ମହିଳା ଓ ପେନ୍‌କିଲର

ଆଜିର ବ୍ୟସ୍ତବହୁଳ ଜୀବନ ହେଉ ଅବା ପରିବର୍ତ୍ତିତ ଜୀବନଶୈଳୀ ଲାଗି ଅନେକ ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି; ଯାହା ମଧ୍ୟରୁ ଅଣ୍ଟା, ଆଣ୍ଠୁ ଆଦି ଗଣ୍ଠି ଯନ୍ତ୍ରଣା ପ୍ରମୁଖ। ଆଉ ଏଥିରୁ ଉପଶମ ପାଇବା ଲାଗି ସେମାନେ ସଙ୍ଗେସଙ୍ଗେ ପେନ୍‌କିଲରର ସାହାଯ୍ୟ ନେଉଛନ୍ତି। ହେଲେ ଆପଣ ଜାଣନ୍ତି କି, ଡାକ୍ତରଙ୍କ ବିନା ପରାମର୍ଶରେ ଏଭଳି ଔଷଧର ଅଧିକ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ…

ଗ୍ରେଟର ଚିକାଗୋରେ ହୋଇଥିବା ଏକ ଗବେଷଣା ରିପୋର୍ଟ ମୁତାବକ ଡାକ୍ତରଙ୍କ ବିନା ପରାମର୍ଶରେ କିମ୍ବା ମନଇଚ୍ଛା ଦୈନିକ ଆବଶ୍ୟକ ମାତ୍ରାଚ୍‌ଠାରୁ ଅଧିକ ପେନ୍‌କିଲର୍‌ ବା ନନ୍‌-ଷ୍ଟେରଇଡାଲ୍‌ ଆଣ୍ଟି- ଇମ୍‌ଫ୍ଲାମେଟୋରି ଡ୍ରଗ୍ସର ସେବନ କରିବା ଦ୍ବାରା ଲିଭର(ଯକୃତ) ଖରାପ ହେବାର ଆଶଙ୍କା ଖୁବ୍‌ ବେଶି।
ଥଣ୍ଡା, ସାଇନସ ଏବଂ ଗ୍ୟାସ୍‌ ଭଳି ସମସ୍ୟା ଲାଗି ବ୍ୟବହୃତ ପେନ୍‌କିଲର ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ଯକୃତ ସହିତ ପାକସ୍ଥଳୀ ମଧ୍ୟ ପ୍ରଭାବିତ ହୋଇଥାଏ; ଯାହାକି ପରବର୍ତ୍ତୀ ସମୟରେ ଅଲ୍‌ସର୍‌ର ଆଶଙ୍କାକୁ ବି ଦ୍ବିଗୁଣିତ କରିଥାଏ।
ଡାଇବେଟିସ୍‌ କିମ୍ବା ବ୍ଲଡ୍‌ପ୍ରେସର୍‌ ସମସ୍ୟା ଥିବା ମହିଳାଙ୍କଠାରେ ପେନ୍‌କିଲର୍‌ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା କିଡ୍‌ନୀ ଫେଲ୍ୟୁଅର୍‌ ହେବାର ଆଶଙ୍କା ରହିଥାଏ।
ପୁଣି କିଛି ପେନ୍‌କିଲର୍‌ର ମାତ୍ରାଧିକ ସେବନ କେତେକଙ୍କଠାରେ ରକ୍ତକୁ ପତଳା କରିବା ବା ରକ୍ତର ସାନ୍ଧ୍ରତା ହ୍ରାସ କରିବା ସହ ରକ୍ତଚାପ ସମସ୍ୟା ସୃଷ୍ଟି କରିଥାଏ।
ତେଣୁ ସହଜ ଉପଲବ୍ଧ ହୋଇଥିବାରୁ ପେନ୍‌କିଲର ସେବନକୁ ନ ଆପଣେଇ ବିଭିନ୍ନ ଘରୋଇ ଉପଚାର ସହ ଯୋଗବ୍ୟାୟାମକୁ ଜୀବନଶୈଳୀରେ ସାମିଲ କରି ଏକ ଯନ୍ତ୍ରଣା ମୁକ୍ତ ଜୀବନ ଜିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?