ବସ୍‌ ଅଟକ ରଖି ପ୍ରତିବାଦ କଲେ ମହିଳା

ସମ୍ବଲପୁର,୧୭ା୪(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଟାମ୍ପରଗଡ ପଞ୍ଚାୟତର ବିଭିନ୍ନ ଗାଁକୁ ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳ କରିବାକୁ ଦାବି ହୋଇଛି। ଗୁରୁବାର ପଞ୍ଚାୟତ ଅଧୀନ ଧଳପାଲ ଛକରେ ଶତାଧିକ ମହିଳା ମୁଖ୍ୟମନ୍ତ୍ରୀ ବସକୁ ଅଟକାଇ ପ୍ରତିବାଦ କରିଥିଲେ।

ଯଦ୍ୱାରା ସକାଳ ୯ଟାରୁ ଗୋଟାଏ ଘଣ୍ଟା ପର୍ଯ୍ୟନ୍ତ ବସ୍‌ରେ ଯାତ୍ରୀମାନେ ରହି ହଇରାଣ ହୋଇଥିଲେ। ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ବେହେରାମାଲ ଓ ଲଏଡା ରାଜସ୍ବ ଗ୍ରାମ ଅନ୍ତର୍ଗତ ଗୋଗୁଆପଡା, ମହୁଲପାଲି, ବେହେରାମାଲ, ତିରପିଟକନି, ପିପଲପଡା ସମେତ ଅନେକ ଗାଁକୁ ମୁଖ୍ୟମନ୍ତ୍ରୀ ବସ ସେବା ପହଞ୍ଚି ପାରୁନାହିଁ। ବସ୍‌ ଚଳାଚଳ ହେଉ ନ ଥିବାରୁ ମହିଳା ଏବଂ ଛାତ୍ରୀଛାତ୍ରମାନେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯିବା ଆସିବା କରିବାରେ ହଇରାଣ ହେଉଛନ୍ତି।

ପୂର୍ବରୁ ମଧ୍ୟ ଅଞ୍ଚଳବାସୀ ବସ୍‌ ଚଳାଚଳ ନେଇ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲା। ବସ୍‌ ଚଳାଚଳ ଦାବି କରି ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ବସକୁ ଅବରୋଧ କରି ପ୍ରତିବାଦ କରିଥିଲେ। ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ୨୩ଟି ସ୍ବୟଂସହାୟକ ଗୋଷ୍ଠୀର ମହିଳା ନିଜ ଅଞ୍ଚଳକୁ ବସ୍‌ ଚଳାଚଳ କରିବାକୁ ଦାବି କରି ଅବରୋଧରେ ସାମିଲ ହୋଇଥିଲେ। ବସ୍‌ ଅବରୋଧ କରାଯିବା ଖବର ପାଇ ଟାମ୍ପରଗଡ ପଞ୍ଚାୟତର ସରପଞ୍ଚ କ୍ଷିରୋଦ ରାଉଳ ଘଟଣାସ୍ଥଳରେ ପହଞ୍ଚି ବସ୍‌ ଅବରୋଧ କରିଥିବା ଏସ୍‌ଏଚ୍‌ଜି ମହିଳାଙ୍କ ସହ ଆଲୋଚନା କରିଥିଲେ। ଦାବି ହେଉଥିବା ଅଞ୍ଚଳକୁ ବସ ଚଳାଚଳ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦାବି ପୂରଣ ନ ହେଲେ ଆଗକୁ ମହିଳାମାନେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ସୁପ୍ରିମକୋର୍ଟ ଇସିଙ୍କୁ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?