ବ୍ୟବସାୟୀଙ୍କୁ ଅପହରଣ କରି ଲୁଟି ନେଇଥିଲେ ଟଙ୍କା: ଧରାପଡ଼ିଲେ ମହିଳା କନ୍‌ଷ୍ଟେବଳ

ମାଲକାନଗିରି,୨୨।୯(ଦୁର୍ଯ୍ୟୋଧନ ପାତ୍ର): କର୍ନାଟକର ଜଣେ ବ୍ୟବସାୟୀଙ୍କୁ ଅପହରଣ ଏବଂ ଲୁଟ୍‌ ମାମଲାରେ ମାଲକାନଗିରି ପୋଲିସ ଜଣେ ମହିଳା କନ୍‌ଷ୍ଟେବଲଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲା ଓର୍କେଲ ଥାନାର କନ୍‌ଷ୍ଟେବଲ ବାସନ୍ତୀ ବିଶ୍ୱାସ, ବାଲିମେଳା ଗ୍ରାମର ସୁଲତାନ ସିଂ ଓ ପଶ୍ଚିମବଙ୍ଗ ଜୟରାମପୁର ଗ୍ରାମର ରାଜୁ ସେଖ୍‌। ଘଟଣା ଗତ ୧୧ ତାରିଖରେ ଘଟିଥିଲେ ମଧ୍ୟ ସୋମବାର ଏହା ସାମ୍ନାକୁ ଆସିଛି।

ପୋଲିସ ସୂଚନା ଅନୁଯାୟୀ, ମାଲକାନଗିରି ଜିଲାରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବା ପ୍ରଲୋଭନ ଦେଖାଇ ପଶ୍ଚିମବଙ୍ଗର ରାଜୁ ସେଖ୍‌ କର୍ନାଟକ ଶ୍ରୀରାମପୁର ଥାନା କାଡପା ରାମଚନ୍ଦ୍ରପୁର ଗ୍ରାମର ରଘୁ ନରସିଂହ ନାମକ ଜଣେ ବ୍ୟବସାୟୀଙ୍କୁ ମାଲକାନଗିରିକୁ ଡାକିଥିଲେ। ରାଜୁଙ୍କ କଥାରେ ବିଶ୍ୱାସ କରି ବ୍ୟବସାୟୀ ରଘୁ ନରସିଂହ ମାଲକାନଗିରି ଆସିଥିଲେ।

ଅଭିଯୁକ୍ତ ସୁଲତାନ ଓ ରାଜୁ ବ୍ୟବସାୟୀ ନରସିଂହଙ୍କୁ ମାଲକାନଗିରିର ଏକ ହୋଟେଲରେ ରଖି ବ୍ୟବସାୟ ସମ୍ବନ୍ଧରେ ଆଲୋଚନା କରିଥିଲେ ା ପରେ ନରସିଂହଙ୍କୁ ଏମ୍‌.ଭି. ୧୭ ନିକଟ ଜଙ୍ଗଲକୁ ନେଇ ସେଠାରେ ତାଙ୍କର ଅନ୍ୟ ଦୁଇଜଣ ସାଥୀଙ୍କୁ ଡକାଇ ବ୍ୟବସାୟୀଙ୍କୁ ମାରପିଟ୍‌ କରିବା ସହ ତାଙ୍କଠାରୁ ମୋବାଇଲ ଛଡାଇ ନେବା ସହ ପାସଓ୍ବାର୍ଡ ମାଗି ତାଙ୍କ ଆକାଉଣ୍ଟରୁ ୮୨ ହଜାର ଟଙ୍କା ନେଇଯାଇଥିଲେ। ଦୁଇ ଅଭିଯୁକ୍ତ ନରସିଂହଙ୍କୁ ହୋଟେଲକୁ ନେଇ ତାଙ୍କଠାରୁ ନଗଦ ୩ ଲକ୍ଷ ଟଙ୍କା ନେବା ପରେ ଅନ୍ୟ ଏକ ହୋଟେଲକୁ ସ୍ଥାନାନ୍ତର କରିଥିଲେ। ହେଟେଲରୁ ନରସିଂହ ଯେପରି କୁଆଡେ ନ ଯିବେ ସେ ନେଇ ରାଜୁ ସେଖ୍‌ କଡ଼ା ନଜର ରଖିଥିଲେ। ଏହି ସମୟରେ ମହିଳା କନ୍‌ଷ୍ଟେବଲ ବାସନ୍ତୀ ଆସି ନିଜକୁ ଜଣେ ପୋଲିସ ଅଧିକାରୀ ବୋଲି ପରିଚୟ ଦେଇ ବ୍ୟବସାୟୀଙ୍କୁ ଡରାଇଥିଲେ। ପରେ ୩ ଅଭିଯୁକ୍ତ ମିଶି ବ୍ୟବସାୟୀ ନରସିଂହଙ୍କୁ ଏମ୍‌.ଭି. ୧୪ ଗ୍ରାମକୁ କାରରେ ନେଇ ସେଠାରେ ତାଙ୍କୁ ଆଉ ୩ ଲକ୍ଷ ଟଙ୍କା ଯୋଗାଡ଼ କଲେ ଛାଡ଼ିଦେବେ ବୋଲି କହିଥିଲେ ା ନରସିଂହଙ୍କ କାର୍‌ ରାସ୍ତା ଉପରେ ଥିବାବେଳେ କେତେଜଣ ଗ୍ରାମବାସୀ ଦେଖି ଏ ସମ୍ବନ୍ଧରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନରସିଂହଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ଏ ନେଇ ଥାନାରେ ୪୮୮/୨୫ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁଲତାନ, ରାଜୁ ଓ ବାସନ୍ତୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶଥାଉକି, ମହିଳା କନ୍‌ଷ୍ଟେବଲ ବାସନ୍ତୀ ପୂର୍ବରୁ ମାଲକାନଗିରି ସଦର ଥାନାରେ କାର୍ଯ୍ୟରତ ଥିଲେ। ଏବେ ତାଙ୍କର ଓର୍କେଲ ଥାନାକୁ ବଦଳି ହୋଇଥିବାବେଳେ ସେ ଛୁଟିରେ ଅଛନ୍ତି। ତେବେ ବାସନ୍ତୀଙ୍କ ନାଁରେ ମାଲକାନଗିରି ଓ ବାଲିମେଳା ଥାନାରେ ବହୁ ମାମଲା ରହିଛି। ଏହା ପୂର୍ବରୁ ବାସନ୍ତୀ ଏଟିଏମ୍‌ରୁ ଟଙ୍କା ଲୁଟ୍‌, ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?