ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଗଧିଆ ଛୁଆକୁ ଧରିବା ପାଇଁ ସେହିଭଳି ପେଷାକ ପିନ୍ଧିଛନ୍ତି। ଏହା ସହ ସେ ଗଧିଆ ଛୁଆ ସହ ନାଚିବାକୁ ଲାଗୁଛନ୍ତି। ପରେ ସେ ଚକମା ଦେଖାଇ ଗଧିଆ ଛୁଆକୁ କାବୁ କରି ନେଉଛନ୍ତି। ଏହି ଭିଡିଓର ଶେଷ ପର୍ଯ୍ୟନ୍ତ ନ ଦେଖିଲେ ମହିଳାଙ୍କ ଚାଲ୍ ଜାଣି ହେବ ନାହିଁ।
ଭିଡିଓ ‘ଦ ଫିଲ୍ ଗୁଡ ପେଜ୍’ଟୁଇଟରରେ ଶେୟାର ହୋଇଥିବା ବେଳେ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ୍ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
There is honestly no point in doing anything but this girl's job. pic.twitter.com/lcfuuTnVVK
— The Feel Good Page ❤️ (@akkitwts) November 7, 2020