ଭୂମି ନାହିଁ କି ଘର ନାହିଁ, ପର ବାଡ଼ିରେ ବିତୁଛି ଜୀବନ

ଧର୍ମଶାଳା,୨୯ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାଯତର ଶେରପୁର ଗ୍ରାମରେ ଦୁର୍ଦ୍ଦିନ ଭିତରେ ବସବାସ କରୁଛନ୍ତି ଏକ ପରିବାର। ଯାହାଙ୍କର ଭୂମି ନାହିଁ କି ନିଜର ଘର ଖଣ୍ଡେ ବି ନାହିଁ ପର ବାଡ଼ିରେ ଘର କରି ବହୁ ଦୁଃଖେ କଷ୍ଟେ ଚଲୁଛନ୍ତି ଏହି ପରିବାର।

ଦେବେନ୍ଦ୍ର କାଏସ୍ତ ବୟସ ପାଖାପାଖି ୨୭ବର୍ଷ ହେବ ଘରେ ବାପା ନଟବର କାଏସ୍ତ, ମା’ ରଜନୀ କାଏସ୍ତ ଏବଂ ସ୍ତ୍ରୀ ରମା କାଏସ୍ତ ଓ ତାଙ୍କର ଦୁଇ ଛୋଟ ଛୁଆଙ୍କୁ ମିଶାଇ ୬ ପ୍ରାଣୀଙ୍କୁ ନେଇ ତାଙ୍କ ପରିବାର। ପରିବାରର ସମ୍ପୂର୍ଣ୍ଣ ବୋଝ ଦେବେନ୍ଦ୍ରଙ୍କ କାନ୍ଧରେ। ଏହି ପରିବାରଟି ୩୦ବର୍ଷରୁ ଊଦ୍ଧର୍‌ବ ହେବ ଏହି ଗାଁରେ ରହି ଆସିଲେଣି। ପୂର୍ବରୁ ଦେବେନ୍ଦ୍ରଙ୍କ ବାପା-ମା ଏବଂ ଭଉଣୀମାନେ ମିଶି କରି ଚୂନ ଆଣି ତାକୁ ରାନ୍ଧି ଖାଇବା ଖାଇବା ଚୂନ କରି ବ୍ୟବସାୟ କରୁଥିଲେ। ଯାହା ରୋଜଗାର ହୁଏ ସେ ସମୟରେ ପରିବାର ଚଳାଇବା ସହ ତିନି ଝିଅ ଙ୍କର ବାହାଘର ମଧ୍ୟ ନଟବର କରିଛନ୍ତି। ଗରିବ ଅଭାବୀ ପରିବାରରେ କିଛି ଟଙ୍କା ବଞ୍ଚେ ନାହିଁ। ଜାଗାଟେ କିଣିବା ପାଇଁ କି ଘର ଖଣ୍ଡେ କରିବା ପାଇଁ। ନଟବରଙ୍କ ବୟସ ଯାଇଁ ଅପରାହ୍ନରେ ପହଞ୍ଚିଲାଣି। ଝିଅମାନଙ୍କ ବାହାଘର ପରେ କମ ଲୋକରେ ଆଉ ଚୂନ କାମ କରିବା ସମ୍ଭବ ହୋଇ ନଥିଲା। ତେଣୁ ଦେବେନ୍ଦ୍ର ଦିନ ମଜୁରିଆ ଭାବେ କାମ କରିବା ସହ ଗାଁରେ ବୁଲି ଫେରି ବେପାର କରି ଦୁଇ ଶହରୁ ତିନି ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି। ବର୍ଷା ଦିନେ ଓ ପ୍ରବଳ ଖରା ସମୟରେ ଯଦି ବେପାର ବନ୍ଦ ହୁଏ ସେଦିନ ଛୋଟ ଛୋଟ ଦୁଇ ପିଲା ଓ ବାପା ମା’ଙ୍କୁ ନେଇ ପରିବାର ବହୁ ଦୁଃଖ କଷ୍ଟରେ ଜୀବନ କାଟୁଥିବା ଦେବେନ୍ଦ୍ର କହିଛନ୍ତି। ଏହି ଗାଁରେ ବହୁତ ବର୍ଷ ଧରି ରହି ଆସୁଥିଲେ ବି ନିଜସ୍ବ ଖଣ୍ଡେ ଜମି ନାହିଁ କି ଘର ନାହିଁ। ସେହି ଗାଁର କିଛି ସହୃଦୟ ବ୍ୟକ୍ତି ସେମାନଙ୍କ ଜାଗାରୁ କିଛି ତାଙ୍କୁ ରହିବା ପାଇଁ ଦେଇଥିବାରୁ ସେଠାରେ ସେ ଏକ ମାଟି କୁଡ଼ିଆ କରି ପିଲା ଛୁଆ ଓ ବାପା ମା’ଙ୍କକୁ ଧରି ରହୁଛନ୍ତି।

ଅପରପକ୍ଷରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଧର୍ମଶାଳା ଗସ୍ତ ସମୟରେ ଜିଲାରେ ଥିବା ଗରୀବ ଭୂମିହୀନ ଲୋକମାନଙ୍କୁ ଜମି ପଟ୍ଟା ଦେବା ସହ ପକ୍କା ଘର ନିର୍ମାଣ କରାଯିବା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିଥିବା କହିଥିଲେ। ଯାଜପୁରର ବିକାଶ ହେଲେ ଆଧୁନିକ ଓଡ଼ିଶା ଗଠନର ସଂକଳ୍ପ ସମ୍ଭବ ହେବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ବି ପ୍ରଶାସନ ପକ୍ଷରୁ ଦେବେନ୍ଦ୍ରଙ୍କୁ ଅଣଦେଖା କରିବା ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଏହା ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri