ଓଡ଼ିଆ ଯୁବତୀଙ୍କୁ ୪୯ଥର ଛୁରାମାଡ଼

ସୁରଟ,୧୬ା୧୨:ରାଜଧାନୀ ଦିଲ୍ଲୀର ମେହେରୁଆଲିରେ ଶ୍ରଦ୍ଧା ଓ୍ବାକରଙ୍କୁ ବୟଫ୍ରେଣ୍ଡ ଅଫ୍‌ତାବ ପୁନାଓ୍ବାଲା ହତ୍ୟା ପରେ ୩୫ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାର ମାସକ ପରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ସୁରଟରେ ଜଣେ ଯୁବକ ତାଙ୍କ ବାନ୍ଧବୀଙ୍କୁ ୪୯ ଥର ଛୁରାମାଡ଼ କରି ହତ୍ୟା କରିବା ପରେ ପୋଖରୀରେ ପକାଇ ଦେଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଗୁଜରାଟ କ୍ରାଇମ୍‌ବ୍ରାଞ୍ଚ ୫୦୦ରୁ ଊର୍ଦ୍ଧ୍ୱ ସିସିଟିଭି ଫୁଟେଜ ଏବଂ କଲ୍‌ ଡିଟେଲ୍ସକୁ ଆଧାର କରି ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏଥିସହ ଯୁବକଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ରକ୍ତାକ୍ତ ମୃତଦେହକୁ ଗୁରୁବାର ଏକ ପୋଖରୀରୁ ଉଦ୍ଧାର କରିଛି। ମୃତା ଯୁବତୀ ହେଉଛନ୍ତି ଲୁନି ଦାସ ଏବଂ ସେ ଭୁବନେଶ୍ୱରରେ ରହୁଥିବା ପୋଲିସ ଜାଣିବାକୁ ପାଇଛି। ହତ୍ୟା କରିଥିବା ପୁରୁଷ ବନ୍ଧୁ ଜଣକ ହେଉଛନ୍ତି ଜଗନ୍ନାଥ ଗୌଡ଼(୨୪)। ସେ ମଧ୍ୟ ଓଡ଼ିଶାର ବୋଲି କୁହାଯାଉଛି। ଲୁନିଙ୍କ ମୃତଦେହକୁ ପୋଲିସ ସୁରଟର ଅଞ୍ଜନି ଶିଳ୍ପାଞ୍ଚଳରେ ଥିବା ଏକ ପୋଖରୀରୁ ଜବତ କରିଛି।
ମିଳିଥିବା ସୂଚନା ଅନୁସାରେ, ଗତ ୩ବର୍ଷ ହେଲା ଲୁନିଙ୍କ ସହ ଜଗନ୍ନାଥଙ୍କ ପ୍ରେମ ସମ୍ପର୍କ ରହିଥିଲା। ଜଗନ୍ନାଥ ସୁରଟରେ ରହି ସ୍ଥାନୀୟ ଅଞ୍ଜନି କାରଖାନାରେ କାର୍ଯ୍ୟ କରନ୍ତି। ଲୁନି ବିବାହ ପାଇଁ ଜଗନ୍ନାଥଙ୍କୁ ସବୁବେଳେ ବାଧ୍ୟ କରି ମାନସିକ ନିର୍ଯାତନା ଦେଉଥିଲେ। ଏଥିରେ ରାଗିଯାଇ ଲୁନିଙ୍କୁ ସବୁଦିନ ପାଇଁ ସଫା କରିବାକୁ ଜଗନ୍ନାଥ ଚିନ୍ତା କରିଥିଲେ। ପୂର୍ବ ଯୋଜନା ମୁତାବକ ଗତ କିଛି ଦିନ ତଳେ ଜଗନ୍ନାଥ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଏଠାରୁ ଲୁନିଙ୍କୁ ସାଙ୍ଗରେ ଧରି ବୁଲାଇ ନେବାକୁ କହି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ସୁରଟରେ ଗତ ନଭେମ୍ବର ୨୮ରେ ପହଞ୍ଚତ୍ଥିଲେ। ପରେ ସେ ଲୁନିଙ୍କୁ ସୁରଟର ଅମରୋଲି ଥାନା ଅଞ୍ଚଳରେ ଏକ କ୍ଷେତକୁ ନେଇ ଛୁରିରେ ୪୯ଥର ଭୁସି ହତ୍ୟା କରିଥିଲେ। ହତ୍ୟା କରିବା ସମୟରେ ଜଗନ୍ନାଥ ହିଂସ୍ର ହୋଇଯାଇଥିଲେ ବୋଲି ସୁରଟ ପୋଲିସର ଯୁଗ୍ମ କମିଶନର ଶରଦ ସିଂଘଲ ସୂଚନା ଦେଇଛନ୍ତି। ସିଂଘଲଙ୍କ କହିବା ହେଲା, ଏହା ଏକ ଜଟିଳ ହତ୍ୟା ମାମଲା। ବହୁ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆମେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛୁ। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଅତ୍ୟଧିକ ନିଶା ସେବନ କରନ୍ତି ଏବଂ ହତ୍ୟା କରିବା ସମୟରେ ଅତ୍ୟଧିକ କ୍ରୋଧାନ୍ବିତ ଥିଲେ ବୋଲି ଜଣାପଡ଼ିଛି। ଯୁବତୀ ଜଣକ ଅଭିଯୁକ୍ତଙ୍କୁ ବିବାହ ପାଇଁ ଚାପ ପକାଉଥିଲେ। ତେଣୁ ଏଥିରେ ରାଗିଯାଇ ଅଭିଯୁକ୍ତ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ମୃତାଙ୍କ ବୟସ ୨୨ରୁ ୨୩ ମଧ୍ୟରେ ହେବ। ସେ ଏକ ଟି-ଶାର୍ଟ ପରିଧାନ କରିଥିଲେ, ଯେଉଁଥିରେ ଓଡ଼ିଆରେ କିଛି ଲେଖା ହୋଇଛି। ତେଣୁ ସେ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ତେବେ ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ମାମଲାରେ ଚାର୍ଜଶିଟ ଦାଖଲ କରାଯିବ ବୋଲି ସିଂଘଲ୍‌ କହିଛନ୍ତି। ଅପରପକ୍ଷରେ ହତ୍ୟାର ଶିକାର ହୋଇଥିବା ଯୁବତୀ ଭୁବନେଶ୍ୱରରେ ରହୁଥିବାରୁ ତାଙ୍କ ପ୍ରକୃତ ଠିକଣା କ’ଣ ତାହା ଜାଣିବା ଏବେ ବଡ଼ ପ୍ରଶ୍ନ ପାଲଟିଛି। ତେବେ ଏନେଇ ଭୁବନେଶ୍ୱର ପୋଲିସ ସହ ସୁରଟ ପୋଲିସ କୌଣସି ଯୋଗାଯୋଗ କରି ନ ଥିବା ଡିସିପି ପ୍ରତୀକ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?