Posted inଫୁରସତ

ଟଏଲେଟ୍‌ ପେପର କିଣନ୍ତିନି ଏହି ମହିଳା, ଏମିତି କରନ୍ତି ବ୍ୟବହାର

ସଞ୍ଚୟ କରିବା ଭଲ କଥା, ମାତ୍ର ଜଣେ ବ୍ୟକ୍ତି ସଞ୍ଚୟ ପ୍ରକ୍ରିୟାର ମାତ୍ରା ଯଦି ଅଧିକ ହୋଇଯାଏ ତେବେ ଏହି ବ୍ୟକ୍ତିଙ୍କୁ ସମାଜରେ ଲୋକେ କଞ୍ଜୁସ ହିଁ କହିଥାନ୍ତି। ଏମିତି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ବ୍ରିଟେନରେ।

ଏକଥା ଆମେ କହୁନୁ। ମହିଳା ଜଣଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ କରି ଦେଖାଇଛନ୍ତି। ଯାହାକୁ ଦେଖିବା ପରେ ୟୁଜରମାନେ ତାଙ୍କୁ କଞ୍ଜୁସ୍‌ ବୋଲି କହିଛନ୍ତି। ମହିଳା ଜଣଙ୍କ କହିଥିଲେ, ଘରେ ଟଏଲେଟ ପେପର କିଣିବା ସେ ବନ୍ଦ କରି ଦେଇଛନ୍ତି। ଏହା ପରିବର୍ତ୍ତେ ସେ ନିଜର ଏକ ଟଏଲେଟ୍‌ ରୋଲ୍‌ କପଡ଼ାରେ ତିଆରି କରିଛନ୍ତି। ଯାହାକୁ ଧୋଇ ପୁନର୍ବାର ବ୍ୟବହାର କରାଯାଇପାରିବ।

ଟିକ୍‌ଟକ୍‌ରେ ଏହାର କୌଶଳ ବର୍ଣ୍ଣନା କରି ମହିଳା ଜଣଙ୍କ କହିଥିଲେ, ସେ ଟଙ୍କା ସଞ୍ଚୟ କରିବାର ଏକ ଉପାୟ ପାଇଛନ୍ତି । ଏହି ଉପାୟଟି ଟଏଲେଟ୍‌ ପେପର ରୋଲ୍‌ କିଣିବାରୁ କେମିତି ମୁକ୍ତି ପାଇବେ ତାହା ଉପରେ ମୋର ଏହି ଭିଡିଓଟି। ସେ ତାଙ୍କ ପରିବାର ପାଇଁ ଏକ ପୁନଃ ବ୍ୟବହାର ଯୋଗ୍ୟ ଟଏଲେଟ୍‌ ପେପର ତିଆରି କରିଛନ୍ତି, ଯାହାକୁ ସେମାନେ ପ୍ରତିଦିନ ଧୋଇଥାନ୍ତି। ଏହିପରି ଭାବରେ ତାଙ୍କର ଟଙ୍କା ମଧ୍ୟ ସଞ୍ଚୟ ହୁଏ ଏବଂ ସେ ଟଏଲେଟ୍‌ ପେପର କିଣିବାରୁ ବଞ୍ଚିତ।

ଶାନନ ରୋଜ୍‌ ନାମକ ଏହି ମହିଳା ଜଣକ ୨ଟି ସନ୍ତାନର ମା’। ସୋସିଆଲ ମିଡିଆରେ ତାଙ୍କର ବହୁତ ସଂଖ୍ୟାରେ ଫଲୋଅର୍ସ ଅଛନ୍ତି। ଏହି କାଗଜକୁ ସେ ପୁରୁଣା କପଡ଼ାରୁ ତିଆରି କରିଛନ୍ତି, ଯାହାକୁ ସେ ପ୍ରତିଦିନ ସଫା କରନ୍ତି। ସେ କହିଥିଲେ, କାଗଜ ବଦଳରେ ପାଣି ଏବଂ କପଡ଼ା ବ୍ୟବହାର କରନ୍ତି। ଯାହାକୁ ସେ ପ୍ରତିଦିନ ଧୋଇ ଶୁଖାଇଥାନ୍ତି।

ଶାନନଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ସେ କହିଛନ୍ତି, ଏହା ବ୍ୟତୀତ ସେ କପଡ଼ାର ପୁନଃ ବ୍ୟବହାର ଯୋଗ୍ୟ ସାନିଟାରୀ ଟାଓ୍ବେଲ ମଧ୍ୟ ତିଆରି କରିଛନ୍ତି। ସେ ଟୁଥପେଷ୍ଟ୍‌ ବଦଳରେ କପଡ଼ା ଟିସୁ ବ୍ୟବହାର କରନ୍ତି। ଅନେକ ଲୋକ ତାଙ୍କ ଧାରଣାକୁ ପ୍ରଶଂସା କରିଥିବାବେଳେ କିଛି ଲୋକ ଏହାକୁ ଅଜବ ବୋଲି କହିଥିଲେ। ଜଣେ ୟୁଜର ଲେଖିଛନ୍ତି, ଏହାକୁ ସେ ମଧ୍ୟ ଗ୍ରହଣ କରିବେ। ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ଏକ ଉପହାସ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri