ସ୍ତ୍ରୀ, ୫ବର୍ଷର ଶିଶୁକୁ ଟାଙ୍ଗିଆରେ ହାଣି ହତ୍ୟା

ବୋରିଗୁମ୍ମା,୧୪ା୫: ସ୍ତ୍ରୀ ଏବଂ ୫ ବର୍ଷର ଶିଶୁପୁତ୍ରକୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ବି.ସିଂହପୁର ଥାନା ଅଧୀନ ହର ଗ୍ରାମରେ। ଗ୍ରାମବାସୀ ହତ୍ୟାକାରୀ ସ୍ବାମୀକୁ ବାନ୍ଧି ବି.ସିଂହପୁର ପୋଲିସ ଜିମା ଦେଇଛନ୍ତି।
ଖବରରୁ ଜଣାପଡ଼ିଛି, ଏହି ଗ୍ରାମରେ ଧୁବୁଲୁ ମୁଦୁଲି ତାଙ୍କର ସ୍ତ୍ରୀ ଓ ପୁଅକୁ ଧରି ରହୁଥିଲେ। କୌଣସି କାରଣକୁ ନେଇ ଗୁରୁବାର ରାତିରେ ଧୁବୁଲୁ ଓ ତାଙ୍କ ସ୍ତ୍ରୀ ଡମୁଣୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ପରେ ଡମୁଣୀ ନିଜ ୫ବର୍ଷର ପୁଅଙ୍କୁ ଧରି ପାଖ ଗ୍ରାମରେ ଥିବା ନିଜ ବାପ ଘରକୁ ଚାଲିଯିବାକୁ ବାହାରିଥିଲେ। ଧୁବୁଲୁ ତାଙ୍କୁ ନ ଯିବାକୁ କହିଥିଲେ। ଡମୁଣୀ ନ ଶୁଣିବାରୁ ନିଶାଗ୍ରସ୍ତ ଅବସ୍ଥାରେ ଧୁବୁଲୁ ଘରେ ଥିବା ଟାଙ୍ଗିଆରେ ଡମୁଣୀ ଏବଂ ଶିଶୁପୁତ୍ରକୁ ହାଣି ହତ୍ୟା କରିଥିଲେ। ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟାକାରୀ ଧୁବୁଲଙ୍କୁ ଘରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବା ପରେ ଧୁବୁଲୁଙ୍କୁ ହସ୍ତାନ୍ତର କରିଥିଲେ। ଥାନା ଅଧିକାରୀ ଦାମୋଦର ବିହାରୀ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସେଫାଲାଇଟିସ୍‌ ଜିଲା ଟାସ୍କଫୋର୍ସ ବୈଠକ:୧୧ ନଭେମ୍ବରରୁ ଟିକାକରଣ

ଅନୁଗୋଳ ଅଫିସ, ୧୯ା୧୦ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନର ଜିଲା ଟାସ୍କ ଫୋର୍ସ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ ଗୃହରେ ଅନୁଷ୍ଠିତ...

ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି, ଚାଲେଞ୍ଜକୁ ସାମ୍ନା କରିବି : ଦିବ୍ୟଶଙ୍କର

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): ବିମାନ ଉଡ଼ାଉଥିବା ପାଇଲଟରୁ ରାଜନେତା ବନିଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।...

୧୧୬୧ ଜଣଙ୍କ ୧୪ ଦିନିଆ ଆଇସୋଲେଶନ ଅବଧି ସରିଲା

ଶେରଗଡ଼,୬ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକକୁ ଗତ ୨୨ ତାରିଖ ପୂର୍ବରୁ ରାଜ୍ୟ ବାହାରୁରୁ ୧୧୬୧ ଜଣ ବ୍ୟକ୍ତି ଫେରିଥିଲେ। ବ୍ଲକ ପ୍ରଶାସନ ଜାଣିବା ପରେ ଗ୍ରାମପଞ୍ଚାୟତ ନୋଡାଲ...

ଅଦରକାରୀ ଜରିରୁ ଜୀବିକା

କେନ୍ଦୁଝର, ୧୮ା୯ (ସ୍ବ.ପ୍ର.)-ନିର୍ମାଣ କାର୍ଯ୍ୟରେ ଲାଗୁଥିବା ସିମେଣ୍ଟ ବସ୍ତାଗୁଡ଼ିକ ପରବର୍ତ୍ତୀ ସମୟରେ ଅଦରକାରୀ ହୋଇପଡ଼େ। ତେଣୁ ଏହାକୁ ଏଣେ ତେଣେ ଫୋପାଡ଼ି ଦିଆଯାଏ। ଏହି ଜରି...

ଆଜି ରାଜ୍ୟରୁ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ କମିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୭,୦୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ମୋବାଇଲ୍‌ ବଢ଼ାଇପାରେ କରେନା ସଂକ୍ରମଣ: ସାବଧାନ ରୁହନ୍ତୁ; ୪ରୁ ୫ ଥର ସାନିଟାଇଜରରେ ପୋଛନ୍ତୁ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଦୈନନ୍ଦିନ ଜୀବନରେ ଜଣେ ବ୍ୟକ୍ତି ମୋବାଇଲ୍‌କୁ ହାରାହାରୀ ୨୬୦୦ ଥର ଛୁଉଁଛନ୍ତି। ୭୬ଥର ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଏହା ସଂକ୍ରମଣକୁ ବଢ଼ାଇପାରେ। ଏଣୁ ବ୍ୟବହାର...

ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ...

ବ୍ରାଉନସୁଗାର ଜବତ: ଯୁବକ ଗିରଫ

ଭଦ୍ରକ ଅଫିସ, ୧।୧୧- କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ମଧ୍ୟାହ୍ନରେ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଅସୁରାଳି ବଜାରସ୍ଥିତ...

Advertisement


Archives

Model This Week

Why Dharitri