Posted inଖେଳ

ଓ୍ବିମ୍ବେଲଡନରୁ ଓହରିଲେ, ଅଲିମ୍ପିକ୍ସରେ ଭାଗନେବେ ଓସାକା

ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍‌ ଏହି ସୂଚନା ଦେଇଛନ୍ତି। ଓସାକା ବର୍ତ୍ତମାନ କିଛି ସମୟ ତାଙ୍କ ବନ୍ଧୁ ଓ ପରିବାର ସହ ବିତାଇବାକୁ ଚାହୁଁଛନ୍ତି। ହେଲେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଅଲିମ୍ପିକ୍ସରେ ଖେଳିବା ଲାଗି ସେ ଉତ୍ସାହିତ ଅଛନ୍ତି। ସୂଚନାଯୋଗ୍ୟ, ମାନସିକ ଅବସାଦ ପାଇଁ ୨୩ ବର୍ଷୀୟା ଓସାକା ଫ୍ରେଞ୍ଚ ଓପନ ପ୍ରଥମ ରାଉଣ୍ଡ ପରେ ପ୍ରତିଯୋଗିତାରୁ ଓହରିଯାଇଥିଲେ। ପୂର୍ବତନ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗପ୍ରାପ୍ତ ଓସାକା ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ଦୁଇ ନମ୍ବର ସ୍ଥାନରେ ରହିଛନ୍ତି। ସେ ସବୁଠାରୁ ଅଧିକ ଉପାର୍ଜନକାରୀ ମହିଳା ଆଥ୍‌ଲେଟ। ସେ ୨୦୨୦ ଏପି ଫିମେଲ୍‌ ଆଥ୍‌ଲେଟ ଅଫ୍‌ ଦି ଇୟର ମଧ୍ୟ। ଗତ ମାସରେ ଫ୍ରେଞ୍ଚ ଓପନ ପ୍ରଥମ ରାଉଣ୍ଡ ବିଜୟ ପରେ ସେ ଖବରଦାତା ସମ୍ମିଳନୀର ସାମ୍ନା ନ କରିବାରୁ ତାଙ୍କୁ ୧୫,୦୦୦ ଡଲାର ଜରିମାନା ହୋଇଥିଲା। ପରଦିନ ଓସାକା ଟୁର୍ନାମେଣ୍ଟରୁ ଓହରିଯାଇଥିଲେ। ଖବରଦାତା ସମ୍ମିଳନୀ ପୂର୍ବରୁ ତାଙ୍କର ମାନସିକ ଅବସ୍ଥା ଠିକ୍‌ ନ ଥିଲା ବୋଲି ସଫେଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୪.୨୫ କୋଟି: ନିଜ ମୂଲ୍ୟକୁ ଏଭଳି ପରିଶୋଧ କରୁଛନ୍ତି ଆର୍‌ସିବିର ଏହି ବ୍ୟାଟ୍ସମ୍ୟାନ୍‌; ପଞ୍ଚମ ଥର ପାଇଁ…

ଦୁବାଇ,୯।୧୦: ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଶ୍ରୀକର ଭରତ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ର ରୋମାଞ୍ଚକ...

ଗୁଡ଼ାଏ ଏକ୍ସପେରିମେଣ୍ଟ କରିପାରନ୍ତି ଡ୍ରାଭିଡ୍‌

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଐତିହାସିକ ଇଡେନ ଗାର୍ଡେନ...

ପ୍ରଥମ ଟି୨୦: ଗୁଆହାଟୀରେ ଶ୍ରୀଲଙ୍କା ଦଳ

ଗୁଆହାଟୀ,୨।୧(ପି.ଟି.)- ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିଛି। ଆସନ୍ତା ରବିବାର...

ଗୋଟିଏ ଓଭରରେ ୫ ଛକା ମାରିଲେ କୋହଲିଙ୍କ ସାଥୀ ଖେଳାଳି

ଢାକା,୮।୮: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ବାଂଲାଦେଶ ବିପକ୍ଷରେ ଖେଳୁଥିବା ଆରସିବି ସାଥୀ ଖେଳାଳି...

ଉଗାଣ୍ଡା ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୯ା୪- ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ପୁଣି ଚମକିଛନ୍ତି ଓଡ଼ିଶାର ତାରକା ଖେଳାଳି...

ମୋତେ ଦରକାର ନାହିଁ, ମୋ କୋଚ୍‌ଙ୍କୁ ସମ୍ମାନ ଦିଅ: ଅମିତ୍‌ ପଙ୍ଘାଲ

ନୂଅଦିଲ୍ଲୀ,୨୨।୯(ପି.ଟି.): ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। କିନ୍ତୁ ମୋ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି...

ପ୍ରଶଂସାରେ ଶତମୁଖ ହେଡ୍‌ କୋଚ୍‌: କହିଲେ, ‘ରିଷଭ ତୁମେ ଯେଉଁଭଳି ଖେଳୁଛ ହୃଦ୍‌ଘାତ ହୋଇଯିବ’

ଗାବା,୨୦।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ ପରେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଡ୍ରେସିଂ ରୁମ୍‌ରେ...

ବିସ୍ଫୋରକ ମ୍ୟାକ୍ସଓ୍ବେଲଙ୍କୁ କିଣିବା ପାଇଁ କଡ଼ା ଟକ୍କର; ବାଜି ମାରିଲା ଏହି ଟିମ୍‌

ଚେନ୍ନାଇ,୧୮।୨: ଆଇପିଏଲ୍‌ର ଚଳିତ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସଓ୍ବେଲଙ୍କୁ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)।...

Advertisement
Archives

Model This Week