Posted inଫୁରସତ

ମହିଳାଙ୍କୁ ବେହୋସ କରି ୨ କିଡ୍‌ନୀ କାଢ଼ିନେଲେ ଡାକ୍ତର!

ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ଅବତାର କୁହାଯାଏ। କାରଣ ଡାକ୍ତରମାନେ ମଣିଷର ଜୀବନ ରକ୍ଷା କରନ୍ତି ଏବଂ ଖରାପ ସମୟରେ ସେମାନଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜେ ତେବେ କାହାକୁ କହିବେ? ନିକଟରେ ବିହାରରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳାଙ୍କ ଉଭୟ କିଡ୍‌ନୀ ଚୋରି ହୋଇଛି। ଏନେଇ ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସୁନୀତା ଦେବୀ ନାମକ ଜଣେ ମହିଳା ତାଙ୍କ ଗର୍ଭାଶୟ ପାଇଁ ଅସ୍ତ୍ରୋପଚାର କରିବା ପାଇଁ ବିହାରର ମୁଜାଫରପୁରର ବରୀପୁରସ୍ଥିତ ଡାକ୍ତରଖାନା ଯାଇଥିଲେ। କିନ୍ତୁ ତାଙ୍କର ଉଭୟ କିଡ୍‌ନୀକୁ ଡାକ୍ତରଖାନାରେ ନିଆଯାଇଥିବା ଅଭିଯୋଗ ହୋଇଥିଲା। ୩୮ ବର୍ଷୀୟା ସୁନୀତା ଅଭିଯୋଗ କରିଛନ୍ତି ଯେ, ଡାକ୍ତରମାନେ ତାଙ୍କୁ ଚେତାଶୂନ୍ୟ କରିଦେଇଥିଲେ ଏବଂ ଯେତେବେଳେ ତାଙ୍କର ଚେତା ଫେରିଥିଲା ଗର୍ଭାଶୟ ପରିବର୍ତ୍ତେ ତାଙ୍କ ଉଭୟ କିଡ୍‌ନୀକୁ ବାହାର କରାଯାଇଥିଲା ଏବଂ ଡାକ୍ତରମାନେ ଅଦୃଶ୍ୟ ହୋଇଯାଇଥିଲେ।

ଫଳରେ ମହିଳାଙ୍କୁ ପ୍ରତିଦିନ ଡାଏଲିସିସ କରିବାକୁ ପଡ଼ିବ। ଏହି ମାମଲା ସେପ୍ଟେମ୍ବରର ଅଟେ। ସେବେଠାରୁ ମହିଳାଙ୍କୁ ପ୍ରତିଦିନ ଡାଏଲିସିସ କରିବାକୁ ପଡୁଛି। ଡାକ୍ତର ତାଙ୍କୁ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଏ ବିଷୟରେ ଜଣାଇ ନାହାନ୍ତି। କିଡ୍‌ନୀ ଚୋରି ପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା ଏବଂ ତାଙ୍କୁ ତୁରନ୍ତ ମୁଜାଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ପରେ ସୁନୀତାଙ୍କ ଦୁଇଟି କିଡ୍‌ନୀ ଗାଏବ ହୋଇଥିବା ଡାକ୍ତରମାନେ ପରିବାର ଲୋକଙ୍କୁ ଜଣାଇଥିଲେ। କିଡ୍‌ନୀ ବିନା ସେ ବଞ୍ଚି ପାରିବେ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

ତେବେ ଡାକ୍ତର ନକଲି ବୋଲି ଜଣାପଡିଛି। ଦେବୀଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି, ଯାହାର ତଦନ୍ତ ଚାଲିଛି। ସେହି ଦିନଠାରୁ ଶୁଭକାନ୍ତ କ୍ଲିନିକ୍‌ର ପଓ୍ବନ କୁମାର ଏବଂ ଆର୍‌.କେ ସିଂ ଫେରାର ଅଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି, କ୍ଲିନିକ୍‌ର ପଞ୍ଜୀକରଣ ସେଠାରେ ନାହିଁ ଏବଂ ଡାକ୍ତରଙ୍କ ଶିକ୍ଷା ମଧ୍ୟ ନକଲି। ବର୍ତ୍ତମାନ ମହିଳା ଏବଂ ତାଙ୍କ ପରିବାର ଉଭୟ ଅଭିଯୁକ୍ତଙ୍କୁ ଧରାଯିବା ଏବଂ ସେମାନଙ୍କ କିଡନୀ ମହିଳାଙ୍କୁ ଦିଆଯାଉ ବୋଲି ଦାବି କରୁଛନ୍ତି। ମହିଳା ଜଣକ ୩ ସନ୍ତାନର ଜନନୀ। ତାଙ୍କ ସ୍ବାମୀ ଜଣେ ଶ୍ରମିକ, ଏଭଳି ପରିସ୍ଥିତିରେ ତାଙ୍କ ଘର ଚଳାଇବା ତାଙ୍କ ପାଇଁ ବହୁତ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?