ନାରୀ ଓ ରଙ୍ଗ

ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ ପାଦର ଅଳତା ତ ହାତର ବଜ୍ର। ମେହେନ୍ଦୀ ହେଉ କି ହଳଦୀ, ରଙ୍ଗ ବିନା
ନାରୀ ପାଇଁ ସଂସାର ଫିକା…

 

ଇତିହାସ କହେ ରଙ୍ଗଖେଳର ସୃଷ୍ଟି ନାରୀଙ୍କୁ ନେଇ। ବୃନ୍ଦାବନ କେଳିକୁଞ୍ଜରେ ସଖୀ ମାନଙ୍କୁ ରଙ୍ଗରେ ଜଡ଼ାଇ ପିଚକାରିରେ ଭିଜାଇ ମହାଭାବରେ ପ୍ଳାବିତ କରୁଥିଲେ ଭାବ ବିନୋଦିଆ। ଉଦ୍ଦେଶ୍ୟ ଥିଲା ପରିଚୟର ବନ୍ଧନକୁ ଡେଇଁ ସେ ଓ ମୁଁ ଏକ ବୋଲି ପ୍ରମାଣିତ କରିବା। ସେହି ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ ପାଦର ଅଳତା ତ ହାତର ବଜ୍ର। ମେହେନ୍ଦୀ ହେଉ କି ହଳଦୀ, ରଙ୍ଗ ବିନା ନାରୀ ପାଇଁ ସଂସାର ଫିକା। ତେଣୁ ରଙ୍ଗର ମହୋତ୍ସବରେ ନାରୀଟିଏ ନିଜକୁ ନ ହଜେଇବ ବା କେମିତି ?
ନବପଲ୍ଲବର ସବୁଜିମା। ଦିଗନ୍ତରେ କୃଷ୍ଣଚୂଡ଼ାର ଲାଲିମା। ମୃଦୁମନ୍ଦ ପବନରେ ମଳୟର ଗନ୍ଧ। ସବୁରି ହୃଦୟରେ ବସନ୍ତର ପରଷ। ଏସବୁରୁ ଆଭାସ ମିଳୁଛି ଫଗୁଣ ଆସିଛି। ପରିବେଶର ଏତେସବୁ ରଙ୍ଗ ମନକୁ କରିଛି ରଙ୍ଗିନ। ତେଣୁ ଦେହ ବା ବାଦ୍‌ ଯିବ କିପରି! ଇଚ୍ଛା ହୁଏ ରଙ୍ଗ ଟିକେ ମାଖିବାକୁ, ମଖେଇ ହେବାକୁ। କାରଣ ଫଗୁଣର ଫଗୁରେ କେବଳ ରଙ୍ଗ ନ ଥାଏ ଭରିଥାଏ ଆତ୍ମୀୟତାର ସ୍ପର୍ଶ, ଭଲପାଇବାର ଭାବ ଆଉ ସମ୍ପର୍କର ମଧୁରତା। ରଙ୍ଗ ପରକୁ କରେ ଆପଣାର, ଅନ୍ୟକୁ କରେ ଅଭିନ୍ନ। ରଙ୍ଗ ଭୁଲାଇଦିଏ ପରିଚୟ, ହଜାଇଦିଏ ନିଜର ଅସ୍ତିତ୍ୱ। ସମସ୍ତଙ୍କ ଭିତରେ ନିଜକୁ ସାମିଲ କରି ଏକ ହୋଇଯିବାର ଭାବ ଆଣେ ଅବିର।
ରଙ୍ଗର ବିଜ୍ଞାନ: ସୌନ୍ଦର୍ଯ୍ୟ ପାଇଁ ନାରୀମାନେ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରିଥାନ୍ତି। କେତେବେଳେ ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ହଳଦୀ ବ୍ୟବହାର କରନ୍ତି ତ ପୁଣି ମେହେନ୍ଦୀରେ ବିଭିନ୍ନ ସୌନ୍ଦର୍ଯ୍ୟ ଉପଚାର କରିଥାନ୍ତି। ତେବେ ରଙ୍ଗ କରିବା ପାଇଁ ବ୍ୟବହାର ହେଉଥିବା ହଳଦୀ, ମେହେନ୍ଦୀ, ନିମ, ଅଳତା, ସିନ୍ଦୂର ଆଦି ବିଭିନ୍ନ ଦ୍ରବ୍ୟର ବୈଜ୍ଞାନିକ ଦୃଷ୍ଟିକୋଣ ବି ରହିଛି। ଏଇ ଯେମିତି ନାରୀମାନେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିବା ପାଇଁ ହଳଦୀ ବ୍ୟବହାର କରିଥାନ୍ତି, କିନ୍ତୁ ହଳଦୀରେ ଆଣ୍ଟିବାୟୋଟିକ୍‌ ଗୁଣ ରହିଥିବାରୁ ତାହା ତ୍ୱଚାର ବିଭିନ୍ନ ଇନ୍‌ଫେକଶନ୍‌ ଦୂର କରିଥାଏ। ଠିକ୍‌ ସେହିପରି ମେହେନ୍ଦୀ ଲଗାଇବା ଦ୍ୱାରା ତ୍ୱଚା ଏବଂ କେଶର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ପ୍ରାକୃତିକ ଉପାୟରେ ବିଭିନ୍ନ ସମୟରେ ଏଭଳି ଅନେକ ପ୍ରକାର ରଙ୍ଗ ରହିଛି, ଯାହାକୁ ବ୍ୟବହାର କରି ନାରୀମାନେ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ବିଭିନ୍ନ ରୋଗର ଚିକିତ୍ସା କରି ନିଜ ଜୀବନକୁ ବି ରଙ୍ଗିନ କରିଥାନ୍ତି।
ରଙ୍ଗରେ ଆପଣାର କରେ: ରଙ୍ଗ ଲଗାଇ ପରସ୍ପରର ସମ୍ପର୍କକୁ ନିବିଡ଼ କରିବା କ୍ଷେତ୍ରରେ ବି ନାରୀମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ପରକୁ ଆପଣାର କରିବା ପାଇଁ ଆମ ସାମାଜିକ ଚଳଣିରେ ବିଭିନ୍ନ ପ୍ରକାର ରଙ୍ଗ ଲଗାଯାଇଥାଏ। ନାରୀମାନଙ୍କ ପର୍ବ ରଜ, କୁମାର ପୂର୍ଣ୍ଣମୀ ହେଉ ଅବା ବନ୍ଧୁଘରକୁ ବୁଲି ଆସିବାବେଳେ ହେଉ ପାଦରେ ଅଳତା ଲଗାଇବାର ଏକ ବିଶେଷ ପରମ୍ପରା ରହିଛି। ନୂଆ ବୋହୂଟିଏ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାହିପଡ଼ିଶାର ସମସ୍ତଙ୍କୁ ଅଳତା ଲଗାଇ ଆଶୀର୍ବାଦ ନେଇଥାଏ। ପାଦରେ ଅଳତା ଟିକିଏ ଲଗାଇ ଦେଇ ପରକୁ ଆପଣାର କରିବାର ଏକ ସୁଯୋଗ ପାଇଥାଏ। ବେଳେବେଳେ ଏହିି ମାଧ୍ୟମରେ ଶତ୍ରୁକୁ ବି ଆପଣାର କରିହୁଏ। ତେଣୁ ପରକୁ ଆପଣାର କରିବା ଆଉ ମନର ବିଭେଦ ଦୂର କରିବା କ୍ଷେତ୍ରରେ ରଙ୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରଙ୍ଗର ପର୍ବ ହୋଲିରେ ବି ନୂଆବୋହୂଟିଏ ବିଭିନ୍ନ ସମ୍ପର୍କର ମଧୁରତାକୁ ଅନୁଭବ କରି ବିଭିନ୍ନ ରଙ୍ଗର ଅବିର ଖେଳ ଖେଳିଥାଏ।
ପୂରା ପରିବାରକୁ ରଙ୍ଗିନ କରିପାରେ-
ବିନା ରଙ୍ଗରେ ନାରୀ ଅଧୂରା। ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ନାରୀ ଜୀବନ ସହ ରଙ୍ଗର ସମ୍ପର୍କ। କହିବାକୁ ଗଲେ ତା’ ଜୀବନ ହିଁ ରଙ୍ଗିନ। ନାରୀଟିଏ ହିଁ ପୂରା ପରିବାରକୁ ବିଭିନ୍ନ ରୂପରେ ରଙ୍ଗିନ କରିଥାଏ। ସେଇଥିପାଇଁ ତ ତା’ ଜୀବନ ଯେତେବେଳେ ଦୁଃଖମୟ ହୋଇଯାଏ କହନ୍ତି ଜୀବନ ରଙ୍ଗହୀନ ହୋଇଗଲା। ରଙ୍ଗ ସହ ତା’ର ଆବେଗର ବି ସମ୍ପର୍କ ରହିଛି। ସେଥିପାଇଁ ତ ନାରୀର ବେଶଭୂଷାକୁ ଦେଖିଲେ ହିଁ ଜଣା ପଡ଼ିଯାଏ କି କୌଣସି ପୂଜାପର୍ବରେ ସେ ସାମିଲ ହେଉଛି ଅବା କୌଣସି ସାଂସ୍କୃତିକ ଉତ୍ସବରେ। ସେ ଯେତେବେଳେ ଶୁଭକାମ କରେ ହଳଦୀ ରଙ୍ଗ ଟିକିଏ ଲଗାଇଥାଏ। ଠିକ୍‌ ସେମିତି ନାଲି ଅଳତା ଓ ସିନ୍ଦୂର ବି ତା’ ପାଇଁ ସୌଭାଗ୍ୟର ସଙ୍କେତ ଦେଇଥାଏ। ଆଉ ସ୍ବାଗତ କରିବା ପାଇଁ ସେ ବିଭିନ୍ନ ରଙ୍ଗର ଟିକା ଲଗାଇଥାଏ। ରଙ୍ଗ ସହିତ ତା’ର ଅନେକ ସ୍ମୃତି ରହିଥାଏ। ସେଥିପାଇଁ ତ ନାରୀର ମନ ରଙ୍ଗିନ ଥିଲେ ପୂରା ପରିବାର ବି ରଙ୍ଗିନ ହୋଇଥାଏ।
– ଆସିଷ୍ଟାଣ୍ଟ ପ୍ରଫେସରକଳ୍ପନା ସାହୁ, ମନସ୍ତତ୍ତ୍ୱବିତ୍‌, ଜାଭିଅର ୟୁନିଭର୍ସିଟି
ସାବଧାନତା
ରଙ୍ଗର ପର୍ବ ହେଉ ଅବା ଯେକୌଣସି ସମୟରେ ରଙ୍ଗ ବ୍ୟବହାର କରିବା ପୂର୍ବରୁ ବିଭିନ୍ନ ପ୍ରକାର ସାବଧାନତା ଅବଲମ୍ବନ କରନ୍ତୁ। ବିଶେଷକରି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ରଙ୍ଗ ବ୍ୟବହାର କରନ୍ତୁ। ତେବେ ରାସାୟନିକ ରଙ୍ଗ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ତାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି ନାହିଁ ଭଲ ଭାବରେ ପରୀକ୍ଷା କରନ୍ତୁ।
ପ୍ରାକୃତିକ ରଙ୍ଗ ବ୍ୟବହାର କରେ
ମୁଁ ପିଲାମାନଙ୍କୁ ହୋଲି ଖେଳିବା ସମୟରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରିବାକୁ ଦିଏନି ଏବଂ ଅନ୍ୟ ସମସ୍ତଙ୍କୁ ବି ଅବିରରେ ହୋଲି ଖେଳିବାକୁ ପରାମର୍ଶ ଦିଏ। ଛୋଟ ପିଲାମାନଙ୍କର ସ୍କିନ ଖରାପ ହେଇଯିବ, ସେଥିପାଇଁ ଘରକୁ କେବଳ ଅବିର ହିଁ କିଣା ହୋଇ ଆସେ। ଆମେ ସାଙ୍ଗମାନେ ବି ହୋଲି ଖେଳିବାକୁ ଗଲେ କେବଳ ଅବିର ହିଁ ବ୍ୟବହାର କରୁ। ତା’ଛଡ଼ା ଏବେ ପ୍ରାୟ ସମସ୍ତେ ସଚେତନ ହେଲେଣି। ସେଥିପାଇଁ ଆଉ କେହି ବୋଧହୁଏ ରାସାୟନିକ ରଙ୍ଗ ବ୍ୟବହାର କରୁନାହାନ୍ତି।
-ସଂଯୁକ୍ତା ଦାସ, ଗୃହିଣୀ, ନୟାପଲ୍ଲୀ ବ୍ରିଟ କଲୋନୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri