ଗାଧୋଇବାକୁ ଯାଇ ଖରସ୍ରୋତାରେ ବୁଡ଼ିଗଲେ ୨ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

ରସୁଲପୁର,୨୫।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଚିନ୍ତାପଲୀ ଗାଁ ନିକଟରେ ଖରସ୍ରୋତା ନଦୀରେ ଗୁରୁବାର ଅଘଟଣ ଘଟିଛି। ନଦୀକୁ ଗାଧୋଇ ଯାଇଥିବା ୨ ଭାଇ ବୁଡ଼ି ଯାଇଛନ୍ତି। ମୃତ ଦୁଇଭାଇ ସ୍ଥାନୀୟ ଯାଜପୁର ବ୍ଲକ ବେରୁଦା ପଞ୍ଚାଯତ ଚିନ୍ତାପଲୀ ଗ୍ରାମର କାହ୍ନୁ ଚରଣ ଚନ୍ଦଙ୍କ ବଡ଼ପୁଅ ଦୀନବନ୍ଧୁ ଚନ୍ଦ(୧୮) ଓ ସାନପୁଅ ଦିବାକର ଚନ୍ଦ(୧୫)ବୋଲି ଜଣାପଡ଼ିଛି। ଦୀନବନ୍ଧୁ ମଧୁବନ କଲେଜରେ ଯୁକ୍ତ ୨ ରେ ପଢୁଥିବା ବେଳେ ସାନପୁଅ ଗିରିଧାରୀ ପାର୍ବତୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଥିଲେ। ଖବର ପାଇ କୁଆଖିଆ ଅଗ୍ନିଶମ ବାହିନୀ ଦୀନବନ୍ଧୁଙ୍କୁ ଉଦ୍ଧାର କରିଥିବା ବେଳେ ଦିବାକରଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ମଧୁବନ ମେଡିକାଲରେ ଦିବାକରଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଦୀନବନ୍ଧୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଛି। କୁଆଖିଆ ପୋଲିସ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଦୁଃଖଦ ଖବରକୁ ନେଇ କାନ୍ଦବୋବାଳିରେ ଗାଁ ଫାଟିପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡ: ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ମାଲକାନଗିରି,୨୭ା୫(ଡି.ଏନ୍‌.ଏ.)- ମାଲକାନଗିରି ସଦର ମହକୁମାରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ଖବରପାଇ ଅଗ୍ନିଶମ...

କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ...

କାଗଜକଲମରେ ସୀମିତ ବିଜୁ ପକ୍କାଘର: ଇନ୍ଦିରା ଆବାସ ଯୋଜନା ଦିଗହରା

ତେଲକୋଇ, ୨୮।୬(ଡି.ଏନ.ଏ.)- ତେଲକୋଇ ଅଞ୍ଚଳର ଆଦିବାସୀବହୁଳ ଅଞ୍ଚଳରେ ବିଜୁ ପକ୍କାଘର, ଇନ୍ଦିରା ଆବାସ ଯୋଜନା ଦିଗହରା ହୋଇପଡିଛି । ଏହି ଅଞ୍ଚଳରେ ଉକ୍ତ ଯୋଜନା କେବଳ...

ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପରଜଙ୍ଗ, ୩।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ଗୁରୁତର ତ୍ରୁଟି ହୋଇଛି। ଦୁଇଟି ପରବର୍ତ୍ତେ ଗୋଟିଏ ଷ୍ଟିଚ୍‌ କରାଯାଇଥିବାରୁ...

ଗୋତମୁଣ୍ଡାଠାରେ ନୂତନ ଧାନ ମଣ୍ଡି ଉଦ୍‌ଘାଟିତ

କୋକସରା, ୧୮।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡାଠାରେ ସୋମବାର ଧର୍ମଗଡ ବିଧାୟକ ମହୋଷଧି ବାଗ ନୂତନ ଧାନ ମଣ୍ଡି ଉଦ୍‌ଘାଟନ କରିଛନ୍ତି।...

ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ: ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ

ଜଟଣୀ,୭।୧୨(ଡି.ଏନ୍‌.ଏ.): ଜୀବନର ମାନ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ଆଧ୍ୟାତ୍ମିକ ଚେତନା ହିଁ ଆମକୁ ଏକ ସମ୍ପୂର୍ଣ୍ଣ ଓ ସଫଳ ଜୀବନ ଗଠନ କରିବାରେ ସହାୟକ...

ଶ୍ୱଶୁର ଘରକୁ ଆସି ଚୋରି ଉଦ୍ୟମ: ଜ୍ୱାଇଁ ଗିରଫ

କଳିଙ୍ଗନଗର,୧୮।୮(ଡି.ଏନ.ଏ)- ଶ୍ୱଶୁର ଘରକୁ ବୁଲିବାକୁ ଆସି ଗାଡ଼ି ବ୍ୟାଟେରୀ ଓ ଯନ୍ତ୍ରାଂଶ ଚୋରି କରୁଥିବାବେଳେ ଧରାପଡ଼ି ଯଖପୁରା ପୋଲିସ ଦ୍ୱାରା କୋର୍ଟଚାଲାଣ ହୋଇଛନ୍ତି ଜ୍ୱାଇଁ। ଏଭଳି...

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର,୧୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ...

Advertisement


Archives

Model This Week