୯/୧୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର

ଜାତିସଂଘ, ୧୫।୪(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ସେପ୍ଟେମ୍ବର ୧୧ ସମୟସୀମା ଧାର୍ଯ୍ୟ କରିଛନ୍ତି। କାତାରରେ ତାଲିବାନ, ଆଫଗାନ ସରକାରଙ୍କ ମଧ୍ୟରେ ବୁଝାମଣା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଜାତିସଂଘ ପକ୍ଷରୁ ତୁର୍କୀରେ ପରବର୍ତ୍ତୀ ବୈଠକ ଡକାଯାଇଛି। ଏହି ଶାନ୍ତି ଆଲୋଚନାରେ ଭାଗ ନେବା ଲାଗି ଭାରତକୁ ଆମନ୍ତ୍ରଣ କରାଯାଇଛି।
ମେ’ ୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାରିଖ ଧାର୍ଯ୍ୟ କରିଥିଲେ। ତେବେ ଆଲୋଚନାରେ ଅଗ୍ରଗତି ହୋଇପାରୁ ନ ଥିବାରୁ ରାଷ୍ଟ୍ରପତି ବାଇଡେନ୍‌ ସାନି ତାରିଖ ଘୋଷଣା କରିଛନ୍ତି। ଇସ୍ତାନବୁଲ୍‌ଠାରେ ଏପ୍ରିଲ ୨୪ରୁ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। ଏଥିରେ ଭାରତ, ଚାଇନା, ରୁଷିଆ, ପାକିସ୍ତାନ, ଇରାନ ଏବଂ ଆମେରିକାର ବହିର୍ବ୍ୟାପାର ମନ୍ତ୍ରୀ ଓ ରାଷ୍ଟ୍ରଦୂତମାନେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..

ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪...

ଭୟ କରନାହିଁ , ଭାକ୍ସିନ୍‌ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…

ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍‌ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍‌...

ମୁହାଁମୁହିଁ ହେବେ ଆମେରିକା-ରୁଷିଆ

ମସ୍କୋ,୧ା୬: ଆମେରିକା-ରୁଷିଆ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆମେରିକା ୟୁକ୍ରେନକୁ ଉନ୍ନତ ଧରଣର ରକେଟ ସିଷ୍ଟମ ଏବଂ ଅତ୍ୟାଧୁନିକ ଗୁଳିଗୋଳା ଯୋଗାଣ ପାଇଁ...

ସଙ୍କଟଗ୍ରସ୍ତ ଦୁନିଆରେ ଭାରତ ଭବିଷ୍ୟତର ପାଲଟିଛି ଭରସା: ବିଲ୍‌ ଗେଟ୍ସ

କାଲିଫର୍ନିଆ,୨୩।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ତାଙ୍କ ବ୍ଲଗ ‘ଗେଟ୍ସ ନୋଟ୍ସ’ରେ ଭାରତକୁ ପ୍ରଶଂସା କରିଛନ୍ତି।...

ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇଲେ ଯୁବକ, କାରଣ ଜାଣିଲେ…

ଲଣ୍ଡନ,୧୬ା୭: ବ୍ରିଟେନରେ ଜଣେ ଯୁବକ ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ...

ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏକ୍ସରେ କରନ୍ତୁ ଏପରି…କହିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୨।୮: ସାମ୍ବାଦିକଙ୍କୁ ଏକ ଭଲ ଅଫର ଦେଇଛନ୍ତି ଏକ୍ସ(ପୂର୍ବ ଟ୍ବିଟର) ସିଇଓ ଏଲନ ମସ୍କ। ଏକ୍ସରେ ସିଧାସଳଖ ଭାବେ ସେମାନଙ୍କ ଲେଖା କିମ୍ବା ଆର୍ଟିକିଲ ପ୍ରକାଶ...

ଲକ୍ଷେ ଡଲାରରେ ଗଲା ଟୁଇଟର ପକ୍ଷୀ

ସାନ୍‌ ଫ୍ରାନ୍ସିସ୍କୋ, ୨୦।୧:ଆମେରିକାର ସାନ୍‌ ଫ୍ରାନ୍ସିସ୍କୋରେ ଥିବା ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟର ହେଡ୍‌କ୍ୱାର୍ଟର୍ସର ଅଧିକାଂଶ ଆସବାବପତ୍ର ନିଲାମ କରିଛନ୍ତି ଏଲନ ମସ୍କ। ନିଲାମ ହୋଇଥିବା ବସ୍ତୁଗୁଡ଼ିକ...

ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ

ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍‌ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ...

Advertisement
Archives

Model This Week