ମହିଳା ଡାକ୍ତରଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,(ବ୍ୟୁରୋ)୨୬ା୮:ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଏକ କ୍ଲିନିକ ବିରୋଧରେ ୨୦୧୯ରେ ହୋଇଥିବା ବେଆଇନ କନ୍ୟା ଭ୍ରୂଣ ହତ୍ୟା ମାମଲାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଫେମିଲାଇଫ୍‌ ଫର୍ଟିଲିଟି ଫାଉଣ୍ଡେଶନ ପ୍ରାଇଭେଟ ଲିଃର ମାଲିକାଣୀ ତଥା ଡାକ୍ତର ନବନୀତା ପାଢୀଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି ଭାନୁ ପ୍ରତାପ ମିଶ୍ର ପିସି ଏଣ୍ଡ୍‌ ପିଏନ୍‌ଡିଟି ଆକ୍ଟର ଦଫା ୨୩ ଓ ୨୫ରେ ଅଭିଯୁକ୍ତ ଦର୍ଶାଇ ଅଢ଼େଇ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ତାଙ୍କୁ ୯ହଜାର ଟଙ୍କା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ କ୍ଷେତ୍ରରେ ଅଧିକ ୫ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।
ସୂଚନାନୁଯାୟୀ, ୨୦୧୯ ଅଗଷ୍ଟ ୩୦ରେ ଭୁବନେଶ୍ୱରର ବିଭିନ୍ନ କ୍ଲିନିକ କର୍ତ୍ତୃପକ୍ଷ ପିସି ଏଣ୍ଡ୍‌ ପିଏନ୍‌ଡିଟି ଆକ୍ଟକୁ ଠିକ ଭାବେ ମାନୁଛନ୍ତି କି ନାହିଁ ଯାଞ୍ଚ କରିବାକୁ ଆସିଷ୍ଟାଣ୍ଟ କଲେକ୍ଟର ଅଂଶୁମାନ ରଥଙ୍କୁ ଖୋର୍ଦ୍ଧା ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକ୍ରମେ ରଥଙ୍କ ସମେତ ପରିବାର କଲ୍ୟାଣ ବିଭାଗର ୫ ଜଣ ସଦସ୍ୟ ଏବଂ ଶହୀଦନଗର ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଦେବରାଜ କିଶାନ ବିଭିନ୍ନ କ୍ଲିନିକରେ ଯାଞ୍ଚ ଆରମ୍ଭ କରିଥିଲେ। ସେହି ସମୟରେ ଜୟଦେବ ବିହାରସ୍ଥିତ ଫେମିଲାଇଫ୍‌ ପର୍ଟିଲିଟି ଫାଉଣ୍ଡେଶନ୍‌ ପ୍ରାଇଭେଟ ଲିଃ କ୍ଲିନିକ୍‌ର ଗୁମର କଥା ପଦାକୁ ଆସିଥିଲା। ୨୦୧୮ ସେପ୍ଚେମ୍ବର ୧୫ରୁ ପିସି ଏଣ୍ଡ୍‌ ପିଏନ୍‌ଡିଟି ଆକ୍ଟ ଲାଇସେନ୍ସ ରଦ୍ଦ ହୋଇଥିଲେ ମଧ୍ୟ ଉକ୍ତ କ୍ଲିନିକ୍‌କୁ ବେଆଇନ୍‌ ଭାବେ ଚଲାଯାଉଥିଲା। ଏପରିକି ଯାଞ୍ଚ ବେଳେ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ଓ ନର୍ସମାନେ ସାଧାରଣ ପୋଷାକରେ ଥିବା ଦେଖିବାକୁ ମିଳିଥିଲା। ଏଥିସହ ପ୍ରତିଦିନ କ୍ଲିନିକକୁ ଆସୁଥିବା ଆଗନ୍ତୁକଙ୍କ ସମ୍ଭନ୍ଧରେ ପ୍ରତିମାସରେ ଜିଲାପାଳ ଓ ପରିବାର କଲ୍ୟାଣ ବିଭାଗକୁ ପଠାଯାଉଥିବା ତାଲିକାରେ ତାଳମେଳ ରହୁ ନ ଥିଲା। ତେଣୁ ସେଠାରେ ବହୁଦିନ ଧରି ବେଆଇନ୍‌ ଭାବେ କନ୍ୟା ଭ୍ରୂଣ ହତ୍ୟା କରାଯାଉଥିବା ଯାଞ୍ଚ ଟିମ୍‌ ଜାଣିବାକୁ ପାଇଥିଲା। କ୍ଲିନିକ୍‌ରେ ଥିବା ୨ଟି ଅଲ୍‌ଟ୍ରାସାଉଣ୍ଡ ମେଶିନକୁ ଟିମ୍‌ ଜବତ କରିଥିଲା। ଏନେଇ ଖୋର୍ଦ୍ଧା ସିଡିଏମ୍‌ଓ ବିଶ୍ୱରଞ୍ଜନ ପତି ୨୦୨୧ ଅଗଷ୍ଟ ୩ରେ କ୍ଲିନିକ ମାଲିକାଣୀ ଥିବା ଡାକ୍ତର ନବନୀତାଙ୍କ ବିରୋଧରେ କୋର୍ଟରେ ମାମଲା (୩୨୬/୨୧) ଦାଏର କରିଥିଲେ। ତେବେ ଏହି ମାମଲାରେ ବିଚାରପତି ୭ଜଣ ସାକ୍ଷୀ ଏବଂ ୧୪ଟି ଦସ୍ତାବିଜ୍‌ ଆଧାରକୁ ଭିତ୍ତି କରି ନବନୀତାଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ସହକାରୀ ସରକାରୀ ଓକିଲ ନିରଞ୍ଜନ ବେହେରା ଏହି ମାମଲା ପରିଚାଳନା କରୁଥିଲେ। ତେବେ ଏହି ଦଣ୍ଡାଦେଶ ବିରୋଧରେ ନବନୀତା ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସର୍ତ୍ତ ରଖି ଜାମିନରେ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?