ମହିଳାଙ୍କୁ ଗଣବଳାତ୍କାର: ୫ ସମ୍ପର୍କୀୟ ଗିରଫ

ଦେବଗଡ,୨୫।୪(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନାଂଚଳର ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ଘଟିଥିବା ଗଣବଳାତ୍କାର ଘଟଣାରେ କୁଣ୍ଢେଇଗୋଳା ଥାନା ପୋଲିସ ପୀଡିତାଙ୍କର ୫ ଜଣ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଗତ ୧୯ ତାରିଖ ରାତ୍ରୀରେ କୁଣ୍ଢେଇଗୋଳା ଥାନାଂଚଳର ଉକ୍ତ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ ବ୍ୟକ୍ତି(ଗୃହକର୍ତା)ଘରେ ଅନୁପସ୍ଥିତ ଥିବା ବେଳେ ତାଙ୍କର ଜଣେ ବନ୍ଧୁ ତାଙ୍କୁ(ଗୃହକର୍ତାଙ୍କୁ)ଡାକିବା ପାଇଁ ଆସିଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ବାହାରକୁ ନ ବାହାରିବାରୁ ଉକ୍ତ ବ୍ୟକ୍ତି ସହିତ ଗୃହକର୍ତ୍ତାଙ୍କ ସ୍ତ୍ରୀ(ପୀଡିତା)ଙ୍କ ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରି ଉକ୍ତ ଗ୍ରାମର( ପୀଡିତାଙ୍କ ସମ୍ପର୍କୀୟ) ବିନୋଦ ଖାଁଙ୍କ ପୁଅ ବିକାଶ ଖାଁ(୨୨) ଓ ରାକେଶ ଖାଁ, ଆନନ୍ଦ ଖାଁଙ୍କ ପୁଅ ସାମୁଏଲ ଖାଁ(୩୦) ଓ ସାହିଲ ଖାଁ(୧୯) ଓ ହିମାଦ୍ରୀ ଖାଁଙ୍କ ପୁଅ ମୁନା ଖାଁ(୨୩) ସମ୍ପୃକ୍ତ ବ୍ୟକ୍ତି(ଗୃକକର୍ତାଙ୍କ ବନ୍ଧୁ)ଙ୍କୁ ମାଡ ମାରିବା ସହ ଉକ୍ତ ମହିଳା( ଗୃହକର୍ତାଙ୍କ ସ୍ତ୍ରୀ)ଙ୍କୁ ନିସ୍ତୁକ ମାଡ ମାରିଥିଲେ।

କେବଳ ଏତିକି ନୁହେଁ, ଉକ୍ତ ମହିଳାଙ୍କ ଯୌନାଙ୍ଗରେ ମଧ୍ୟ କୌଣସି ଧାରୁଆ ସାମଗ୍ରୀ ପୁରାଇ ଦେଇଥିଲେ। ଫଳରେ ମହିଳାଙ୍କ ଗୁରୁତର ଆହତ ହୋଇଥିଲେ। ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାମୀ ୨୨ ତାରିଖ ଦିନ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ କୁଣ୍ଢେଇଗୋଳା ଥାନା ପୋଲିସ ଉପରୋକ୍ତ ୫ ଜଣଙ୍କ ବିରୋଧରେ ଗଣବଳାତ୍କାର ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ଗୁରୁବାର ସେମାନଙ୍କୁ କୋର୍ଟଚାଲଣ କରାଯାଇଥିବାବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଅଯାଇଛି । ଅନ୍ୟପକ୍ଷରେ ପୀଡିତା ମହିଳା ଜଣକ ଏବେ ମଧ୍ୟ ଅନୁଗୋଳ ଜିଲା ମୂକ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri