୮: କୁହାଯାଏ, ଯଦି ତୁମର ପ୍ରତିଭା ଅଛି ତେବେ ତୁମକୁ କେହି ଅଟକାଇ ପାରିବେ ନାହିଁ। ଆଉ ତୁମର ପ୍ରତିଭା ହିଁ ନିଜେ ନିଜର ପଥ ତିଆରି କରିନେବ। ତେବେ ତୁମେ ଯେଉଁଠି ବି ଥାଅ ନା କାହିଁକି ନିଜ ଇଛା ପାଇଁ ନିଜେ ରାସ୍ତା ଖୋଜିନେବ ବୋଲି ଉକ୍ତି ରହିଛି। ଆଉ ଏହି ଉକ୍ତିଟିକୁ ସଫଳ କରିଦେଖାଇଛନ୍ତି ଛତିଶଗଡ଼ର କେତେକ ମହିଳା। ଏଠାକାର ମହିଳାମାନେ କିଛି ଏଭଳି କରିଦେଖାଇଛନ୍ତି, ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହେବା ସହ ଗର୍ବ ଅନୁଭବ କରିବ। ଏହି ସମସ୍ତ ମହିଳା ଛତିଶଗଡ଼ରେ ଏକ ସ୍ବୟଂ ସହାୟକ ଗୋଷ୍ଠୀର। ଏହି ମହିଳାମାନେ ପନିପରିବାର ମଞ୍ଜିି, ଧାନ ଏବଂ ବାଉଁଶରୁ ରାଖୀ ତିଆରି କରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ପ୍ଲାଷ୍ଟିକ ଭଳି ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ଜିନିଷର ବ୍ୟବହାର କରାଯାଇନାହିଁ। ରାଖୀରେ କେବଳ ଅର୍ଗାନିକ୍‌ ଜିନିଷର ବ୍ୟବହାର କରାଯାଇଛି।

ଯାହା ଇକୋ ଫ୍ରେଣ୍ଡଲୀ ହୋଇଥିବା ବେଳେ ଦେଖିବାକୁ ମଧ୍ୟ ବେଶ୍‌ ସୁନ୍ଦରମୟ ହୋଇଛି। ସୂଚନା ମୁତାବକ ଗତ ବର୍ଷ ମଧ୍ୟ ଏହି ମହିଳାମାନେ ୫ହଜାର ରାଖୀ ତିଆରି କରିଥିଲେ। ଯେଉଁଥିରୁ ସେମାନେ ଲକ୍ଷେ ଟଙ୍କା ରୋଜଗାର କରିଥିଲେ ବୋଲି ଗୋଷ୍ଠୀର ଜଣେ ସଦସ୍ୟ ଲତା ସାହୁ କହିଛନ୍ତି। ହେଲେ ଚଳିତ ବର୍ଷ ଉକ୍ତ ମହିଳାମାନେ ଏବେଠାରୁ ୯୦,୦୦୦ ଟଙ୍କା ରୋଜଗାର କରିସାରିଛନ୍ତି। କାରଣ ଚଳିତ ବର୍ଷ ରକ୍ଷା ବନ୍ଧନ ପର୍ବ ଅଗଷ୍ଟ ୨୨ରେ ପଡ଼ୁଥିବା ବେଳେ ଏଥିରେ ଆଉ କିଛି ସମୟ ମଧ୍ୟ ବାକି ଅଛି। ହେଲେ ଏଭଳି ସ୍ଥିତିରେ ସ୍ବେଚ୍ଛାସେବୀମାନେ ନିଜର ରୋଜଗାର ବଢ଼ାଇବା ପାଇଁ ବେଶ୍‌ ସମୟ ଓ ସୁଯୋଗ ପାଇଛନ୍ତି। ଏହି ମହିଳାମାନେ ସମାଜର ସେହି ମହିଳାମାନଙ୍କ ପାଇଁ ଏକ ଉଦାହରଣ ଓ ଆଦର୍ଶ। ଯେଉଁମାନେ କୌଣସି ନା କୌଣସି କାରଣରୁ ବିକାଶ ପଥରେ ପଛରେ ରହିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri