ଦୃଷ୍ଟିହୀନଙ୍କୁ ଜୀବନସାଥୀ କଲେ ମହିଳା

ଚମ୍ପୁଆ,୯।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ଚମ୍ପୁଆ କୋର୍ଟ ପରିସରରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ଦୃଷ୍ଟିଶକ୍ତି ହରାଇଥିବା ୪୨ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଜନୈକା ମହିଳା ଜୀବନସାଥୀ ବାଛିଛନ୍ତି। ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦମ୍ପତି ହେଲେ ସରାସପୋଶି ଗ୍ରାମର ନିରଞ୍ଜନ ମହାନ୍ତ ଓ ଟେରଣ୍ଟି ଗ୍ରାମର ମାଳତୀ ମହାନ୍ତ। ସହକାରୀ ଜିଲାପାଳ ତଥା ସବ୍‌-ରେଜିଷ୍ଟ୍ରାର ଶ୍ୱେତପଦ୍ମା ଧଳଙ୍କ ନିକଟରେ ନିଜ ଇଚ୍ଛାରେ ବିବାହ କରିଛନ୍ତି ଓ ନିରଞ୍ଜନଙ୍କୁ ଜୀବନ ସାଥୀ ଭାବେ ପାଇ ଖୁସି ଥିବା ମାଳତୀ କହିଛନ୍ତି। ଏ ନେଇ ସବରେଜିଷ୍ଟ୍ରାର ଧଳ କହିଛନ୍ତି, ଆଜି ଆମେ ବହୁତ ଖୁସି ଯେ, ଆମ କାର୍ଯ୍ୟାଳୟରେ ସମସ୍ତଙ୍କ ସହଯୋଗରେ ମାଳତୀ ଓ ଦୃଷ୍ଟିଶକ୍ତି ହରାଇଥିବା ନିରଞ୍ଜନ ମହାନ୍ତଙ୍କ ଭଳି ୨ ପ୍ରାପ୍ତ ବୟସ୍କଙ୍କୁ ବିବାହ କରାଇଛୁ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଦୀର୍ଘମୟ ହେଉ ବୋଲି ସେ କାମନା କରିଛନ୍ତି। ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ବହୁ କର୍ମଚାରୀ ମାଳତୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିବ ମାଛକାନ୍ଦଣା ପୋଲ

କେନ୍ଦୁଝର,୩ା୧୧(ସ୍ବ.ପ୍ର.)-ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ମରାମତି ଅଭାବରୁ ବହୁ ରାସ୍ତାଘାଟ ତଥା ପୋଲ...

ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ

ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଥିଲା। ପରେ...

ରାଜରାସ୍ତାରେ ୨୪ ଟିକିଆ ହାତୀପଲ, ଅଟକିଲା ଗାଡ଼ି

କେନ୍ଦୁଝର,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ୍‌ଏଚ...

ଦୁର୍ଘଟଣା: ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ

ଯୋଡ଼ା,୨୫ା୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କରଣସାହିଠାରେ ଗୁରୁବାର ରାତିରେ ଏକ ବୋଲେରୋ ଦୁର୍ଘଟଣାରେ ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ...

ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ...

ମୃତ ଶିଶୁକୁ ଖାଉଛି କୁକୁର

କେନ୍ଦୁଝର,୨୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଶନିବାର ଏକ ଅଭାବନୀୟ ଗଟଣା ଘଟିଛି। ଏକ ବୁଲା କୁକୁର ଏକ ଶିଶୁର ମୃତ ଦେହକୁ...

ଘର ଭାଙ୍ଗିଲେ, ଶିଶୁପୁତ୍ରର ଜୀବନ ନେଲେ

କେନ୍ଦୁଝର,୧୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ବିମଳା ସେକ୍ସନ ରାଣିବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା...

ଡାଇଗ୍ନୋଷ୍ଟିକ ସେଣ୍ଟରକୁ ୧ ଲକ୍ଷ ଜରିମାନା

କେନ୍ଦୁଝର, ୩।୫: କେନ୍ଦୁଝରଗଡ଼ ପୌରାଞ୍ଚଳରେ କୋଭିଡ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସାଇଦେବ ଡାଇଗ୍ନୋଷ୍ଟିକ ସେଣ୍ଟର ମାଲିକଙ୍କଠାରୁ...

Advertisement
Archives

Model This Week