ଓଡ଼ିଆ ଯୁବତୀଙ୍କୁ ୪୯ଥର ଛୁରାମାଡ଼

ସୁରଟ,୧୬ା୧୨:ରାଜଧାନୀ ଦିଲ୍ଲୀର ମେହେରୁଆଲିରେ ଶ୍ରଦ୍ଧା ଓ୍ବାକରଙ୍କୁ ବୟଫ୍ରେଣ୍ଡ ଅଫ୍‌ତାବ ପୁନାଓ୍ବାଲା ହତ୍ୟା ପରେ ୩୫ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାର ମାସକ ପରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ସୁରଟରେ ଜଣେ ଯୁବକ ତାଙ୍କ ବାନ୍ଧବୀଙ୍କୁ ୪୯ ଥର ଛୁରାମାଡ଼ କରି ହତ୍ୟା କରିବା ପରେ ପୋଖରୀରେ ପକାଇ ଦେଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଗୁଜରାଟ କ୍ରାଇମ୍‌ବ୍ରାଞ୍ଚ ୫୦୦ରୁ ଊର୍ଦ୍ଧ୍ୱ ସିସିଟିଭି ଫୁଟେଜ ଏବଂ କଲ୍‌ ଡିଟେଲ୍ସକୁ ଆଧାର କରି ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏଥିସହ ଯୁବକଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ରକ୍ତାକ୍ତ ମୃତଦେହକୁ ଗୁରୁବାର ଏକ ପୋଖରୀରୁ ଉଦ୍ଧାର କରିଛି। ମୃତା ଯୁବତୀ ହେଉଛନ୍ତି ଲୁନି ଦାସ ଏବଂ ସେ ଭୁବନେଶ୍ୱରରେ ରହୁଥିବା ପୋଲିସ ଜାଣିବାକୁ ପାଇଛି। ହତ୍ୟା କରିଥିବା ପୁରୁଷ ବନ୍ଧୁ ଜଣକ ହେଉଛନ୍ତି ଜଗନ୍ନାଥ ଗୌଡ଼(୨୪)। ସେ ମଧ୍ୟ ଓଡ଼ିଶାର ବୋଲି କୁହାଯାଉଛି। ଲୁନିଙ୍କ ମୃତଦେହକୁ ପୋଲିସ ସୁରଟର ଅଞ୍ଜନି ଶିଳ୍ପାଞ୍ଚଳରେ ଥିବା ଏକ ପୋଖରୀରୁ ଜବତ କରିଛି।
ମିଳିଥିବା ସୂଚନା ଅନୁସାରେ, ଗତ ୩ବର୍ଷ ହେଲା ଲୁନିଙ୍କ ସହ ଜଗନ୍ନାଥଙ୍କ ପ୍ରେମ ସମ୍ପର୍କ ରହିଥିଲା। ଜଗନ୍ନାଥ ସୁରଟରେ ରହି ସ୍ଥାନୀୟ ଅଞ୍ଜନି କାରଖାନାରେ କାର୍ଯ୍ୟ କରନ୍ତି। ଲୁନି ବିବାହ ପାଇଁ ଜଗନ୍ନାଥଙ୍କୁ ସବୁବେଳେ ବାଧ୍ୟ କରି ମାନସିକ ନିର୍ଯାତନା ଦେଉଥିଲେ। ଏଥିରେ ରାଗିଯାଇ ଲୁନିଙ୍କୁ ସବୁଦିନ ପାଇଁ ସଫା କରିବାକୁ ଜଗନ୍ନାଥ ଚିନ୍ତା କରିଥିଲେ। ପୂର୍ବ ଯୋଜନା ମୁତାବକ ଗତ କିଛି ଦିନ ତଳେ ଜଗନ୍ନାଥ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଏଠାରୁ ଲୁନିଙ୍କୁ ସାଙ୍ଗରେ ଧରି ବୁଲାଇ ନେବାକୁ କହି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ସୁରଟରେ ଗତ ନଭେମ୍ବର ୨୮ରେ ପହଞ୍ଚତ୍ଥିଲେ। ପରେ ସେ ଲୁନିଙ୍କୁ ସୁରଟର ଅମରୋଲି ଥାନା ଅଞ୍ଚଳରେ ଏକ କ୍ଷେତକୁ ନେଇ ଛୁରିରେ ୪୯ଥର ଭୁସି ହତ୍ୟା କରିଥିଲେ। ହତ୍ୟା କରିବା ସମୟରେ ଜଗନ୍ନାଥ ହିଂସ୍ର ହୋଇଯାଇଥିଲେ ବୋଲି ସୁରଟ ପୋଲିସର ଯୁଗ୍ମ କମିଶନର ଶରଦ ସିଂଘଲ ସୂଚନା ଦେଇଛନ୍ତି। ସିଂଘଲଙ୍କ କହିବା ହେଲା, ଏହା ଏକ ଜଟିଳ ହତ୍ୟା ମାମଲା। ବହୁ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆମେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛୁ। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଅତ୍ୟଧିକ ନିଶା ସେବନ କରନ୍ତି ଏବଂ ହତ୍ୟା କରିବା ସମୟରେ ଅତ୍ୟଧିକ କ୍ରୋଧାନ୍ବିତ ଥିଲେ ବୋଲି ଜଣାପଡ଼ିଛି। ଯୁବତୀ ଜଣକ ଅଭିଯୁକ୍ତଙ୍କୁ ବିବାହ ପାଇଁ ଚାପ ପକାଉଥିଲେ। ତେଣୁ ଏଥିରେ ରାଗିଯାଇ ଅଭିଯୁକ୍ତ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ମୃତାଙ୍କ ବୟସ ୨୨ରୁ ୨୩ ମଧ୍ୟରେ ହେବ। ସେ ଏକ ଟି-ଶାର୍ଟ ପରିଧାନ କରିଥିଲେ, ଯେଉଁଥିରେ ଓଡ଼ିଆରେ କିଛି ଲେଖା ହୋଇଛି। ତେଣୁ ସେ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ତେବେ ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ମାମଲାରେ ଚାର୍ଜଶିଟ ଦାଖଲ କରାଯିବ ବୋଲି ସିଂଘଲ୍‌ କହିଛନ୍ତି। ଅପରପକ୍ଷରେ ହତ୍ୟାର ଶିକାର ହୋଇଥିବା ଯୁବତୀ ଭୁବନେଶ୍ୱରରେ ରହୁଥିବାରୁ ତାଙ୍କ ପ୍ରକୃତ ଠିକଣା କ’ଣ ତାହା ଜାଣିବା ଏବେ ବଡ଼ ପ୍ରଶ୍ନ ପାଲଟିଛି। ତେବେ ଏନେଇ ଭୁବନେଶ୍ୱର ପୋଲିସ ସହ ସୁରଟ ପୋଲିସ କୌଣସି ଯୋଗାଯୋଗ କରି ନ ଥିବା ଡିସିପି ପ୍ରତୀକ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri