ଗାଁକୁ ନାହିଁ ରାସ୍ତା: ଖଟରେ ବୁହା ହେଲେ ରୋଗୀ

ଅନୁପପୁର,୧୩।୮: ଗରିବ ଲୋକଙ୍କ ପାଇଁ ଓ ଗାଁଗୁଡ଼ିକୁ ବିକଶିତ କରିବା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ହେଲେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ସେଥିପ୍ରତି କାହାରି ନିଘା ନାହିଁ। ସ୍ବାଧିନତାର ଏତେ ବର୍ଷ ପରେ ବି ଏଭଳି କେତେଗୁଡ଼ିଏ ଗାଁ ରହିଛି ଯେଉଁଠାରେ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ। ସୁସ୍ଥ ଲୋକଙ୍କ ଯିବା ଆସିବା ଦୂରରେ ଥାଉ ରୋଗୀଙ୍କୁ ନେବା ଆଣିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ବିଶେଷକରି ବର୍ଷା ଦିନ କଥା ନ କହିଲେ ଭଲ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ଅନୁପପୁର ଜିଲାରୁ ଆସିଥିବା ଏକ ଦୃଶ୍ୟକୁ ଦେଖିଲେ ସରକାରୀ ଯୋଜନା କିଭଳି ଏଠାରେ ବିଫଳ ହୋଇଛି ତାହାର ଜ୍ୱଳନ୍ତ ଉଦାହରଣ ନଜର ଆସିଛି।

ଅନୁପପୁର ଜିଲାର ଡୋଙ୍ଗରା ପଞ୍ଚାୟତରେ ଜଣେ ମହିଳା ହୃଦ ରୋଗରେ ପୀଡ଼ିତ ଥିବା ବେଳେ ସୋମବାର ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନେବାପାଇଁ ପୁଅ ସୋମଲାଲ ଯାଦବ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବା ଜାଣି ସେ ନିଜେ ହସ୍ପିଟାଲ ନେବାକୁ ସ୍ଥିର କରିଥିଲେ। ଗାଁରୁ ମୁଖ୍ୟ ରାସ୍ତା ମାତ୍ର ୨ କିଲୋମିଟର ଦୂରତା। କିନ୍ତୁ ଗାଁରେ ଭଲ ରାସ୍ତା ନ ଥିବା ବେଳେ ଗତ କିଛି ଦିନରୁ ଲଗାତାର ବର୍ଷା ଯୋଗୁ ସବୁ ସ୍ଥାନରେ ପାଣି ଜମାହୋଇ ରହିଛି। ଏଭଳି ସ୍ଥିତିରେ ମୁଖ୍ୟ ରାସ୍ତାକୁ ଯିବା ପାଇଁ ପୁଅ ସୋମଲାଲ ଓ ସ୍ବାମୀ ହେମଲାଲ ଉକ୍ତ ରୋଗୀ ମହିଳାକୁ ଖଟରେ ବୋହି ହସ୍ପିଟାଲକୁ ନେଇଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବେ ସରକାରୀ ଅଧିକାରୀଙ୍କ ଉପରେ ଚଡ଼କ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଯୋଗୁ ଲୋକେ ଆତଙ୍କିତ: ଚିନ୍ତା କରୁଛନ୍ତି ଏହି ଉପାୟ…

ନୂଆଦିଲ୍ଲୀ, ୧୧।୮: ଦିଲ୍ଲୀ ସମତେ ଦେଶର କେତେକ ଅଞ୍ଚଳରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି। ଏନେଇ ଘରର ସୁରକ୍ଷା ପାଇଁ ସେମାନେ ବୀମା...

ଜେଏମ୍‌ଏମ୍‌ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା...

କଫ୍‌ ସିରପ୍‌ ମୃତ୍ୟୁ ମାମଲା: ଫାର୍ମା କମ୍ପାନୀର ୩ଅଧିକାରୀ ଗିରଫ

ନୋଏଡା,୩।୩: ଉଜ୍‌ବେକିସ୍ତାନରେ କଫ୍‌ ସିରପ୍‌ ପିଇ ହୋଇଥିବା ମୃତ୍ୟୁ ଘଟଣାରେ ନୋଏଡା ସ୍ଥିତ ଏକ ଫାର୍ମା କମ୍ପାନୀର ୩ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଉଜବେକିସ୍ତାନ...

ଏମିତି ଗାଁ, ଯେଉଁଠି କୁକୁର କୋଟିପତି

ଗୁଜରାଟ: ସାଧାରଣତଃ ଲୋକମାନେ କୋଟିପତି ହୋଇଥା’ନ୍ତି। କିନ୍ତୁ କୁକୁରମାନେ କୋଟିପତି ବୋଲି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଏଣ୍ଟରଟେନ୍‌ମେଣ୍ଟ୍‌’ରେ ଦେଖିଥିବେ। ମାତ୍ର ଏହା ବାସ୍ତବରେ ସତ...

ଭାରତରେ ୫-ଜି ସୁବିଧା ମିଳିବାରେ ହେବ ବିଳମ୍ବ !

ନୂଆଦିଲ୍ଲୀ,୨।୬: ଭାରତରେ ୫-ଜି ସୁବିଧା ମିଳିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ମୋବାଇଲ୍‌ ଇନଫ୍ରାଷ୍ଟକଚର କାର୍ଯ୍ୟ ଧୀରେ ଧୀରେ ହେଉଥିବାରୁ ୨୦୨୦ ସୁଦ୍ଧା ମଧ୍ୟ...

ଛେଳିକୁ ଦେଖି ଡରିଗଲା ହାତୀ: ଭିଡିଓ କରିବ ଆଶ୍ଚର୍ଯ୍ୟ

ହାତୀକୁ ପୃଥିବୀର ସବୁଠାରୁ ବଡ ପଶୁ ବୋଲି କୁହାଯାଏ। ଏପରିକି ଜଙ୍ଗଲର ରାଜା ମଧ୍ୟ ତାକୁ ଦେଖି ଥରି ଉଠନ୍ତି। ହାତୀ ଚାହିଁଲେ କିଛି ମିନିଟ...

କମୁଛି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା: ଚିନ୍ତାରେ ସଂଯୁକ୍ତ କୃଷକ ମୋର୍ଚ୍ଚା!

ନୂଆଦିଲ୍ଲୀ,୧୧ ।୩: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ଗାଜିପୁର, ଶାହାଜାହାଁପୁର, ଟିକରି...

ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା...

Advertisement
Archives

Model This Week