ଅପହରଣକୁ ପ୍ରତିରୋଧ କରିବାରୁ ହତ୍ୟା

ରାଜନଗର, ୯ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶିଖର ଗଁାରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଆରୀଙ୍କ ଅପହରଣକୁ ପ୍ରତିରୋଧ କରିବାକୁ ଯାଇ ବଳି ପଡିଛନ୍ତି ଦାଦା। ଝିଆରୀଙ୍କୁ ପ୍ରେମ କରୁଥିବା ଜଣେ ଯୁବକ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଲୁହାରଡ଼ରେ ପିଟି ହତ୍ୟା କରିବା ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ତନାଘନା ଚଳାଇଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅପହୃତା ଯୁବତୀଙ୍କ ପତ୍ତା ମିଳିନାହିଁ। ସମ୍ପୃକ୍ତା ଯୁବତୀଙ୍କ ଭାଇ ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ. ୭୧/୨୨)ରୁଜୁ କରି ତନାଘନା ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ସାଢେ ୯ଟାରେ ୪ଟି ବାଇକ୍‌ରେ କେତେଜଣ ଯୁବକ ଆସି ଚନ୍ଦ୍ରଶିଖର ଗାଁରେ ପହଞ୍ଚତ୍ଥିଲେ। ସେମାନେ ଦେବେନ୍ଦ୍ରଙ୍କ ଘର ଆଗରୁ ତାଙ୍କ ଭଉଣୀଙ୍କୁ ଏକ ବାଇକ୍‌ରେ ଉଠାଇ ନେଇ ଦ୍ରୁତଗତିରେ ଫେରାର ହୋଇଯାଉଥିଲେ। ଦେବେନ୍ଦ୍ରଙ୍କ ସାନବୋଉ(ଖୁଡ଼ୀ) ଏହା ଦେଖି ଚିତ୍କାର କରିଥିଲେ। ସାନବୋଉଙ୍କ ଚିତ୍କାର ଶୁଣି ଦାଦା ବିଚିତ୍ରାନନ୍ଦ ସେମାନଙ୍କୁ ଧରିବା ଉଦ୍ଦେଶ୍ୟରେ ନିଜ ବାଇକ୍‌ରେ ପିଛା କରିଥିଲେ। ଜୁଣୁପାଙ୍ଗରା ଗଁାର ଅଭିରାମ ଦାସଙ୍କ ଘର ଆଗରେ ସେମାନଙ୍କୁ ବିଚିତ୍ରାନନ୍ଦ ଅଟକାଇଥିଲେ। ହେଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରୀକାନ୍ତ ଜେନା ଓରଫ୍‌ ଲିପୁ ଚିତ୍କାର କରିବା ସହ ମୁଁ ତୁମ ଝିଆରୀଙ୍କୁ ଭଲ ପାଇ ଆଣିଛି, ବାହା ହେବି ବୋଲି କହିଥିଲେ। ଏହାକୁ ବିଚିତ୍ରାନନ୍ଦ ସହଜରେ ଗ୍ରହଣ କରି ପାରି ନ ଥିଲେ। ସେ ଝିଆରୀଙ୍କୁ ସେହି ଯୁବକଙ୍କ କବ୍‌ଜାରୁ ଖସାଇ ଆଣିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଲିପୁଙ୍କ ସହିତ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଲିପୁଙ୍କ ସହ ତାଙ୍କ ସାଙ୍ଗ ବାବୁନି ଜେନା, ଦେବୁନି ଜେନା, ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ବିଚିତ୍ରାନନ୍ଦଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏତିକିରେ କଥା ସରି ନ ଥିଲା। ଲିପୁ ଏକ ଲୁହାରଡ଼ରେ ବିଚିତ୍ରାନନ୍ଦଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ପକାଇଥିଲେ। ଫଳରେ ବିଚିତ୍ରାନନ୍ଦ ସେଠାରେ ଚିତ୍କାର କରି ଟଳି ପଡ଼ିଥିଲେ। ଏହାପରେ ଲିପୁ ବିଚିତ୍ରାନନ୍ଦଙ୍କ ଝିଆରୀଙ୍କୁ ଗାଡ଼ିରେ ବସାଇ ସେଠାରୁ ସାଙ୍ଗମାନଙ୍କ ସହ ଫେରାର ହୋଇଯାଇଥିଲେ। ଏହାର କିଛି ସମୟ ପରେ ଦେବେନ୍ଦ୍ର ଓ ତାଙ୍କ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚତ୍ ମୁମୂର୍ଷୁ ଅବସ୍ଥାରେ ବିଚିତ୍ରାନନ୍ଦଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ବିଚିତ୍ରାନନ୍ଦଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ରାଜନଗର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri