ସ୍ବାମୀଙ୍କୁ ବଞ୍ଚାଇବାକୁ ଗୁଳିରେ ମଲେ ସ୍ତ୍ରୀ

ନୂଆପଡ଼ା ଅଫିସ,୧୬।୯:ରାତି ଅଧରେ ଦାଦାବଟି ମାଗିବାକୁ ଆସିଲେ। ବନ୍ଧୁକ ଦେଖାଇ ଘର ମୁରବିଙ୍କୁ ଭୟଭୀତ କରାଇଲେ। ବନ୍ଧୁକଧାରୀଙ୍କ ଦାବି ମୁତାବକ ୧୦ ହଜାର ଟଙ୍କା ଦେବାରେ ଅସହାୟତା ପ୍ରକାଶ କରିବାରୁ ରକ୍ତମୁଖା ହୋଇଉଠିଲେ ଅଭିଯୁକ୍ତ। ଦବାଇ ଦେଲେ ଟ୍ରିଗର। ହେଲେ ସେହି ସମୟରେ ବନ୍ଧୁକଧାରୀ ଏବଂ ସ୍ବାମୀଙ୍କ ମଝିକୁ ଚାଲି ଆସିଲେ ସ୍ତ୍ରୀ। ବନ୍ଧୁକରୁ ଫୁଟିଥିବା ଗୁଳି ମହିଳାଙ୍କ ଶରୀରରେ ବାଜି ବାହାରିପଡ଼ିଲା ଅନ୍ତବୁଜୁଳା ଏବଂ ଘଟଣାସ୍ଥଳରେ ଟଳିପଡ଼ିଲେ ସେ। ନୂଆପଡ଼ା ଜିଲା କୋମନା ଥାନା ନୂଆଗଁା ପଞ୍ଚାୟତର ଠୁଟିବର ଗ୍ରାମରେ ବୁଧବାର ରାତିରେ ସିନେମା ଷ୍ଟାଇଲ୍‌ରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ମୃତା ମହିଳା ଜଣକ ହେଲେ କୁମୁଦିନୀ ଶବର (୪୦)। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନୀଳାମ୍ବର ସୁନା ଫେରାର ହୋଇଯାଇଥିବାବେଳେ ପୋଲିସ ତନାଘନା ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ଠୁଟିବର ଗ୍ରାମରେ ରୁହନ୍ତି ଶରତ ଚନ୍ଦ୍ର ସାହୁ (୬୪), ସ୍ତ୍ରୀ କୁମୁଦିନୀ, ପୁଅ ରାଜେନ୍ଦ୍ର (୧୩) ଓ ଝିଅ ଟେଭାସିନୀ (୧୦)। ବୁଧବାର ସମସ୍ତେ ଖାଇସାରି ଶୋଇଥିବାବେଳେ ରାତି ପ୍ରାୟ ୧୧ଟାରେ ଗ୍ରାମର ନୀଳାମ୍ବର ସୁନା କବାଟ ପିଟିଥିଲେ। ଶରତ କବାଟ ଖୋଲିବା ବେଳକୁ ଏକ ଦେଶୀ ବନ୍ଧୁକ ଧରି ଛିଡ଼ା ହୋଇଥିବା ନୀଳାମ୍ବର ୧୦ ହଜାର ଟଙ୍କା ବଟି ମାଗିଥିଲେ। ତେବେ ଗରିବ ହୋଇଥିବାରୁ ଅସହାୟତା ପ୍ରକାଶ କରିଥିଲେ ଶରତ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଜଣକ ଗୁଳି ଫୁଟାଇଦେବାକୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ନୀଳାମ୍ବର ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ଶରତଙ୍କୁ ଗୁଳି କରିବା ସମୟରେ କୁମୁଦିନୀ ସାମ୍ନାକୁ ଚାଲି ଆସିଥିଲେ। ବନ୍ଧୁକରୁ ବାହାରିଥିବା ଗୁଳି ତାଙ୍କ ପଛପଟ ଅଣ୍ଟା ଉପର ଦେଇ ପେଟ ଭିତରେ ପଶିଯାଇ ଫୁଟିବାରୁ ଅନ୍ତବୁଜୁଳା ବାହାରି ଆସିଥିଲା। କୁମୁଦିନୀ ତଳେ ପଡି ଛଟପଟ ହେଉଥିବାବେଳେ ନୀଳାମ୍ବର ଫେରାର ହୋଇଯାଇଥିଲେ। ସୂଚନା ପାଇ ପୋଲିସ ପହଞ୍ଚତ୍ ସଙ୍କଟାପନ୍ନ କୁମୁଦିନୀଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ
କରି ଗୁରୁବାର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ କୁହନ୍ତି, ବୁଧବାର ରାତିରେ ଠୁଟିବର ଗଁାରେ ଦାଦାବଟିକୁ କେନ୍ଦ୍ରକରି ଗୁଳିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ନୀଳାମ୍ବର ସୁନା ନାମକ ଜଣେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଅଛି। ଭବାନୀପାଟଣାରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆସିବା ପରେ ତଦନ୍ତ କରାଯିବ। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।
ଅଭିଯୁକ୍ତଙ୍କ ନାମରେ ଏକାଧିକ ମାମଲା
ଠୁଟିବର ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନୀଳାମ୍ବର ସୁନାଙ୍କ ନାମରେ ହତ୍ୟା ସମେତ ଏକାଧିକ ଆପରାଧିକ ମାମଲା ରହିଛି। ଗତ କିଛି ମାସ ତଳେ ନୂଆଗଁା ପଞ୍ଚାୟତ ତୁକଲାପଡ଼ାରେ ଘଟିଥିବା ଏକ ହତ୍ୟା ମାମଲାରେ ସେ ଜେଲ ଯାଇ କିଛିଦିନ ତଳେ ଜାମିନରେ ବାହାରିଥିଲେ। ସେ ଲୋକଙ୍କୁ ଡରାଇ ଧମକାଇ ଦାଦାବଟି ଆଦାୟ କରୁଥିଲେ। ପ୍ରତିବାଦ କଲେ ମରଣାନ୍ତକ ଆକ୍ରମଣ କରୁଥିଲେ। ଦୁଇଦିନ ତଳେ ସେ ଗ୍ରାମରେ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିଲେ। ଏପରି କି ବୁଧବାର ନିଜ କକା ଇନ୍ଦ୍ର ସୁନାଙ୍କ ସହ ଗଣ୍ଡଗୋଳ କରି ହତ୍ୟା ଧମକ ଦେଇଥିଲେ। ଏ ନେଇ ଇନ୍ଦ୍ର କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଜଣେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ଗ୍ରାମର ବହୁ ପୁରୁଖା ଲୋକ କହିଛନ୍ତି। ଅନ୍ୟପଟେ ଏଭଳି ଏକ ହତ୍ୟାକାଣ୍ଡ ପରେ ଗ୍ରାମରେ ଆତଙ୍କ ଖେଳିଯାଇଥିବାବେଳେ ଭୟରେ ଅଭିଯୁକ୍ତଙ୍କ ବିରୋଧରେ କେହି ପାଟି ଖୋଲିବାକୁ ସାହସ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?