Posted inଜାତୀୟ

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ (CJM) କୋର୍ଟ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଛନ୍ତି।

ଗତ ଅକ୍ଟୋବର ମାସରେ ଅନିରୁଦ୍ଧାଚାର୍ଯ୍ୟଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ଯୁବତୀ ଏବଂ ବିବାହ ବିଷୟରେ ମନ୍ତବ୍ୟ ଦେଇଥିଲେ। ତାଙ୍କର ମନ୍ତବ୍ୟ ମହିଳାମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଥିଲା ଏବଂ ସୋସିଆଲ୍ ମିଡିଆରେ ଏହାର ବ୍ୟାପକ ସମାଲୋଚନା ହୋଇଥିଲା।

ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଆଗ୍ରା ଜିଲା ସଭାପତି ମୀରା ରାଠୋର ଏହି ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଯେ ଏପରି ମନ୍ତବ୍ୟ ଧାର୍ମିକ ବ୍ୟକ୍ତିଙ୍କ ପାଇଁ ଶୋଭାପାଏ ନାହିଁ।

ମୀରା ରାଠୋର ପ୍ରଥମେ ବୃନ୍ଦାବନ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ଏଫ୍ଆଇଆର୍ ରୁଜୁ ହୋଇ ନ ଥିଲା। ଏହା ପରେ ସେ CJM କୋର୍ଟରେ ଅଭିଯୋଗ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ୧ ତାରିଖରେ କୋର୍ଟ ମୀରା ରାଠୋରଙ୍କ ବୟାନ ରେକର୍ଡ କରିବେ।

ବିବାଦ ବଢ଼ିବା ପରେ ଅନିରୁଦ୍ଧାଚାର୍ଯ୍ୟ ଏକ ସ୍ପଷ୍ଟୀକରଣ ଜାରି କରିଥିଲେ। ସେ କହିଥିଲେ ଯେ ତାଙ୍କ କଥାକୁ ଖଣ୍ଡିତ କରି ପ୍ରକାଶ କରାଯାଇଛି ଏବଂ ପୁରୁଷ ଓ ମହିଳା ଉଭୟଙ୍କ ବିଷୟରେ ସେ ମନ୍ତବ୍ୟ ଦେଇଥିଲେ, କାହାକୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri