ବିଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ହତ୍ୟା କରି ପୋଡ଼ିଦେଇଥିବା ସନ୍ଦେହ

ଜୁନାଗଡ଼,୩୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଧଲି ଗ୍ରାମ ନିକଟସ୍ଥ ଏକ ବିଲରୁ ବୁଧବାର ସକାଳେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଜୁନାଗଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ମୃତ ମହିଳାଙ୍କ ବୟସ ୩୦ରୁ ୪୦ ବର୍ଷ ଭିତରେ ହେବ ବୋଲି ସ୍ଥାନୀୟ ପୋଲିସ କହିଛି। ଅନ୍ୟପଟେ ମୃତ ମହିଳାଙ୍କ ହାତରେ ସାଲାଇନ୍‌ ଦେବା ପାଇଁ ବ୍ୟବହୃତ ହେଉଥିବା ଭେନ ଫ୍ଲୋ ଲାଗିିଥିବା ବେଳେ ସେ କୌଣସି ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସନ୍ଦେହ କରାଯାଉଛି। ସେହପରି ତଦନ୍ତ ପାଇଁ ନୂଆପଡା ଜିଲାର ଏକ ସ୍ବତନ୍ତ୍ର ସାଇଣ୍ଟିଫିକ ଟିମ୍‌କୁ ଡକାଯାଇଛି ବୋଲି ଜୁନାଗଡ଼ ଆଇଆଇସି ଉତ୍ତମ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସାଇଟି ନିର୍ବାଚନ ସ୍ଥଗିତ

ପଟ୍ଟାମୁଣ୍ଡାଇ,୪ା୬(ସ୍ବ.ପ୍ର.): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ୧୬ ସମବାୟ ସମିତି ରହିଛି । ସେଥିମଧ୍ୟରୁ ଖଡ଼ଇଣ୍ଟା ପ୍ରାଥମିକ କୃଷି ସମବାୟ ସମିତି...

ବେକରି ଫ୍ୟାକ୍ଟ୍ରିକୁ ଯାଉଥିଲା ପଚା ଅଣ୍ଡା: ରାସ୍ତାରେ ଜବତ କଲା ସିଏମ୍‌ସି

କଟକ ଅଫିସ,୬।୧୦: କଟକ ମହାନଗର ନିଗମ (ସିଏମ୍‌ସି) ବୁଧବାର ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଉତ୍ତେଜନା

ଖଲ୍ଲିକୋଟ,୩୦ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଛି। ଖାଦ୍ୟ ଥାଳିରେ...

ଚୋରି ପର୍ଦ୍ଦାଫାଶ: ୪ ଗିରଫ, ଟଙ୍କା,ଅଳଙ୍କାର ଜବତ

କେସିଙ୍ଗା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ୯ ନମ୍ବର ୱାର୍ଡର ମଧୁ ଠାକୁରଙ୍କ ଘରେ ଶୁକ୍ରବାର ରାତିରେ ଚୋରି ହୋଇଥିଲା। ଏ ନେଇ ଶନିବାର କେସିଙ୍ଗା...

କଲେଜ ବାର୍ଷିକ ଉତ୍ସବକୁ ନେଇ ଛାତ୍ର ଗୋଷ୍ଠୀ ଛକାପଞ୍ଝା

ନାଉଗାଁ,୧୮ା୨(ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ କଲେଜ ବାର୍ଷିକ ଉତ୍ସବକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଗୋଟିଏ ଛାତ୍ର ଗୋଷ୍ଠୀ ବାର୍ଷିକ...

ନୂଆ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୨ ସୁରଟ, ୧ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଚିହ୍ନଟ ହୋଇଥିବା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ॥ ଏମାନଙ୍କ ମଧ୍ୟରୁ ଜଣେ ଜଗତ୍‌ସିଂହପୁରର...

ବେସାହାରା ହୋଇପଡ଼ିଛି ୧୦ ବର୍ଷର ବାଳକ: କମ୍‌ ଟଙ୍କା ଦିଅ ପଛେ କାମଟେ ଦିଅ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.)-ବୟସ ୧୦କି ୧୨ବର୍ଷ ହେବ। ନାଁ ତାଙ୍କର ସୁବାସ। ଯେଉଁ ବୟସରେ ପାଠପଢ଼ି ମାଆବାପାଙ୍କ କୋଳରେ ଅଳି ଅଝଟରେ ଦିନ ବିତୁଥାନ୍ତା ସେ ବୟସରେ ମୁଠେ...

ଯୁବକଙ୍କୁ ହତ୍ୟା ଅଭିଯୋଗ

ଯୋଡ଼ା,୩ା୨(ଡି.ଏନ.ଏ.) କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଧନୁର୍ଜୟପୁର ଧୀବର ସାହିର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୌରାଙ୍ଗ ପାଢ଼ୀ।...

Advertisement
Archives

Model This Week