ଆଇନଶୃଙ୍ଖଳା ନ ଥିଲେ ପୁଞ୍ଜିନିବେଶକାରୀ ଆସନ୍ତେନି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିରୋଧୀ ଅଭିଯୋଗ ଆଣୁଛନ୍ତି ଯେ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ଆଇନବିହୀନ ହୋଇଯାଇଛି। ଯଦି ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ନ ଥାଆନ୍ତା ତେବେ ରାଜ୍ୟକୁ ପୁଞ୍ଜିନିବେଶ ଆସନ୍ତା ନାହିଁ। ସମଗ୍ର ଦେଶରେ ଓଡ଼ିଶା ଏକ ବୃହତ୍‌ ପୁଞ୍ଜିନିବେଶକାରୀ ରାଜ୍ୟରେ ପରିଣତ ହୋଇଛି। ଯଦି ଆଇନଶୃଙ୍ଖଳା ଠିକ୍‌ ନ ଥାଆନ୍ତା, ତେବେ ରାଜ୍ୟରେ ଶିଳ୍ପ ବିକାଶ ସହ କୃଷି କ୍ଷେତ୍ରରେ ରେକର୍ଡ ପରିମାଣ ଉତ୍ପାଦନ ହୋଇପାରି ନ ଥାଆନ୍ତା। ରାଜ୍ୟରେ ଉତ୍ତମ ପରିବହନ ବ୍ୟବସ୍ଥା ରହିଛି। ଯେଉଁଥିପାଇଁ ଭାରତୀୟ ରେଳ ଓଡ଼ିଶାରୁ ଦେଶର ସର୍ବାଧିକ ରାଜସ୍ବ ଆଦାୟ କରୁଛି। ରାଜ୍ୟରେ ହକି ବିଶ୍ୱକପ୍‌, ରଥଯାତ୍ରା, ନିର୍ବାଚନ କିମ୍ବା ପରୀକ୍ଷା ଇତ୍ୟାଦି ସୁରୁଖୁରୁରେ ସମ୍ପନ୍ନ କରାଯାଉଛି। ବିଧାନସଭାରେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଏଭଳି ଢଙ୍ଗରେ ଜବାବ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଠିକ୍‌ ସମୟରେ ଓ ସରଳଭାବେ ସରକାରୀ ସେବା ଯୋଗାଇ ଦେବାକୁ ‘୫-ଟି’ ଏବଂ ‘ମୋ ସରକାର’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ମାଓବାଦୀ ସମସ୍ୟା, ଶ୍ରମିକ ସମସ୍ୟା ଆଦିକୁ ମୁକାବିଲା କରିବାରେ ଓଡ଼ିଶା ସଫଳ ହୋଇଛି। ଅଭିବୃଦ୍ଧି ଓ ରାଜସ୍ବ ଆଦାୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନିର୍ଭର କରେ। ବର୍ଷ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ହେବା ସହ ରାଜସ୍ବ ଆଦାୟ ବଢ଼ି ଚାଲିଛି। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ସେମାନଙ୍କର ମଙ୍ଗଳ ହେଉଛି ରାଜନୀତିର ମୂଳ ଲକ୍ଷ୍ୟ। ଓଡ଼ିଶାବାସୀଙ୍କ ସେବା ଓ ମଙ୍ଗଳ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ସେମାନଙ୍କର ଆଶା ଆକାଂକ୍ଷା ପୂରଣ ପାଇଁ ଆମେ ନିଷ୍ଠାର ସହ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରେ ଯୋଗଦେବାକୁ ସେ ବହୁଆଡ଼େ ଯାଇଛନ୍ତି । ସବୁ ନିବେଶକଙ୍କ ଗୋଟିଏ ସ୍ବର, ଓଡ଼ିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ, ଯେଉଁଥିପାଇଁ ସେମାନେ ଏଠାରେ ନିବେଶ କରିବାକୁ ଆଗେଇ ଆସୁଛନ୍ତି। ଯଦି ରାଜ୍ୟରେ ଆଇନର ଶାସନ ନ ଥାଆନ୍ତା ତେବେ କୌଣସି ନିବେଶକାରୀ ନିଜର କଷ୍ଟଅର୍ଜିତ ଧନକୁ ଓଡ଼ିଶାରେ ବିନିଯୋଗ କରିବାକୁ ଆସି ନ ଥାନ୍ତେ ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି। ହକି ବିଶ୍ୱକପ୍‌ ଆୟୋଜନ ବେଳେ ରାଜ୍ୟରେ ଆଇନଶୃଙ୍ଖଳା ଓ ଶାନ୍ତିପ୍ରିୟ ଲୋକମାନଙ୍କୁ ପ୍ରଶଂସା କରାଯାଇଛି। ଯେକୌଣସି ବ୍ୟକ୍ତି ଓଡ଼ିଶା ଆସୁଛନ୍ତି ଓ ଓଡ଼ିଶା ବିଷୟରେ ଶୁଣୁଛନ୍ତି ସେମାନଙ୍କର ପ୍ରଥମ ଅନୁଭୂତି ହେଉଛି ଓଡ଼ିଶା ଏକ ଶାନ୍ତିପ୍ରିୟ ଓ ସୁନ୍ଦର ରାଜ୍ୟ। ସେଥିପାଇଁ ଓଡ଼ିଶା ଆଜି ବିକାଶର ରାସ୍ତାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମାମଲାରେ ତଦନ୍ତ ନିରପେକ୍ଷ ଭାବେ ଚାଲୁରହିଛି । ବିରୋଧୀ କେମିତି ଜାଣିଲେ ଯେ, ସରକାର ହତ୍ୟା ଅଭିଯୁକ୍ତଙ୍କୁ ଜଣେ ପାଗଳ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି? ସରକାରଙ୍କୁ ଦୋଷ ଦେଇ ବିରୋଧୀ ରାଜନୀତିର ରୁଟି ସେକିବାକୁ ଚାହୁଁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋ ସରକାର ସବର୍ର୍ଦା ନ୍ୟାୟ ସପକ୍ଷରେ ଛିଡ଼ା ହୋଇଛି। ଏହି ସ୍ପର୍ଶକାତର ଘଟଣାରେ ସତ୍ୟ ପଦାକୁ ଆସିବ। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବ। ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି। ଏହାସତ୍ତ୍ୱେ ସରକାର କିଛି ଲୁଚାଉଛନ୍ତି ବୋଲି ବିରୋଧୀ ଯଦି ଅଭିଯୋଗ କରୁଛନ୍ତି, ତେବେ ଏହା କେବଳ ସଂକୀର୍ଣ୍ଣ ରାଜନୀତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଥାନାଗୁଡ଼ିକରୁ ସାଧାରଣ ଲୋକ ଯେପରି ନ୍ୟାୟ ପାଇବେ ସରକାର ତାହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଆସ୍କା ଥାନା ଦେଶର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି, ଯାହା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶା ପୋଲିସରେ ସ୍ବଚ୍ଛତା ଓ ଲୋକଙ୍କୁ ଗୁଣାତ୍ମକ ସେବା ପାଇଁ ମୋ ସରକାରକୁ କାର୍ଯ୍ୟକାରୀ କରାଯାଇଛି। ଜନସାଧାରଣ ପୋଲିସର କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରୁଛନ୍ତି। ପୋଲିସ ବିଭାଗ ଅଧିକ ଶୃଙ୍ଖଳିତ ହୋଇଥିଲା ବେଳେ ଆଧୁନିକୀକରଣ ସହ ବିଭିନ୍ନ ଖାଲି ପଦବୀ ପୂରଣକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲୋକମାନଙ୍କ ଆଶା ପୂରଣ ହିଁ ଏକ ଶାସନ ବ୍ୟବସ୍ଥାର ମାପଦଣ୍ଡ। ଲୋକମାନଙ୍କୁ ହାତ ପାହାନ୍ତାରେ ସରକାରୀ ସେବା ଯୋଗାଇ ଦେଉଛୁ। ଏଯାଏ ୫୬୬ ସରକାରୀ ସେବା ଅନ୍‌ଲାଇନରେ ଉପଲବ୍ଧ ହେଉଛି । ରାଜ୍ୟରେ ଅଧିକରୁ ଅଧିକ ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇବାକୁ ଚଳିିତ ଆର୍ଥିକ ବର୍ଷରେ ସରକାର ଅଗ୍ରାଧିକାର ଦେଇଛନ୍ତି। ୮ ହଜାରରୁ ଅଧିକ ଯୋଗ୍ୟ ପିଲାଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ ନିଯୁକ୍ତି ସଂସ୍ଥା ସୁପାରିସ କରିଛନ୍ତି। ସରକାର ଓଡ଼ିଆ ଭାଷା ଓ ଓଡ଼ିଆ ମାଧ୍ୟମ ଛାତ୍ରୀଛାତ୍ରଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ସରକାରୀ ଚାକିରି ପାଇଁ ଲିଖିତ ପରୀକ୍ଷା ସହ ମୌଖିକ ପରୀକ୍ଷାରେ ଇଂରାଜୀ ସହ ଓଡ଼ିଆକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଦୁର୍ନୀତି ହଟାଇବାକୁ ଭିଜିଲାନ୍ସ ସବୁବେଳେ ତତ୍ପର ରହିବା ସହ ଅଭିଯାନକୁ ଜୋରଦାର କରୁଛି। ୨୦୨୨ରେ ଦୁର୍ନୀତିରେ ଜଡ଼ିତ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ୨୮୭ଟି ଆପରାଧିକ ମାମଲା ରୁଜୁ କରାଯାଇଛି । ୫୫୭ ଜଣ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ରାଜ୍ୟର ସାମଗ୍ରିକ ବିକାଶ ସହ ଏକ ସ୍ବଚ୍ଛ ଓ ଲୋକପ୍ରିୟ ଶାସନ ଦେବାକୁ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?