ଭୁଲ୍‌ରେ ଡ୍ରାଇଭରଙ୍କୁ ହତ୍ୟାକଲେ ମହିଳା

ଓ୍ବାଶିଂଟନ୍‌,୨୬ା୬: ଆମେରିକାର ଜଣେ ମହିଳା ଏକ ଉବର କାର୍‌ରେ ଯାଉଥିଲେ। ଡ୍ରାଇଭର ଜଣକ ଅପହରଣ କରି ନେଉଥିବା ସନ୍ଦେହ ହେବାରୁ ସେ ତାଙ୍କୁ ଗୁଳି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏଲ୍‌ପାସୋ ପୋଲିସ ମହିଳା ଯାତ୍ରୀଙ୍କୁ ଗିରଫ ପରେ ୧.୫ ନିୟୁତ ଡଲାର ମୂଲ୍ୟର ବଣ୍ଡ୍‌ରେ ଛାଡ଼ିଦେଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିବାରୁ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମହିଳାଙ୍କୁ ପୁଣି ଗିରଫ କରିଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ କେଣ୍ଟୁକି ବାସିନ୍ଦା ୪୮ ବର୍ଷୀୟା ଫୋଏବେ କୋପାସ୍‌ ଟେକ୍ସାସ୍‌ର ଏକ କ୍ୟାସିନୋରେ କାମ କରୁଥିବା ନିଜ ବୟଫ୍ରେଣ୍ଡ୍‌ଙ୍କୁ ଭେଟିବା ପାଇଁ ଯାଉଥିଲେ। ଏଥିପାଇଁ ସେ ଏକ ଉବର କାର୍‌ ଭଡ଼ାରେ ନେଇଥିଲେ। ବାଟରେ ‘ଜୁଆରେଜ୍‌ ମେକ୍ସିକୋ’ ଲେଖାଥିବା ଏକ ସାଇନ୍‌ବୋର୍ଡ ଦେଖି ହଠାତ୍‌ ତାଙ୍କ ମନକୁ ପାପ ଛୁଇଁଥିଲା। ୫୨ ବର୍ଷୀୟ ଡ୍ରାଇଭର ଡାନିଏଲ ପିଏଡ୍ରା ଗାର୍ସିଆ ତାଙ୍କୁ ଅପହରଣ କରି ମେକ୍ସିକୋକୁ ନେଉଥିବା ଭାବି ସେ ନିଜ ବ୍ୟାଗ୍‌ରୁ ବନ୍ଧୁକ କାଢ଼ି ଗୁଳି କରିଥିଲେ। ଗାର୍ସିଆଙ୍କ ମୁଣ୍ଡ ଓ ଅଣ୍ଟାରେ ଗୁଳି ବାଜିବାରୁ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ ସେଠାରେ ପହଞ୍ଚତ୍ବା ପୂର୍ବରୁ ଫୋଏବେ ଦୁର୍ଘଟଣାଗ୍ରସ୍ତ କାର୍‌ ସହ ଡ୍ରାଇଭରଙ୍କ ଫଟୋ ଉଠାଇ ନିଜ ବୟଫ୍ରେଣ୍ଡ୍‌ଙ୍କ ନିକଟକୁ ପଠାଇଥିଲେ। ଗାର୍ସିଆଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ପରିବାରର ଜଣେ ମାତ୍ର ଅର୍ଥ ଉପାର୍ଜନକାରୀ ବ୍ୟକ୍ତି ଥିଲେ। ତାଙ୍କ ସ୍ତ୍ରୀ ଆନ୍ନା ପିଏଡ୍ରା ନିଜ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ଓ ଶେଷକୃତ୍ୟ ପାଇଁ ଅନ୍‌ଲାଇନ୍‌ରେ ଆର୍ଥିକ ସହାୟତା ଲୋଡ଼ିଛନ୍ତି। ସ୍ବାମୀ ଅପରାଧୀ କିମ୍ବା ଅପହରଣକାରୀ ନ ଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଫୋଏବ୍‌ଙ୍କ ଏଭଳି କାଣ୍ଡକୁ ନେଇ ଉବର ପ୍ଲାଟ୍‌ଫର୍ମ ଆତଙ୍କିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କୁ ଉବରରେ ଯାତ୍ରା ପାଇଁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri