ମହିଳା ଓ ପେନ୍‌କିଲର

ଆଜିର ବ୍ୟସ୍ତବହୁଳ ଜୀବନ ହେଉ ଅବା ପରିବର୍ତ୍ତିତ ଜୀବନଶୈଳୀ ଲାଗି ଅନେକ ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି; ଯାହା ମଧ୍ୟରୁ ଅଣ୍ଟା, ଆଣ୍ଠୁ ଆଦି ଗଣ୍ଠି ଯନ୍ତ୍ରଣା ପ୍ରମୁଖ। ଆଉ ଏଥିରୁ ଉପଶମ ପାଇବା ଲାଗି ସେମାନେ ସଙ୍ଗେସଙ୍ଗେ ପେନ୍‌କିଲରର ସାହାଯ୍ୟ ନେଉଛନ୍ତି। ହେଲେ ଆପଣ ଜାଣନ୍ତି କି, ଡାକ୍ତରଙ୍କ ବିନା ପରାମର୍ଶରେ ଏଭଳି ଔଷଧର ଅଧିକ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ…

ଗ୍ରେଟର ଚିକାଗୋରେ ହୋଇଥିବା ଏକ ଗବେଷଣା ରିପୋର୍ଟ ମୁତାବକ ଡାକ୍ତରଙ୍କ ବିନା ପରାମର୍ଶରେ କିମ୍ବା ମନଇଚ୍ଛା ଦୈନିକ ଆବଶ୍ୟକ ମାତ୍ରାଚ୍‌ଠାରୁ ଅଧିକ ପେନ୍‌କିଲର୍‌ ବା ନନ୍‌-ଷ୍ଟେରଇଡାଲ୍‌ ଆଣ୍ଟି- ଇମ୍‌ଫ୍ଲାମେଟୋରି ଡ୍ରଗ୍ସର ସେବନ କରିବା ଦ୍ବାରା ଲିଭର(ଯକୃତ) ଖରାପ ହେବାର ଆଶଙ୍କା ଖୁବ୍‌ ବେଶି।
ଥଣ୍ଡା, ସାଇନସ ଏବଂ ଗ୍ୟାସ୍‌ ଭଳି ସମସ୍ୟା ଲାଗି ବ୍ୟବହୃତ ପେନ୍‌କିଲର ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ଯକୃତ ସହିତ ପାକସ୍ଥଳୀ ମଧ୍ୟ ପ୍ରଭାବିତ ହୋଇଥାଏ; ଯାହାକି ପରବର୍ତ୍ତୀ ସମୟରେ ଅଲ୍‌ସର୍‌ର ଆଶଙ୍କାକୁ ବି ଦ୍ବିଗୁଣିତ କରିଥାଏ।
ଡାଇବେଟିସ୍‌ କିମ୍ବା ବ୍ଲଡ୍‌ପ୍ରେସର୍‌ ସମସ୍ୟା ଥିବା ମହିଳାଙ୍କଠାରେ ପେନ୍‌କିଲର୍‌ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା କିଡ୍‌ନୀ ଫେଲ୍ୟୁଅର୍‌ ହେବାର ଆଶଙ୍କା ରହିଥାଏ।
ପୁଣି କିଛି ପେନ୍‌କିଲର୍‌ର ମାତ୍ରାଧିକ ସେବନ କେତେକଙ୍କଠାରେ ରକ୍ତକୁ ପତଳା କରିବା ବା ରକ୍ତର ସାନ୍ଧ୍ରତା ହ୍ରାସ କରିବା ସହ ରକ୍ତଚାପ ସମସ୍ୟା ସୃଷ୍ଟି କରିଥାଏ।
ତେଣୁ ସହଜ ଉପଲବ୍ଧ ହୋଇଥିବାରୁ ପେନ୍‌କିଲର ସେବନକୁ ନ ଆପଣେଇ ବିଭିନ୍ନ ଘରୋଇ ଉପଚାର ସହ ଯୋଗବ୍ୟାୟାମକୁ ଜୀବନଶୈଳୀରେ ସାମିଲ କରି ଏକ ଯନ୍ତ୍ରଣା ମୁକ୍ତ ଜୀବନ ଜିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri