ବିନା ରସିଦରେ ଅତ୍ୟଧିକ ଦେୟ ଆଦାୟ

ଯାଜପୁର ରୋଡ୍‌,୧୨।୧୦ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ଲକ୍ଷ୍ମୀନଗରସ୍ଥିତ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ରସିଦ୍‌ରେ ଅତ୍ୟଧିକ ଫି’ ଆଦାୟ କରୁଥିବା ଅଭିଯୋଗ ଆଣିଛି ଅଭିଭାବକ କମିଟି। ୧୦ମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣ ବାବଦକୁ ସିବିଏସ୍‌ଇ ପକ୍ଷରୁ ପ୍ରତି ପିଲା ପାଇଁ ୧୮ଶହ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଉକ୍ତ ସ୍କୁଲ କର୍ତ୍ତୃପକ୍ଷ ୨୬ଶହ ଟଙ୍କା ଆଦାୟ କରୁଛନ୍ତି। ଏହାଛଡ଼ା ବହି, ଖାତା ଓ ୟୁନିଫର୍ମ ପାଇଁ ମଧ୍ୟ ସେମାନେ ଅଧିକ ଫି’ ନେଉଛନ୍ତି। ଏ ସବୁର ରସିଦ୍‌ ମଧ୍ୟ ଦିଆଯାଉନି ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଭାବକ କମିଟି ଅଭିଯୋଗ ଆଣିଛି। ଏଥିସହ କରୋନା ମହାମାରୀ ସମୟରେ ରି-ଆଡ୍‌ମିଶନ ଫି’ ଏବଂ ମାସିକ ଦେୟ ବାବଦରେ ମନମୁଖି ଅର୍ଥ ବୃଦ୍ଧି କରାଯାଇଥିଲା। ଏହାଛଡ଼ା ଏହି ଦେୟ ଅନ୍‌ଲାଇନ୍‌ରେ ପୈଠ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲେ ବି ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଉଲ୍ଲଂଘନ କରି ନଗଦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଗତ ୯ ତାରିଖରେ ଯାଜପୁର ଜିଲାପାଳ, ଅତିରିକ୍ତ ଜିଲାପାଳ କଳିଙ୍ଗନଗର, ଯାଜପୁର ଏସ୍‌ପି, ଡିଇଓ, ବ୍ୟାସନଗର ତହସିଲଦାର ଓ ଯାଜପୁର ରୋଡ୍‌ ଥାନାଧିକାରୀଙ୍କୁ ଅଭିଯୋଗପତ୍ର ଦିଆଯାଇଛି। ଏହି ସମସ୍ୟାର ସମାଧାନ କରା ନ ଗଲେ ଅଭିଭାବକ କମିଟି ପକ୍ଷରୁ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତା ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ତ୍ରିପାଠୀଙ୍କୁ ପଚାରିବାରେ ଫର୍ମ ଫିଲ ଅପ୍‌ ଫି’ ୧୮୦୦ଟଙ୍କା ନୁହେଁ, ବରଂ ୨୧୫୦ଟଙ୍କା। ଆଉ ୪୫୦ ଟଙ୍କା ଏକ ପୁସ୍ତକ, ଲାବରୋଟରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ନିଆଯାଇଛି। ଟଙ୍କା ସିବିଏସ୍‌ଇରେ ପୈଠ କରାଯିବା ପରେ ଅଭିଭାବକମାନଙ୍କୁ ରସିଦ ଦିଆଯିବ ବୋଲି କହିଛନ୍ତି। ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସଭାପତି ସଞ୍ଜିତ କୁମାର ଜେନା, ଉପସଭାପତି ବିନୋଦିନୀ ଦୋରା ଓ ବିଜୟାନନ୍ଦ ମହାରଣା, ସାଧାରଣ ସମ୍ପାଦକ ରଞ୍ଜନ ନାୟକ, ମୁଖ୍ୟ ଉପଦେଷ୍ଟା କୁଳମଣି ଧଳ, ସହ କୋଷାଧ୍ୟକ୍ଷା ମଞ୍ଜୁଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା

ଗୁଣପୁର,୨ା୩(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ...

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ

ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ...

ଖଣି ବ୍ୟବସାୟୀଙ୍କ ଆଡ୍ଡାସ୍ଥଳୀ ଭାଙ୍ଗିଲା ପୋଲିସ

ନୟାଗଡ଼ ଅଫିସ/ରଣପୁର, ୧୨।୫(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ମୌଜାର ବେଆଇନ ମାଙ୍କଡ଼ାପଥର ଓ ମୋରମ ଖଣି ସମ୍ପର୍କିତ ମାମଲାରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ...

ଜମି ଛଡ଼ାଇ ନେଇ ଗାଁରୁ ତଡ଼ି ଦେଲେ

ବରଗଡ଼ ଅଫିସ୍‌,୨୫।୭: ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ଥାନା ଅନ୍ତର୍ଗତ କୁମ୍ଭୋ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ୬ଜଣ ମୁଷ୍ଟିମେୟ...

ରେଳପଥର ବିକାଶ ପାଇଁ ୩୨୦ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୩୨୦ ଟଙ୍କାର ବ୍ୟୟବରାଦ କରିଛନ୍ତି। ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ବରଗଡ-ନୂଆପଡା ଏହି...

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରା

ସିମୁଳିଆ, ୧୪।୮(ଡି.ଏନ.ଏ.)-ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରାରେ ବାହାରିଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିନ୍ଦୋଳ ଅଞ୍ଚଳର ସତ୍ୟବ୍ରତ ଦାସ (୨୮) ମଙ୍ଗଳବାର ସିମୁଳିଆ...

ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ଘଟଣା: ପ୍ରତିବାଦରେ ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଭାଜପା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ...

ଟିକା ନେବାକୁ ଡରୁଛନ୍ତି ଲୋକେ

ବୁଗୁଡ଼ା,୧୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ...

Advertisement
Archives

Model This Week