ବିନା ରସିଦରେ ଅତ୍ୟଧିକ ଦେୟ ଆଦାୟ

ଯାଜପୁର ରୋଡ୍‌,୧୨।୧୦ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ଲକ୍ଷ୍ମୀନଗରସ୍ଥିତ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ରସିଦ୍‌ରେ ଅତ୍ୟଧିକ ଫି’ ଆଦାୟ କରୁଥିବା ଅଭିଯୋଗ ଆଣିଛି ଅଭିଭାବକ କମିଟି। ୧୦ମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣ ବାବଦକୁ ସିବିଏସ୍‌ଇ ପକ୍ଷରୁ ପ୍ରତି ପିଲା ପାଇଁ ୧୮ଶହ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଉକ୍ତ ସ୍କୁଲ କର୍ତ୍ତୃପକ୍ଷ ୨୬ଶହ ଟଙ୍କା ଆଦାୟ କରୁଛନ୍ତି। ଏହାଛଡ଼ା ବହି, ଖାତା ଓ ୟୁନିଫର୍ମ ପାଇଁ ମଧ୍ୟ ସେମାନେ ଅଧିକ ଫି’ ନେଉଛନ୍ତି। ଏ ସବୁର ରସିଦ୍‌ ମଧ୍ୟ ଦିଆଯାଉନି ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଭାବକ କମିଟି ଅଭିଯୋଗ ଆଣିଛି। ଏଥିସହ କରୋନା ମହାମାରୀ ସମୟରେ ରି-ଆଡ୍‌ମିଶନ ଫି’ ଏବଂ ମାସିକ ଦେୟ ବାବଦରେ ମନମୁଖି ଅର୍ଥ ବୃଦ୍ଧି କରାଯାଇଥିଲା। ଏହାଛଡ଼ା ଏହି ଦେୟ ଅନ୍‌ଲାଇନ୍‌ରେ ପୈଠ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲେ ବି ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଉଲ୍ଲଂଘନ କରି ନଗଦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଗତ ୯ ତାରିଖରେ ଯାଜପୁର ଜିଲାପାଳ, ଅତିରିକ୍ତ ଜିଲାପାଳ କଳିଙ୍ଗନଗର, ଯାଜପୁର ଏସ୍‌ପି, ଡିଇଓ, ବ୍ୟାସନଗର ତହସିଲଦାର ଓ ଯାଜପୁର ରୋଡ୍‌ ଥାନାଧିକାରୀଙ୍କୁ ଅଭିଯୋଗପତ୍ର ଦିଆଯାଇଛି। ଏହି ସମସ୍ୟାର ସମାଧାନ କରା ନ ଗଲେ ଅଭିଭାବକ କମିଟି ପକ୍ଷରୁ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତା ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ତ୍ରିପାଠୀଙ୍କୁ ପଚାରିବାରେ ଫର୍ମ ଫିଲ ଅପ୍‌ ଫି’ ୧୮୦୦ଟଙ୍କା ନୁହେଁ, ବରଂ ୨୧୫୦ଟଙ୍କା। ଆଉ ୪୫୦ ଟଙ୍କା ଏକ ପୁସ୍ତକ, ଲାବରୋଟରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ନିଆଯାଇଛି। ଟଙ୍କା ସିବିଏସ୍‌ଇରେ ପୈଠ କରାଯିବା ପରେ ଅଭିଭାବକମାନଙ୍କୁ ରସିଦ ଦିଆଯିବ ବୋଲି କହିଛନ୍ତି। ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସଭାପତି ସଞ୍ଜିତ କୁମାର ଜେନା, ଉପସଭାପତି ବିନୋଦିନୀ ଦୋରା ଓ ବିଜୟାନନ୍ଦ ମହାରଣା, ସାଧାରଣ ସମ୍ପାଦକ ରଞ୍ଜନ ନାୟକ, ମୁଖ୍ୟ ଉପଦେଷ୍ଟା କୁଳମଣି ଧଳ, ସହ କୋଷାଧ୍ୟକ୍ଷା ମଞ୍ଜୁଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?