ଏବେ ଜୋମାଟୋରେ ଇସ୍ତଫା ପର୍ବ: କମ୍ପାନୀ ଛାଡ଼ିଲେ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା

ନୂଆଦିଲ୍ଲୀ,୧୯।୧୧: ଟୁଇଟର ପରେ ଏବେ ଜୋମାଟୋରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। କମ୍ପାନୀର ୩ ବରିଷ୍ଠ ଅଧିକାରୀ କମ୍ପାନୀକୁ ବିଦାୟ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ କମ୍ପାନୀର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଅଛନ୍ତି। ଗୋଟିଏ ପଟେ କମ୍ପାନୀ ଅନେକ ପରିବର୍ତ୍ତନ ଦେଇ ଗତି କରୁଥିବା ବେଳେ ଅଧିକାରୀଙ୍କ ଇସ୍ତଫା ଏହାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମୋହିତ ଦୀର୍ଘ ସାଢ଼େ ୪ ବର୍ଷ ଧରି କମ୍ପାନୀ ସହ ଜଡ଼ିତ ଥିଲେ। ଏହି ସମୟରେ ସେ ଅନେକ ବଡ଼ ପଦବୀରେ ରହିଥିଲେ। ଏବେ ସେ କେବଳ ନିବେଶକ ଭାବେ କମ୍ପାନୀ ସହ ଜଡ଼ିତ ରହିବେ ବୋଲି ଜଣାପଡ଼ିଛି। ତେବେ ହଠାତ୍‌ କାହିଁକି ସେ କମ୍ପାନୀ ଛାଡିଲେ ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ।
ମୋହିତ ତାଙ୍କ ବିଦାୟୀ ବାର୍ତ୍ତାରେ କହିଛନ୍ତି, ମୁଁ ସମସ୍ତଙ୍କୁ ବର୍ଷ ବର୍ଷ ଧରି ଶିଖିଥିବା ପ୍ରତିଟି ଜିନିଷ ଉପରେ ଆଗକୁ ବଢ଼ୁଥିବାର ଦେଖିବାକୁ ଚାହୁଁଛି। ଆଗକୁ ବଢ଼, ଶିଖ ଏବଂ ଏଭଳି ଏକ ସଂଗଠନ ଗଠନ କର ଯାହାକି ବିଶ୍ୱର ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ପାଲଟୁ।
ସପ୍ତାହେ ପୂର୍ବରୁ ଜୋମାଟୋର ନୂତନ ଇନିସିଏଟିଭ୍‌ ହେଡ୍‌ ତଥା ପୂର୍ବତନ ଖାଦ୍ୟ ବିତରଣ ମୁଖ୍ୟ ରାହୁଲ ଗଞ୍ଜୁ ଇସ୍ତଫା ଦେଇଥିଲେ। ତାଙ୍କ ବ୍ୟତିତ ଇଣ୍ଟରସିଟି ଲିଜେଣ୍ଡ୍ସ ସେବା ମୁଖ୍ୟ ସିଦ୍ଧାର୍ଥ ଝାଓ୍ବର ମଧ୍ୟ କମ୍ପାନୀ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

ଶ୍ରାବଣ ସୋମବାରରେ ବଡ଼ ଅଘଟଣ, ଦଳାଚକାଟାରେ ଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ, ଅନେକେ ଆହତ

ଲଖିସରାଇ,୧୭।୮: ବିହାରର ଲଖିସରାଇରୁ ଏକ ବଡ଼ ଖବର ଆସୁଛି। ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଭକ୍ତମାନେ…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri