ସ୍ବାମୀଙ୍କୁ ବଞ୍ଚାଇବାକୁ ଗୁଳିରେ ମଲେ ସ୍ତ୍ରୀ

ନୂଆପଡ଼ା ଅଫିସ,୧୬।୯:ରାତି ଅଧରେ ଦାଦାବଟି ମାଗିବାକୁ ଆସିଲେ। ବନ୍ଧୁକ ଦେଖାଇ ଘର ମୁରବିଙ୍କୁ ଭୟଭୀତ କରାଇଲେ। ବନ୍ଧୁକଧାରୀଙ୍କ ଦାବି ମୁତାବକ ୧୦ ହଜାର ଟଙ୍କା ଦେବାରେ ଅସହାୟତା ପ୍ରକାଶ କରିବାରୁ ରକ୍ତମୁଖା ହୋଇଉଠିଲେ ଅଭିଯୁକ୍ତ। ଦବାଇ ଦେଲେ ଟ୍ରିଗର। ହେଲେ ସେହି ସମୟରେ ବନ୍ଧୁକଧାରୀ ଏବଂ ସ୍ବାମୀଙ୍କ ମଝିକୁ ଚାଲି ଆସିଲେ ସ୍ତ୍ରୀ। ବନ୍ଧୁକରୁ ଫୁଟିଥିବା ଗୁଳି ମହିଳାଙ୍କ ଶରୀରରେ ବାଜି ବାହାରିପଡ଼ିଲା ଅନ୍ତବୁଜୁଳା ଏବଂ ଘଟଣାସ୍ଥଳରେ ଟଳିପଡ଼ିଲେ ସେ। ନୂଆପଡ଼ା ଜିଲା କୋମନା ଥାନା ନୂଆଗଁା ପଞ୍ଚାୟତର ଠୁଟିବର ଗ୍ରାମରେ ବୁଧବାର ରାତିରେ ସିନେମା ଷ୍ଟାଇଲ୍‌ରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ମୃତା ମହିଳା ଜଣକ ହେଲେ କୁମୁଦିନୀ ଶବର (୪୦)। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନୀଳାମ୍ବର ସୁନା ଫେରାର ହୋଇଯାଇଥିବାବେଳେ ପୋଲିସ ତନାଘନା ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ଠୁଟିବର ଗ୍ରାମରେ ରୁହନ୍ତି ଶରତ ଚନ୍ଦ୍ର ସାହୁ (୬୪), ସ୍ତ୍ରୀ କୁମୁଦିନୀ, ପୁଅ ରାଜେନ୍ଦ୍ର (୧୩) ଓ ଝିଅ ଟେଭାସିନୀ (୧୦)। ବୁଧବାର ସମସ୍ତେ ଖାଇସାରି ଶୋଇଥିବାବେଳେ ରାତି ପ୍ରାୟ ୧୧ଟାରେ ଗ୍ରାମର ନୀଳାମ୍ବର ସୁନା କବାଟ ପିଟିଥିଲେ। ଶରତ କବାଟ ଖୋଲିବା ବେଳକୁ ଏକ ଦେଶୀ ବନ୍ଧୁକ ଧରି ଛିଡ଼ା ହୋଇଥିବା ନୀଳାମ୍ବର ୧୦ ହଜାର ଟଙ୍କା ବଟି ମାଗିଥିଲେ। ତେବେ ଗରିବ ହୋଇଥିବାରୁ ଅସହାୟତା ପ୍ରକାଶ କରିଥିଲେ ଶରତ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଜଣକ ଗୁଳି ଫୁଟାଇଦେବାକୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ନୀଳାମ୍ବର ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ଶରତଙ୍କୁ ଗୁଳି କରିବା ସମୟରେ କୁମୁଦିନୀ ସାମ୍ନାକୁ ଚାଲି ଆସିଥିଲେ। ବନ୍ଧୁକରୁ ବାହାରିଥିବା ଗୁଳି ତାଙ୍କ ପଛପଟ ଅଣ୍ଟା ଉପର ଦେଇ ପେଟ ଭିତରେ ପଶିଯାଇ ଫୁଟିବାରୁ ଅନ୍ତବୁଜୁଳା ବାହାରି ଆସିଥିଲା। କୁମୁଦିନୀ ତଳେ ପଡି ଛଟପଟ ହେଉଥିବାବେଳେ ନୀଳାମ୍ବର ଫେରାର ହୋଇଯାଇଥିଲେ। ସୂଚନା ପାଇ ପୋଲିସ ପହଞ୍ଚତ୍ ସଙ୍କଟାପନ୍ନ କୁମୁଦିନୀଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ
କରି ଗୁରୁବାର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ କୁହନ୍ତି, ବୁଧବାର ରାତିରେ ଠୁଟିବର ଗଁାରେ ଦାଦାବଟିକୁ କେନ୍ଦ୍ରକରି ଗୁଳିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ନୀଳାମ୍ବର ସୁନା ନାମକ ଜଣେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଅଛି। ଭବାନୀପାଟଣାରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆସିବା ପରେ ତଦନ୍ତ କରାଯିବ। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।
ଅଭିଯୁକ୍ତଙ୍କ ନାମରେ ଏକାଧିକ ମାମଲା
ଠୁଟିବର ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନୀଳାମ୍ବର ସୁନାଙ୍କ ନାମରେ ହତ୍ୟା ସମେତ ଏକାଧିକ ଆପରାଧିକ ମାମଲା ରହିଛି। ଗତ କିଛି ମାସ ତଳେ ନୂଆଗଁା ପଞ୍ଚାୟତ ତୁକଲାପଡ଼ାରେ ଘଟିଥିବା ଏକ ହତ୍ୟା ମାମଲାରେ ସେ ଜେଲ ଯାଇ କିଛିଦିନ ତଳେ ଜାମିନରେ ବାହାରିଥିଲେ। ସେ ଲୋକଙ୍କୁ ଡରାଇ ଧମକାଇ ଦାଦାବଟି ଆଦାୟ କରୁଥିଲେ। ପ୍ରତିବାଦ କଲେ ମରଣାନ୍ତକ ଆକ୍ରମଣ କରୁଥିଲେ। ଦୁଇଦିନ ତଳେ ସେ ଗ୍ରାମରେ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିଲେ। ଏପରି କି ବୁଧବାର ନିଜ କକା ଇନ୍ଦ୍ର ସୁନାଙ୍କ ସହ ଗଣ୍ଡଗୋଳ କରି ହତ୍ୟା ଧମକ ଦେଇଥିଲେ। ଏ ନେଇ ଇନ୍ଦ୍ର କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଜଣେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ଗ୍ରାମର ବହୁ ପୁରୁଖା ଲୋକ କହିଛନ୍ତି। ଅନ୍ୟପଟେ ଏଭଳି ଏକ ହତ୍ୟାକାଣ୍ଡ ପରେ ଗ୍ରାମରେ ଆତଙ୍କ ଖେଳିଯାଇଥିବାବେଳେ ଭୟରେ ଅଭିଯୁକ୍ତଙ୍କ ବିରୋଧରେ କେହି ପାଟି ଖୋଲିବାକୁ ସାହସ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri