Posted inଜାତୀୟ

ୟୁସିସି ବିରୋଧରେ ଆନ୍ଦୋଳନ କରିବେ ଝାଡ଼ଖଣ୍ଡ ଆଦିବାସୀ

ରାଞ୍ଚି, ୨୫ା୬(ପି.ଟି.) : ଦେଶର ଆଦିବାସୀମାନଙ୍କ ପରିଚୟ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବା ଏକକ ଦଓ୍ବୋନି ସଂହିତା (ୟୁସିସି) ଚିନ୍ତାଧାରାକୁ ପ୍ରତ୍ୟାହାର କରିନେବା ଲାଗି ଆଇନ କମିଶନଙ୍କୁ ନିବେଦନ କରିବେ ଝାଡ଼ଖଣ୍ଡର ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନ। ୟୁସିସି ଉପରେ ଆଇନ କମିଶନ ସାନି ଆଲୋଚନା ଚଳାଇଥିବାବେଳେ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ମିଳିତ ଆଦିବାସୀ ସଂଗଠନ ନିଷ୍ପତ୍ତି ନେଇଛି। ରବିବାର ରାଞ୍ଚତ୍ରେ ଅନୁଷ୍ଠିତ ସମାବେଶରେ ଏହି ନିଷ୍ପତ୍ତି ନିଆଯାଇଛି। ଆଦିବାସୀ ସମନ୍ବୟ ସମିତି (ଏଏସ୍‌ଏସ୍‌) ବ୍ୟାନରରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନର ପ୍ରତିନିଧି ଏକାଠି ହୋଇ ୟୁସିସି ଉପରେ ଆଲୋଚନା କରିଥିଲେ। ୟୁସିସି ଲାଗୁହେଲେ ବିଭିନ୍ନ ଆଦିବାସୀ ପ୍ରଥାଗତ ଆଇନ ଓ ଅଧିକାର ଦୁର୍ବଳ ହୋଇଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
୨୨ତମ ଆଇନ କମିଶନ ଗତ ୧୪ ତାରିଖରେ ଜନସାଧାରଣ ଏବଂ ଧର୍ମୀୟ ସଂଗଠନ ସମେତ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କଠାରୁ ସାନି ପ୍ରସ୍ତାବ ଓ ମତାମତ ମାଗିଥିଲା। ଏହି ଚିନ୍ତାଧାରାକୁ ପ୍ରତ୍ୟାହାର କରିନେବା ଲାଗି ଆମେ ଆଇନ କମିଶନଙ୍କୁ ଅନୁରୋଧ କରି ପତ୍ର ଲେଖିବୁ ବୋଲି ଏଏସ୍‌ଏସ୍‌ ସଦସ୍ୟ ଦେବକୁମାର ଧନ କହିଛନ୍ତି। ଜୁଲାଇ ୫ରେ ଝାଡ଼ଖଣ୍ଡ ରାଜଭବନ ନିକଟରେ ସେମାନେ ୟୁସିସି ବିରୋଧରେ ଆନ୍ଦୋଳନ କରିବେ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ। ଆଦିବାସୀ ପ୍ରଥାଗତ ଆଇନକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ଷଡ଼ଯନ୍ତ୍ର ଭଳି ଲାଗୁଥିବା ଦେବକୁମାର କହିଛନ୍ତି। ଯଦି ସେମାନଙ୍କ ଦାବିକୁ ବିଚାରକୁ ନିଆ ନ ଯାଏ, ତେବେ ସାରା ଦେଶର ଆଦିବାସୀ ନୂଆଦିଲ୍ଲୀରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ୟୁସିସି ଲାଗୁ ହେଲେ ଆଦିବାସୀମାନଙ୍କ ଜମିକୁ ସୁରକ୍ଷା ଦେଉଥିବା ଛୋଟନାଗପୁର ଟେନାନ୍ସି ଆକ୍ଟ ଏବଂ ସାନ୍ତାଳ ପ୍ରଗଣା ଟେନାନ୍ସି ଆକ୍ଟ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଆଦିବାସୀ ଜନପରିଷଦ ଅଧ୍ୟକ୍ଷ ପ୍ରେମ ସାହି ମୁଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?