Posted inରାଜ୍ୟ

ଅଳଙ୍କାର କ୍ଲଷ୍ଟର ଲାଗି ମହିଳା ଉଦ୍ୟୋଗୀଙ୍କ ଯୋଜନା

ଭୁବନେଶ୍ୱର,୯।୧୦: ରାଜ୍ୟ ମଧ୍ୟରେ ଅଳଙ୍କାର କ୍ଲଷ୍ଟର ବିକାଶ ଲାଗି ମହିଳା ଉଦ୍ୟୋଗୀମାନେ ଯୋଜନା ରଖିଛନ୍ତି। ଏହାବାଦ ଏଭଳି କ୍ଷେତ୍ର ସହ ଜଡ଼ିତ ଏକ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବା ମଧ୍ୟ ଯୋଜନା ରଖାଯାଇଛି। କେନ୍ଦ୍ର ପକ୍ଷରୁ ଏଥିଲାଗି ୨୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିବା ଆଇସିସି ୱମେନ୍‌ ଏଣ୍ଟରପ୍ରେନ୍ୟୁରଶିପ୍‌ କମିଟି (ଆଇଡବ୍ଲ୍ୟୁଇସି) ଓ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌, କଟକ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏମ୍‌ଏସ୍‌ଇ-ସିଡିପି ସ୍କିମ୍‌ ଓ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏଭଳି ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ତାରକସି, ଜାଲି କାମ ଓ ଚମତ୍କାର କାରିଗରି କୌଶଳରେ ନିପୁଣ ଥିବାରୁ ଓଡ଼ିଶା ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବହୁ ଆଗରେ ରହିଛି। ରାଜ୍ୟରେ ଏକ ଅଳଙ୍କାର କ୍ଲଷ୍ଟର ସ୍ଥାପନ କରିବା ଲାଗି ଉଦ୍ୟୋଗୀମାନେ ଆଗେଇ ଆସିବା ଦରକାର ବୋଲି ଟାଇ ଇଣ୍ଡିଆ ଆଞ୍ଜେଲ୍‌ସର ଅଧ୍ୟକ୍ଷ ମହାବୀର ପ୍ରତାପ ଶର୍ମା କହିଛନ୍ତି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ-ଡିଆଇ, କଟକର ଯୁଗ୍ମ ନିର୍ଦ୍ଦେଶକ ଓ ଏଚ୍‌ଓଡି ପି.କେ. ଗୁପ୍ତା ଅଳଙ୍କାର, ଟୁରିଜମ୍‌, ସେଲୁନ ଓ ୱେଲ୍‌ନେସ୍‌ ସେଣ୍ଟରର ବ୍ୟବସାୟୀମାନଙ୍କୁ ଆଗକୁ ଆସି ସେମାନଙ୍କ କ୍ଷେତ୍ର ପାଇଁ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇସିସି ଓଡିଶା କାଉନସିଲର ଅଧ୍ୟକ୍ଷ ଜେ.ବି.ପାଣି, ଆଇଡବ୍ଲ୍ୟୁଇସି କନ୍‌ଭେନର୍‌ ସୁକ୍ରିତି ପଟ୍ଟନାୟକ, ଆଇସିସି ଓଡ଼ିଶା ଚାପ୍ଟରର ରାଜ୍ୟ ମୁଖ୍ୟ ଜ୍ୟୋତିପ୍ରକାଶ ପାଲ୍‌, ଆଇସିସି ୱମେନ୍‌ ଏଣ୍ଟରପ୍ରେନ୍ୟୁର୍ସ କମିଟିର କୋ-କନ୍‌ଭେନର ଚିଦାତ୍ମିକା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri