ନାରୀ ଓ ରଙ୍ଗ

ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ ପାଦର ଅଳତା ତ ହାତର ବଜ୍ର। ମେହେନ୍ଦୀ ହେଉ କି ହଳଦୀ, ରଙ୍ଗ ବିନା
ନାରୀ ପାଇଁ ସଂସାର ଫିକା…

 

ଇତିହାସ କହେ ରଙ୍ଗଖେଳର ସୃଷ୍ଟି ନାରୀଙ୍କୁ ନେଇ। ବୃନ୍ଦାବନ କେଳିକୁଞ୍ଜରେ ସଖୀ ମାନଙ୍କୁ ରଙ୍ଗରେ ଜଡ଼ାଇ ପିଚକାରିରେ ଭିଜାଇ ମହାଭାବରେ ପ୍ଳାବିତ କରୁଥିଲେ ଭାବ ବିନୋଦିଆ। ଉଦ୍ଦେଶ୍ୟ ଥିଲା ପରିଚୟର ବନ୍ଧନକୁ ଡେଇଁ ସେ ଓ ମୁଁ ଏକ ବୋଲି ପ୍ରମାଣିତ କରିବା। ସେହି ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ ପାଦର ଅଳତା ତ ହାତର ବଜ୍ର। ମେହେନ୍ଦୀ ହେଉ କି ହଳଦୀ, ରଙ୍ଗ ବିନା ନାରୀ ପାଇଁ ସଂସାର ଫିକା। ତେଣୁ ରଙ୍ଗର ମହୋତ୍ସବରେ ନାରୀଟିଏ ନିଜକୁ ନ ହଜେଇବ ବା କେମିତି ?
ନବପଲ୍ଲବର ସବୁଜିମା। ଦିଗନ୍ତରେ କୃଷ୍ଣଚୂଡ଼ାର ଲାଲିମା। ମୃଦୁମନ୍ଦ ପବନରେ ମଳୟର ଗନ୍ଧ। ସବୁରି ହୃଦୟରେ ବସନ୍ତର ପରଷ। ଏସବୁରୁ ଆଭାସ ମିଳୁଛି ଫଗୁଣ ଆସିଛି। ପରିବେଶର ଏତେସବୁ ରଙ୍ଗ ମନକୁ କରିଛି ରଙ୍ଗିନ। ତେଣୁ ଦେହ ବା ବାଦ୍‌ ଯିବ କିପରି! ଇଚ୍ଛା ହୁଏ ରଙ୍ଗ ଟିକେ ମାଖିବାକୁ, ମଖେଇ ହେବାକୁ। କାରଣ ଫଗୁଣର ଫଗୁରେ କେବଳ ରଙ୍ଗ ନ ଥାଏ ଭରିଥାଏ ଆତ୍ମୀୟତାର ସ୍ପର୍ଶ, ଭଲପାଇବାର ଭାବ ଆଉ ସମ୍ପର୍କର ମଧୁରତା। ରଙ୍ଗ ପରକୁ କରେ ଆପଣାର, ଅନ୍ୟକୁ କରେ ଅଭିନ୍ନ। ରଙ୍ଗ ଭୁଲାଇଦିଏ ପରିଚୟ, ହଜାଇଦିଏ ନିଜର ଅସ୍ତିତ୍ୱ। ସମସ୍ତଙ୍କ ଭିତରେ ନିଜକୁ ସାମିଲ କରି ଏକ ହୋଇଯିବାର ଭାବ ଆଣେ ଅବିର।
ରଙ୍ଗର ବିଜ୍ଞାନ: ସୌନ୍ଦର୍ଯ୍ୟ ପାଇଁ ନାରୀମାନେ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରିଥାନ୍ତି। କେତେବେଳେ ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ହଳଦୀ ବ୍ୟବହାର କରନ୍ତି ତ ପୁଣି ମେହେନ୍ଦୀରେ ବିଭିନ୍ନ ସୌନ୍ଦର୍ଯ୍ୟ ଉପଚାର କରିଥାନ୍ତି। ତେବେ ରଙ୍ଗ କରିବା ପାଇଁ ବ୍ୟବହାର ହେଉଥିବା ହଳଦୀ, ମେହେନ୍ଦୀ, ନିମ, ଅଳତା, ସିନ୍ଦୂର ଆଦି ବିଭିନ୍ନ ଦ୍ରବ୍ୟର ବୈଜ୍ଞାନିକ ଦୃଷ୍ଟିକୋଣ ବି ରହିଛି। ଏଇ ଯେମିତି ନାରୀମାନେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିବା ପାଇଁ ହଳଦୀ ବ୍ୟବହାର କରିଥାନ୍ତି, କିନ୍ତୁ ହଳଦୀରେ ଆଣ୍ଟିବାୟୋଟିକ୍‌ ଗୁଣ ରହିଥିବାରୁ ତାହା ତ୍ୱଚାର ବିଭିନ୍ନ ଇନ୍‌ଫେକଶନ୍‌ ଦୂର କରିଥାଏ। ଠିକ୍‌ ସେହିପରି ମେହେନ୍ଦୀ ଲଗାଇବା ଦ୍ୱାରା ତ୍ୱଚା ଏବଂ କେଶର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ପ୍ରାକୃତିକ ଉପାୟରେ ବିଭିନ୍ନ ସମୟରେ ଏଭଳି ଅନେକ ପ୍ରକାର ରଙ୍ଗ ରହିଛି, ଯାହାକୁ ବ୍ୟବହାର କରି ନାରୀମାନେ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ବିଭିନ୍ନ ରୋଗର ଚିକିତ୍ସା କରି ନିଜ ଜୀବନକୁ ବି ରଙ୍ଗିନ କରିଥାନ୍ତି।
ରଙ୍ଗରେ ଆପଣାର କରେ: ରଙ୍ଗ ଲଗାଇ ପରସ୍ପରର ସମ୍ପର୍କକୁ ନିବିଡ଼ କରିବା କ୍ଷେତ୍ରରେ ବି ନାରୀମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ପରକୁ ଆପଣାର କରିବା ପାଇଁ ଆମ ସାମାଜିକ ଚଳଣିରେ ବିଭିନ୍ନ ପ୍ରକାର ରଙ୍ଗ ଲଗାଯାଇଥାଏ। ନାରୀମାନଙ୍କ ପର୍ବ ରଜ, କୁମାର ପୂର୍ଣ୍ଣମୀ ହେଉ ଅବା ବନ୍ଧୁଘରକୁ ବୁଲି ଆସିବାବେଳେ ହେଉ ପାଦରେ ଅଳତା ଲଗାଇବାର ଏକ ବିଶେଷ ପରମ୍ପରା ରହିଛି। ନୂଆ ବୋହୂଟିଏ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାହିପଡ଼ିଶାର ସମସ୍ତଙ୍କୁ ଅଳତା ଲଗାଇ ଆଶୀର୍ବାଦ ନେଇଥାଏ। ପାଦରେ ଅଳତା ଟିକିଏ ଲଗାଇ ଦେଇ ପରକୁ ଆପଣାର କରିବାର ଏକ ସୁଯୋଗ ପାଇଥାଏ। ବେଳେବେଳେ ଏହିି ମାଧ୍ୟମରେ ଶତ୍ରୁକୁ ବି ଆପଣାର କରିହୁଏ। ତେଣୁ ପରକୁ ଆପଣାର କରିବା ଆଉ ମନର ବିଭେଦ ଦୂର କରିବା କ୍ଷେତ୍ରରେ ରଙ୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରଙ୍ଗର ପର୍ବ ହୋଲିରେ ବି ନୂଆବୋହୂଟିଏ ବିଭିନ୍ନ ସମ୍ପର୍କର ମଧୁରତାକୁ ଅନୁଭବ କରି ବିଭିନ୍ନ ରଙ୍ଗର ଅବିର ଖେଳ ଖେଳିଥାଏ।
ପୂରା ପରିବାରକୁ ରଙ୍ଗିନ କରିପାରେ-
ବିନା ରଙ୍ଗରେ ନାରୀ ଅଧୂରା। ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ନାରୀ ଜୀବନ ସହ ରଙ୍ଗର ସମ୍ପର୍କ। କହିବାକୁ ଗଲେ ତା’ ଜୀବନ ହିଁ ରଙ୍ଗିନ। ନାରୀଟିଏ ହିଁ ପୂରା ପରିବାରକୁ ବିଭିନ୍ନ ରୂପରେ ରଙ୍ଗିନ କରିଥାଏ। ସେଇଥିପାଇଁ ତ ତା’ ଜୀବନ ଯେତେବେଳେ ଦୁଃଖମୟ ହୋଇଯାଏ କହନ୍ତି ଜୀବନ ରଙ୍ଗହୀନ ହୋଇଗଲା। ରଙ୍ଗ ସହ ତା’ର ଆବେଗର ବି ସମ୍ପର୍କ ରହିଛି। ସେଥିପାଇଁ ତ ନାରୀର ବେଶଭୂଷାକୁ ଦେଖିଲେ ହିଁ ଜଣା ପଡ଼ିଯାଏ କି କୌଣସି ପୂଜାପର୍ବରେ ସେ ସାମିଲ ହେଉଛି ଅବା କୌଣସି ସାଂସ୍କୃତିକ ଉତ୍ସବରେ। ସେ ଯେତେବେଳେ ଶୁଭକାମ କରେ ହଳଦୀ ରଙ୍ଗ ଟିକିଏ ଲଗାଇଥାଏ। ଠିକ୍‌ ସେମିତି ନାଲି ଅଳତା ଓ ସିନ୍ଦୂର ବି ତା’ ପାଇଁ ସୌଭାଗ୍ୟର ସଙ୍କେତ ଦେଇଥାଏ। ଆଉ ସ୍ବାଗତ କରିବା ପାଇଁ ସେ ବିଭିନ୍ନ ରଙ୍ଗର ଟିକା ଲଗାଇଥାଏ। ରଙ୍ଗ ସହିତ ତା’ର ଅନେକ ସ୍ମୃତି ରହିଥାଏ। ସେଥିପାଇଁ ତ ନାରୀର ମନ ରଙ୍ଗିନ ଥିଲେ ପୂରା ପରିବାର ବି ରଙ୍ଗିନ ହୋଇଥାଏ।
– ଆସିଷ୍ଟାଣ୍ଟ ପ୍ରଫେସରକଳ୍ପନା ସାହୁ, ମନସ୍ତତ୍ତ୍ୱବିତ୍‌, ଜାଭିଅର ୟୁନିଭର୍ସିଟି
ସାବଧାନତା
ରଙ୍ଗର ପର୍ବ ହେଉ ଅବା ଯେକୌଣସି ସମୟରେ ରଙ୍ଗ ବ୍ୟବହାର କରିବା ପୂର୍ବରୁ ବିଭିନ୍ନ ପ୍ରକାର ସାବଧାନତା ଅବଲମ୍ବନ କରନ୍ତୁ। ବିଶେଷକରି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ରଙ୍ଗ ବ୍ୟବହାର କରନ୍ତୁ। ତେବେ ରାସାୟନିକ ରଙ୍ଗ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ତାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି ନାହିଁ ଭଲ ଭାବରେ ପରୀକ୍ଷା କରନ୍ତୁ।
ପ୍ରାକୃତିକ ରଙ୍ଗ ବ୍ୟବହାର କରେ
ମୁଁ ପିଲାମାନଙ୍କୁ ହୋଲି ଖେଳିବା ସମୟରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରିବାକୁ ଦିଏନି ଏବଂ ଅନ୍ୟ ସମସ୍ତଙ୍କୁ ବି ଅବିରରେ ହୋଲି ଖେଳିବାକୁ ପରାମର୍ଶ ଦିଏ। ଛୋଟ ପିଲାମାନଙ୍କର ସ୍କିନ ଖରାପ ହେଇଯିବ, ସେଥିପାଇଁ ଘରକୁ କେବଳ ଅବିର ହିଁ କିଣା ହୋଇ ଆସେ। ଆମେ ସାଙ୍ଗମାନେ ବି ହୋଲି ଖେଳିବାକୁ ଗଲେ କେବଳ ଅବିର ହିଁ ବ୍ୟବହାର କରୁ। ତା’ଛଡ଼ା ଏବେ ପ୍ରାୟ ସମସ୍ତେ ସଚେତନ ହେଲେଣି। ସେଥିପାଇଁ ଆଉ କେହି ବୋଧହୁଏ ରାସାୟନିକ ରଙ୍ଗ ବ୍ୟବହାର କରୁନାହାନ୍ତି।
-ସଂଯୁକ୍ତା ଦାସ, ଗୃହିଣୀ, ନୟାପଲ୍ଲୀ ବ୍ରିଟ କଲୋନୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri