ଚଢ଼ିଲା ବେଳେ ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ: ତାତିଲେ ଲୋକେ

ଯାଜପୁର ଅଫିସ,୧୯।୧୧: ଯାଜପୁର ଜିଲା ଦୁଲାଖପାଟଣା ରେଳ ଷ୍ଟେଶନରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରେନ୍‌ରେ ଅତ୍ୟାଧିକ ଯାତ୍ରୀଭିଡ଼ ଯୋଗୁ ଚଢ଼ିଲା ସମୟରେ ୨ ଯାତ୍ରୀ ଖସିପଡ଼ି ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ତୁରନ୍ତ ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟ୍ରେନକୁ ପ୍ରାୟ ୫ ଘଣ୍ଟା ଅଟକ ରଖିଥିବା ବେଳେ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ସୂଚନାଯୋଗ୍ୟ, ପଲାସା ଡିଏମ୍‌ୟୁ ପାସେଞ୍ଜର ଟ୍ରେନ୍‌ ଉପରେ ଦୈନନ୍ଦିନ ବହୁ ସଂଖ୍ୟାରେ ଲୋକେ ନିର୍ଭର କରନ୍ତି। ଏହା ପୂର୍ବରୁ ଭଦ୍ରକରୁ ଚାଲୁଥିବା ବେଳେ ବାଲେଶ୍ୱରରୁ ଆଉ ଏକ ଟ୍ରେନ୍‌ ଚାଲିବା ପରିବର୍ତ୍ତେ ସେହି ଟ୍ରେନ୍‌ ବାଲେଶ୍ୱରରୁ ଚାଲୁଛି। ଏହା ବାଲେଶ୍ୱରରୁ ଚାଲିବାରୁ ଯାତ୍ରୀଙ୍କ ଭିଡ଼ ବଢ଼ୁଛି। ମାତ୍ର ଯାତ୍ରୀମାନଙ୍କ ପକ୍ଷରୁ ଦାବି ହେଉଥିବା ସତ୍ତ୍ୱେ ବଗି ବଢ଼ୁନାହିଁ। ବିଭାଗୟୀ କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି। ପରନ୍ତୁ କରୋନା ସମୟରେ ଟ୍ରେନ ଭଡ଼ା ବୃଦ୍ଧି କରାଯାଇଛି। ସମସ୍ୟା ସମାଧାନ ଦାବିରେ ଉତ୍ତ୍ୟକ୍ତ ଲୋକେ ଟ୍ରେନକୁ ଅଟକାଇଥିଲେ। ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଡିଏମ୍‌ୟୁ ପାସେଞ୍ଜର ଟ୍ରେନ୍‌ ବଗିସଂଖ୍ୟା ବୃଦ୍ଧି ସହ ଦୁଲାଖପାଟଣା ଷ୍ଟେଶନରେ ଅନ୍ୟ ଏକ ପାସେଞ୍ଜର ଟ୍ରେନ ରହଣି ନିମନ୍ତେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri