Posted inଫୁରସତ

ମହିଳାଙ୍କୁ ବେହୋସ କରି ୨ କିଡ୍‌ନୀ କାଢ଼ିନେଲେ ଡାକ୍ତର!

ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ଅବତାର କୁହାଯାଏ। କାରଣ ଡାକ୍ତରମାନେ ମଣିଷର ଜୀବନ ରକ୍ଷା କରନ୍ତି ଏବଂ ଖରାପ ସମୟରେ ସେମାନଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜେ ତେବେ କାହାକୁ କହିବେ? ନିକଟରେ ବିହାରରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳାଙ୍କ ଉଭୟ କିଡ୍‌ନୀ ଚୋରି ହୋଇଛି। ଏନେଇ ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସୁନୀତା ଦେବୀ ନାମକ ଜଣେ ମହିଳା ତାଙ୍କ ଗର୍ଭାଶୟ ପାଇଁ ଅସ୍ତ୍ରୋପଚାର କରିବା ପାଇଁ ବିହାରର ମୁଜାଫରପୁରର ବରୀପୁରସ୍ଥିତ ଡାକ୍ତରଖାନା ଯାଇଥିଲେ। କିନ୍ତୁ ତାଙ୍କର ଉଭୟ କିଡ୍‌ନୀକୁ ଡାକ୍ତରଖାନାରେ ନିଆଯାଇଥିବା ଅଭିଯୋଗ ହୋଇଥିଲା। ୩୮ ବର୍ଷୀୟା ସୁନୀତା ଅଭିଯୋଗ କରିଛନ୍ତି ଯେ, ଡାକ୍ତରମାନେ ତାଙ୍କୁ ଚେତାଶୂନ୍ୟ କରିଦେଇଥିଲେ ଏବଂ ଯେତେବେଳେ ତାଙ୍କର ଚେତା ଫେରିଥିଲା ଗର୍ଭାଶୟ ପରିବର୍ତ୍ତେ ତାଙ୍କ ଉଭୟ କିଡ୍‌ନୀକୁ ବାହାର କରାଯାଇଥିଲା ଏବଂ ଡାକ୍ତରମାନେ ଅଦୃଶ୍ୟ ହୋଇଯାଇଥିଲେ।

ଫଳରେ ମହିଳାଙ୍କୁ ପ୍ରତିଦିନ ଡାଏଲିସିସ କରିବାକୁ ପଡ଼ିବ। ଏହି ମାମଲା ସେପ୍ଟେମ୍ବରର ଅଟେ। ସେବେଠାରୁ ମହିଳାଙ୍କୁ ପ୍ରତିଦିନ ଡାଏଲିସିସ କରିବାକୁ ପଡୁଛି। ଡାକ୍ତର ତାଙ୍କୁ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଏ ବିଷୟରେ ଜଣାଇ ନାହାନ୍ତି। କିଡ୍‌ନୀ ଚୋରି ପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା ଏବଂ ତାଙ୍କୁ ତୁରନ୍ତ ମୁଜାଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ପରେ ସୁନୀତାଙ୍କ ଦୁଇଟି କିଡ୍‌ନୀ ଗାଏବ ହୋଇଥିବା ଡାକ୍ତରମାନେ ପରିବାର ଲୋକଙ୍କୁ ଜଣାଇଥିଲେ। କିଡ୍‌ନୀ ବିନା ସେ ବଞ୍ଚି ପାରିବେ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

ତେବେ ଡାକ୍ତର ନକଲି ବୋଲି ଜଣାପଡିଛି। ଦେବୀଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି, ଯାହାର ତଦନ୍ତ ଚାଲିଛି। ସେହି ଦିନଠାରୁ ଶୁଭକାନ୍ତ କ୍ଲିନିକ୍‌ର ପଓ୍ବନ କୁମାର ଏବଂ ଆର୍‌.କେ ସିଂ ଫେରାର ଅଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି, କ୍ଲିନିକ୍‌ର ପଞ୍ଜୀକରଣ ସେଠାରେ ନାହିଁ ଏବଂ ଡାକ୍ତରଙ୍କ ଶିକ୍ଷା ମଧ୍ୟ ନକଲି। ବର୍ତ୍ତମାନ ମହିଳା ଏବଂ ତାଙ୍କ ପରିବାର ଉଭୟ ଅଭିଯୁକ୍ତଙ୍କୁ ଧରାଯିବା ଏବଂ ସେମାନଙ୍କ କିଡନୀ ମହିଳାଙ୍କୁ ଦିଆଯାଉ ବୋଲି ଦାବି କରୁଛନ୍ତି। ମହିଳା ଜଣକ ୩ ସନ୍ତାନର ଜନନୀ। ତାଙ୍କ ସ୍ବାମୀ ଜଣେ ଶ୍ରମିକ, ଏଭଳି ପରିସ୍ଥିତିରେ ତାଙ୍କ ଘର ଚଳାଇବା ତାଙ୍କ ପାଇଁ ବହୁତ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri