Posted inରାଜ୍ୟ

ଅଳଙ୍କାର କ୍ଲଷ୍ଟର ଲାଗି ମହିଳା ଉଦ୍ୟୋଗୀଙ୍କ ଯୋଜନା

ଭୁବନେଶ୍ୱର,୯।୧୦: ରାଜ୍ୟ ମଧ୍ୟରେ ଅଳଙ୍କାର କ୍ଲଷ୍ଟର ବିକାଶ ଲାଗି ମହିଳା ଉଦ୍ୟୋଗୀମାନେ ଯୋଜନା ରଖିଛନ୍ତି। ଏହାବାଦ ଏଭଳି କ୍ଷେତ୍ର ସହ ଜଡ଼ିତ ଏକ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବା ମଧ୍ୟ ଯୋଜନା ରଖାଯାଇଛି। କେନ୍ଦ୍ର ପକ୍ଷରୁ ଏଥିଲାଗି ୨୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିବା ଆଇସିସି ୱମେନ୍‌ ଏଣ୍ଟରପ୍ରେନ୍ୟୁରଶିପ୍‌ କମିଟି (ଆଇଡବ୍ଲ୍ୟୁଇସି) ଓ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌, କଟକ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏମ୍‌ଏସ୍‌ଇ-ସିଡିପି ସ୍କିମ୍‌ ଓ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏଭଳି ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ତାରକସି, ଜାଲି କାମ ଓ ଚମତ୍କାର କାରିଗରି କୌଶଳରେ ନିପୁଣ ଥିବାରୁ ଓଡ଼ିଶା ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବହୁ ଆଗରେ ରହିଛି। ରାଜ୍ୟରେ ଏକ ଅଳଙ୍କାର କ୍ଲଷ୍ଟର ସ୍ଥାପନ କରିବା ଲାଗି ଉଦ୍ୟୋଗୀମାନେ ଆଗେଇ ଆସିବା ଦରକାର ବୋଲି ଟାଇ ଇଣ୍ଡିଆ ଆଞ୍ଜେଲ୍‌ସର ଅଧ୍ୟକ୍ଷ ମହାବୀର ପ୍ରତାପ ଶର୍ମା କହିଛନ୍ତି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ-ଡିଆଇ, କଟକର ଯୁଗ୍ମ ନିର୍ଦ୍ଦେଶକ ଓ ଏଚ୍‌ଓଡି ପି.କେ. ଗୁପ୍ତା ଅଳଙ୍କାର, ଟୁରିଜମ୍‌, ସେଲୁନ ଓ ୱେଲ୍‌ନେସ୍‌ ସେଣ୍ଟରର ବ୍ୟବସାୟୀମାନଙ୍କୁ ଆଗକୁ ଆସି ସେମାନଙ୍କ କ୍ଷେତ୍ର ପାଇଁ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇସିସି ଓଡିଶା କାଉନସିଲର ଅଧ୍ୟକ୍ଷ ଜେ.ବି.ପାଣି, ଆଇଡବ୍ଲ୍ୟୁଇସି କନ୍‌ଭେନର୍‌ ସୁକ୍ରିତି ପଟ୍ଟନାୟକ, ଆଇସିସି ଓଡ଼ିଶା ଚାପ୍ଟରର ରାଜ୍ୟ ମୁଖ୍ୟ ଜ୍ୟୋତିପ୍ରକାଶ ପାଲ୍‌, ଆଇସିସି ୱମେନ୍‌ ଏଣ୍ଟରପ୍ରେନ୍ୟୁର୍ସ କମିଟିର କୋ-କନ୍‌ଭେନର ଚିଦାତ୍ମିକା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କାପୁରୁଷ ହେବା ନାହିଁ’

ସମଗ୍ର ପୃଥିବୀରେ କୋଭିଡ୍‌-୧୯ (କରୋନା ଭାଇରସ୍‌)ର ଭୟ ନାଗରିକଙ୍କ ମନରେ ଭର୍ତ୍ତି ହୋଇରହିଛି। ବିଶ୍ୱର ୧୯୩ ଦେଶରେ ଏହି ରୋଗ ଠାବ ହୋଇଥିବା ବେଳେ ଭାରତରେ...

କାଲିଠୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା: ପହଞ୍ଚିସାରିଛି ପ୍ରଶ୍ନପତ୍ର, ଉତ୍ତରଖାତା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ବିନା ପରୀକ୍ଷାରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାକୁ ନେଇ ବହୁ ବାଦବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରମାନେ ଆଶା କରୁଥିବା ମାର୍କଠାରୁ କମ୍‌...

ସଚେତନତା ଅଭାବରୁ ବଢୁଛି ରୋଗ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ୨୦୦୫ରେ କୁଷ୍ଠମୁକ୍ତ ଭାରତ ଘୋଷଣା ହୋଇଥିଲା। କିନ୍ତୁ ଏବେବି ଦେଶର ବିଭିନ୍ନ ସ୍ଥାନରେ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ବିଶ୍ୱରେ ଯେତିକି...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଭଞ୍ଜନଗର...

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ

ଗୋପାଳପୁର,୪ା୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗୋପାଳପୁର ବନ୍ଦରରେ...

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ...

ସାଇକେଲରେ ପରିବେଶ ସୁରକ୍ଷା ବାଣ୍ଟୁଥିବା ଅମରେଶଙ୍କୁ ସ୍ବାଗତ

ନୟାଗଡ଼ ଅଫିସ,୨୮।୧୨: ବୃକ୍ଷ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପରୁ ସାଇକେଲରେ ବ୍ରହ୍ମପୁର ଅଭିୁମୁଖେ ବାହାରିଥିବା ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କୁ ଶୁକ୍ରବାର ନୟାଗଡ଼...

ଆହୁରି ୫ ଦିନ ବର୍ଷିବ

ଭୁବନେଶ୍ୱର,୧୩।୧୧(ବୁ୍ୟୁରୋ): ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଯାହା...

Advertisement
Archives

Model This Week