Posted inଜାତୀୟ

ସ୍ବାମୀଙ୍କ କିଡ୍‌ନୀ ବିକ୍ରି ଟଙ୍କା ନେଇ ପ୍ରେମିକଙ୍କ ସହ ଫେରାର

କୋଲକାତା, ୩ା୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କିଡ୍‌ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ସ୍ତ୍ରୀଙ୍କ କଥାକୁ ଗ୍ରହଣ କରି ସ୍ବାମୀ ୧୦ ଲକ୍ଷ ଟଙ୍କାରେ ନିଜ କିଡ୍‌ନୀକୁ ମଧ୍ୟ ବିକ୍ରି କରିଥିଲେ। ଉକ୍ତ ଟଙ୍କାକୁ ବ୍ୟାଙ୍କ୍‌ରେ ଜମା କରିଦେବେ ବୋଲି କହି ମହିଳା ଜଣକ ନିଜ ପାଖରେ ରଖିଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ମହିଳା ଜଣକ ଉକ୍ତ ୧୦ ଲକ୍ଷ ଟଙ୍କା ନେଇ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ହାଓଡ଼ା ଜିଲାର ସଙ୍କରୈଲରେ ଏହି ମହିଳା ଜଣକ ସ୍ବାମୀ ଓ ୧୦ ବର୍ଷର ଝିଅଙ୍କ ସହ ରହୁଥିଲେ। ତାଙ୍କ ସ୍ବାମୀ ରଙ୍ଗ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିଲେ। ସ୍ବାମୀଙ୍କ ଆୟ ଖୁବ୍‌ କମ୍‌ ଥିବାରୁ ଏହି ଦମ୍ପତିଙ୍କ ମଧ୍ୟରେ ଅଧିକାଂଶ ସମୟ କଳହ ଲାଗି ରହୁଥିଲା। ଝିଅର ପାଠପଢ଼ା ଖର୍ଚ୍ଚ ମେଣ୍ଟାଇବା ପାଇଁ ସେମାନଙ୍କ ନିକଟରେ ଆବଶ୍ୟକ ଅର୍ଥ ନ ଥିଲା। ତେଣୁ ପରିବାରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କିଡ୍‌ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ପ୍ରଥମେ ତାଙ୍କ ସ୍ବାମୀ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ତେବେ କିଡ୍‌ନୀ ବିକ୍ରି କରିବା ପାଇଁ ମହିଳା ଜଣକ ସ୍ବାମୀଙ୍କୁ ଲଗାତର ଭାବେ ଚାପ ପକାଉଥିଲେ। କିଡ୍‌ନୀ ବିକ୍ରି ନ କଲେ ଝିଅର ଭବିଷ୍ୟତ ଖରାପ ହେବ ଏବଂ ସେଥିପାଇଁ ସେ ଦାୟୀ ରହିବେ ବୋଲି ଉକ୍ତ ମହିଳା ସ୍ବାମୀଙ୍କୁ ଧମକ ଦେଇଥିଲେ। ଶେଷରେ କିଡ୍‌ନୀ ବିକ୍ରି କରିବା ପାଇଁ ମହିଳାଙ୍କ ସ୍ବାମୀ ରାଜି ହୋଇଯାଇଥିଲେ। ସେ ପ୍ରାୟ ବର୍ଷେ ଧରି ତାଙ୍କ କିଡ୍‌ନୀ ବିକିବା ପାଇଁ ଗ୍ରାହକ ଖୋଜିଥିଲେ। ପରେ ଜଣେ ଗ୍ରାହକ ୧୦ ଲକ୍ଷ ଟଙ୍କାରେ କିଡ୍‌ନୀ କିଣିବାକୁ ରାଜି ହୋଇଥିଲେ। ଶୁକ୍ରବାର କିଡ୍‌ନୀ ବିକ୍ରି ପାଇଁ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଉକ୍ତ ଗ୍ରାହକ ଜଣକ ୧୦ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଏହି ଟଙ୍କାକୁ ବ୍ୟାଙ୍କରେ ଜମା କରିଦେବେ ବୋଲି କହି ମହିଳା ଜଣକ ସ୍ବାମୀଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ଆସିଥିଲେ। କିନ୍ତୁ ରାତାରାତି ସେ ୧୦ ଲକ୍ଷ ଟଙ୍କା ନେଇ ପ୍ରେମିକଙ୍କ ସହ ଫେରାର ହୋଇଥିଲେ।
ତେବେ ତାଙ୍କ ସ୍ତ୍ରୀ ସ୍ଥାନୀୟ ବେରକ୍‌ପୁର ଅଞ୍ଚଳର ସୁଭାଷ କଲୋନୀରେ ରହୁଥିବା ରବିଦାସ ନାମରେ ଜଣେ ଯୁବକଙ୍କ ଘରେ ଅଛନ୍ତି ବୋଲି ଉକ୍ତ ମହିଳାଙ୍କ ସ୍ବାମୀ ଜାଣିବାକୁ ପାଇଥିଲେ। ତେଣୁ ସେ ଝିଅଙ୍କୁ ଧରି ରବିଦାସଙ୍କ ଘରକୁ ଯାଇ ସ୍ତ୍ରୀଙ୍କୁ ଫେରି ଆସିବାକୁ ଅନୁରୋଧ କରିଥିଲେ। ସ୍ବାମୀ ଆସିଥିବା ଜାଣି ମଧ୍ୟ ଉକ୍ତ ମହିଳା ରବିଦାସଙ୍କ ଘରର କବାଟ ଖୋଲି ନ ଥିଲେ। ସେ ଆଉ ଫେରିବେ ନାହିଁ ଏବଂ ଖୁବ୍‌ଶୀଘ୍ର ଛାଡ଼ପତ୍ର ପେପର ପଠାଇବେ ବୋଲି ମହିଳା ଜଣକ ସ୍ବାମୀଙ୍କୁ ଧମକ ଦେଇଥିଲେ। ଫେରି ଆସିବାକୁ ଝିଅର ଅନୁରୋଧକୁ ମଧ୍ୟ ସେ ଶୁଣି ନ ଥିଲେ। ଫଳରେ ଅସହାୟ ସ୍ବାମୀ ବାଧ୍ୟ ହୋଇ ରବିବାର ଉକ୍ତ ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମହିଳା ଜଣକ ଫେସ୍‌ବୁକରେ ନିଜ ପ୍ରେମିକଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ ବୋଲି ପୋଲିସ କହିଛି। ସ୍ବାମୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ତାଙ୍କ କିଡ୍‌ନୀ ବିକ୍ରି କରି ଟଙ୍କା ହାତେଇବା ସହ ଫେରାର ହେବା ନେଇ ଦୀର୍ଘ ଦିନ ପୂର୍ବରୁ ପ୍ରେମିକ ରବିଦାସଙ୍କ ସହ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?