Posted inଜାତୀୟ

ବାପଘରେ ସ୍ବାମୀଙ୍କୁ ହତ୍ୟା ପରେ ଆଖି-ନାକରେ ଫେଭିକ୍ୱିକ୍‌ ପକାଇଲେ ସ୍ତ୍ରୀ, ସହଯୋଗ କଲେ…

ଗୟା,୨୪।୧: ବିହାରର ଗୟାରେ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ଚର୍ଚ୍ଚାରେ। ପ୍ରଥମେ ଯୁବକଙ୍କ ହାତଗୋଡ ବାନ୍ଧି ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କର ମୃତ୍ୟୁ ହୋଇଯିବା ପରେ ଆଖି, ନାକ ଏବଂ ମୁହଁରେ ଫେଭିକ୍ୱିକ୍‌ ପକାଇଦେଇଥିଲେ। ଅଭିଯୁକ୍ତ ସ୍ତ୍ରୀ ହତ୍ୟା କରିବା ସମୟରେ ତାଙ୍କ ମାବାପା ମଧ୍ୟ ସହଯୋଗ କରିଥିଲେ।

ମୃତକଙ୍କ ନାମ ମୁନ୍ନା ବୋଲି ଜଣାପଡ଼ିଛି। ତାଙ୍କର ବିବାହ ଜୁଲିଙ୍କ ସହ ହୋଇଥିଲା। କଲେଜ ଦିନରୁ ସେ ଅନ୍ୟଜଣଙ୍କୁ ପ୍ରେମ କରୁଥିଲେ। କିଛିଦିନ ପୂର୍ବେ ସ୍ବାମୀ ତାଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏଣୁ ସ୍ବାମୀଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ ଜୁଲି।

ମୁନ୍ନାଙ୍କୁ ହତ୍ୟା କରିବାର ଯୋଜନା କରିବା ପରେ ତାଙ୍କୁ ବାପଘରକୁ ଡାକିଥିଲେ ଅଭିଯୁକ୍ତ ଜୁଲି। ପରେ ମା’ବାପା ଏବଂ ଅନ୍ୟ ୨ଜଣଙ୍କ ସହାୟତାରେ ତାଙ୍କୁ ହତ୍ୟା କରିଥିଲେ। ହେଲେ ସାଢ଼େ ୩ ବର୍ଷର ଝିଅ ତାହା ଦେଖିଦେଇଥିଲା। ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିବାକୁ ନେଇ ଯାଉଥିବା ବେଳେ ଅଧାବାଟରେ ପୋଲିସ ଭ୍ୟାନ୍‌ ଦେଖି ସେମାନେ ହଡବଡାଇ ଯାଇଥିଲେ। ଏପରିକି ଅଭିଯୁକ୍ତମାନେ ମୃତଦେହକୁ ଛାଡ଼ି ଫେରାର ହୋଇଯାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଭିତରୁ ମୃତଦେହ ଜବତ କରିଛି। ଏଥିସହ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri